Monday, August 22, 2016

ଆପଣା କଲା କର୍ମ ମାନ

ମଧୁଆ ଭାଇ ପେଶାରେ ଜଣେ ପକେଟମାର ଭୂବନେଶ୍ଵର ର ମନ୍ଦିର ଗୁଡ଼ିକରେ ବୁଲି ବୁଲି ଲୋକ ଙ୍କର ପର୍ସ ଗହଣା ଯାହା ମିଳିଲେ ମାରି ନେଉଥିଲା ।
ସେ ଚୋରି କରି କରି ଟଙ୍କା ସବୁ ଖର୍ଚ ନକରି ସାଇତି କରି ରଖୁଥାଏ ।
ଏଇମିତି ଟଙ୍କା ରଖି ରଖି ସିଏ ଧନି ହେବାରେ ଲାଗିଲା ।
ଏବେ ତାର ତ ଯୁବାକାଳ ।
ବାହା ହେବାକୁ ମନ ଡହଳ ବିକଳ ହେଉଥାଏ ।
ହେଲେ ଚୋର ପକେଟମାର କୁ ଓଡ଼ିଶାରେ କିଏ ଝିଅ ଦେବ !
ବିହାର,ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ , ହରିୟାଣା ର ଧନୀ ଘର ପୁଅ ସବୁ
ଓଡ଼ିଶା ଆସି ଏଠିକା ଲୋକଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ଝିଅ ମାନଙ୍କୁ ବାହା ହୋଇ ଲେଉଟିଯାଅନ୍ତି !
କେତେ ଯେ ଓଡ଼ିଆ ଝିଅ ଅନ୍ୟ ରାଜ୍ୟ କୁ ଚୋରା ଚାଲାଣ ହେଉଛନ୍ତି ,
ଏକଥା ମଧୁଆ ଭାଇ ଜାଣେ, ସରକାର ବାହାଦୂର ଜାଣିଛି
ଲୋକେ ଦେଖୁଛନ୍ତି !

ସେ ଯା ହେଉ
ମଧୁଆ କପାଳ କିନ୍ତୁ ଫଟା !
ଗୋଟାଏ ହେଲେ କନ୍ୟାରତ୍ନ ତା ଭାଗ୍ୟରେ ଯୁଟନ୍ତିନି ! କିଏ କେଉଁଠି
ମିଳିଲେବା ମଧୁଆ ର ମୂର୍ଖାମି ଯୋଗୁଁ ତାକୁ ଶକ୍ତ ଚଟକଣା କଷିଦେଇଯାଏ ।
ଦିନେ ଏଇମିତି ମଧୁଆ ଭାଇ ଆମର ମନ୍ଦିର ଯାଇଥାଏ
ସେଠି କନ୍ୟାଟିଏ ପକେଟମାରୁଥିବା ଦେଖି ସେ ତାକୁ ମନେ ମନେ ଭଲ ପାଇଗଲା ।
ଏକା ପେଶା ସମ ଦଶା ଯୋଗୁଁ ସେମାନଙ୍କୁ ଏକାଠି ହେବାକୁ ବେଶି ଦିନ ଲାଗିଲାନି !
ତାଙ୍କର ବାହାଘର ହୋଇଗଲା ।
ଏମାନେ ଏବେ ମିଳିମିଶି ପକେଟ ମାରିଲେ । ଠିକ ବରଷକ ପରେ ପୁଅଟିଏ ଜନ୍ମ ହେଲା
ହେଲେ ଏ କଣ ?
ତା ହାତ ର ମୁଠି ବନ୍ଦ ଥିବା ଦେଖି
ମଧୁଆ ନିରାଶ ! ! !
ଏବେ ଆଗକେ ଏ ପକେଟ କେମିତି ମାରିବ ଯେ ?

