Friday, August 26, 2016

🐒🐒🐒🐒 ଲୋକହସା 🐒🐒🐒🐒

ବିଶ୍ଵାଳ ଘର ବୁଢ଼ୀକୁ ଆଜିକାଲି ବାର୍ଧକ୍ୟ ଯୋଗୁଁ ନା ଆଖି କୁ ଭଲ ଦିଶୁଚି ନା କାନ କୁ ଶୁଣାଯାଏ ।

ଚାରି ଚାରି ଟା ପୁଅ ଦୁଇଟି ଝିଅଙ୍କୁ ବାହାଦେଇ ନାତୀ ନାତୁଣୀ ଦେଖି ବୁଢ଼ୀ ତା'ର ତିନି ପାଆ ଜୀବନ ବିତାଇ ସାରିଲାଣି ।

ତା ବୟସର ବୁଢ଼ା ବୁଢ଼ୀ କେବେଟୁଁ ଆର ପାରି କୁ ଚାଲିଗଲେଣି
ତେବେ ସୁଖରେ ହେଉ ଅବା ଦୁଃଖରେ ସେ କିନ୍ତୁ ଏବେ ବି ବଞ୍ଚିଛି ।

ପ୍ରତିଦନ ଭଳି ବୁଢ଼ୀ ଦିନେ ସଂଧ୍ୟା ସମୟେ ପୋଖରୀ ପାଣି ଯାଇଥାଏ ।

ବୁଢ଼ୀ ଫେରିଲା ବେଳେ ତାଙ୍କ ବାଡ଼ି ମୁଣ୍ଡ ପାଦଚଲା ରାସ୍ତା ପାଖ ତାଳଗଛ ମୂଳେ ହନୁଟିଏ ଲାଙ୍ଗୁଡ ଲମ୍ବାଇ ବସିଥିଲା ।

ବୁଢ଼ୀ କି ତ ଠିକ ସେ ଦିଶେନି
ପୁଣି ସହଜେ ସଂଧ୍ୟାକାଳ
ତାକୁ ଲାଗିଲା କେହି ଜଣେ କାଳେ ସେଠି ଝାଡ଼ା ଫେରୁଛି !!!

ବୃଦ୍ଧାବସ୍ଥା,ବାଳକାଳରେ ଟିକେ ଟିକେ କଥାରେ ମାନବ କ୍ରୋଧିତ ହୋଇଯାଅନ୍ତି !

ବୁଢ଼ୀ ବି ରାଗି କି ହନୁମାଙ୍କଡ଼ ଟାକୁ ବହେ ଗାଳିମନ୍ଦ କଲା !

ସେତିକି ହୋଇଥିଲେ ସବୁକିଛି ଠିକଥାନ୍ତା ।
ସେମିତିରେ ହନୁମାଙ୍କଡ଼ କାହାଠାରୁ ଆଘାତ ନ