ମଧୁଆ ଆଉ ତା ସ୍ତ୍ରୀ ଅନକେ ଡାକ୍ତରଖାନା ବୁଲିଲେ
ହେଲେ କେଉଁଠି କୃତକାର୍ଯ୍ୟ ହୁଅନ୍ତିନି

ଶେଷରେ ସେମାନେ ଜଣେ ପ୍ରସିଦ୍ଧ ଡାକ୍ତର ପାଖକୁ ଗଲେ ।

ସେ ଡାକ୍ତର ମଧ୍ଧ ଏହାର ସମାଧାନ କରିବାରେ ବିଫଳ ହେଲା ।

ତେବେ ଡାକ୍ତର ଜଣକ ମଧୁଆ କୁ କହିଲେ
ଇନ୍ଦୋର ସହର ର ଜଣାଶୁଣା ମନୋଚିକିତ୍ସକ ଡା.ପ୍ରତାପ ତ୍ରିପାଠୀଙ୍କୁ ଯାଇ ଭେଟ

ପତିପତ୍ନୀ ଚିକିତ୍ସକ ମହୋଦୟଙ୍କୁ ନିଜ ପୁଅ କୁ ଦେଖାଇଲାରୁ

ପ୍ରତାପ ବାବୁ କିଛି ସମୟ ନିରିକ୍ଷଣ କରି ମଧୁଆ କୁ ଦେଖି ପଚାରିଲେ

ଆଛା ତୁମ ମାନଙ୍କ ପେଶା କଣ ?
ମଧୁଆ ସଙ୍କୋଚରେ ଜବାବ ଦେଲା
ଆଜ୍ଞା ଆମେ ଦିହେଁ
ସ୍ଵାମୀ ସ୍ତ୍ରୀ ଏଇ କିଛିମାସ ଆଗରୁ ପକେଟମାର ଥିଲୁ !

ପୁଅ ଜନମ ହେଲାରୁ ସେ କରମ ଛାଡ଼ି ଏବେ କାମଦାମ କରି ଚଳୁଛୁ !

"ଆଛା ତା ହେଲେ ତୁମେ ମାନେ ଯେହେତୁ ପକେଟମାର
ତେଣୁ ସେ ଗୁଣ ଏ ପିଲା ଭିତରେ ବି ଥିବ !
ଯେମିତି ଅଭିମନ୍ୟୁ ଚକ୍ରବ୍ୟୁହ ଭେଦ ମାଆ ଗର୍ଭରେ ଥାଇ ଜାଣିପାରିଥିଲା"

ଡାକ୍ତରବାବୁ ପୁଣି କହିଲେ
"ଶୁଣ ଏଥି ସକାଶେ ଗୋଟାଏ ଉପାୟ ଅଛି '
ତୁମେ ମାନେ ଏକ ସୁନ୍ଦର ହାର ଆଣ !
ସେଥିରେ ରୂବୀ, ହୀରା ଏବଂ ଅନ୍ୟ ମୂଲ୍ୟବାନ ପଥର ଜଡ଼ିତ ହୋଇଥିବ !
ଯେମିତି ପିଲା ତାକୁ ଦେଖିବଛଡ଼େଇ ନେବାକୁ ହାତ ବଢ଼େଇବ ଯେ !"

ପୁଅ ର ମାତାପିତା ସେଇଆ କଲେ

ଯେମିତି ପିଲା କୁ ଏ ବହୁମୂଲ୍ୟ ହାର ଟି ଦିଶିଗଲା
ସେ ହାତମୁଠା ଖୋଲି
ତାକୁ ଧରିବାକୁ ଚୈଷ୍ଟା କଲା ।

ପିଲାଟି ହାତମୁଠା ଖୋଲିଲାରୁ ଗୋଟାଏ ହାତମୁଦି ତଳେ ପଡ଼ିଗଲା ।
ଏହା ଦେଖି ସେଠାରେ ଉପସ୍ତିତ ସମସ୍ତେ
ଆଶ୍ଚାର୍ଯ୍ୟ ଚକିତ ହୋଇଗଲେ !

ସେଇ ମୁଦି ଟି ଜଣେ ନର୍ସ ର ଥିଲା ଯିଏ
ସେଇ ପକେଟମାର ଧନୁଆ ସ୍ତ୍ରୀ ର ଡେଲିଭରୀ କରାଇ ଥିଲା ।

ଜୀବ ର କଲା କର୍ମ ମାନ ଦିନେ ନା ଦିନେକର୍ମ ଅନୁସାରେ ତାକୁ ସକାରାତ୍ମକ କିମ୍ବା ନକାରାତ୍ମକ ଫଳ ଭୋଗ କରିବାକୁ ବାଧ୍ୟ କରିଥାଏ !!

ଏହା ଏକ ଶାସ୍ଵତ ଚିରନ୍ତନଦୈବିକ ନିୟମ ସମସ୍ତ ଧର୍ମ ଏ ନିୟମର ସମର୍ଥନ ତଥା ପୋଷଣ କରନ୍ତି !

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...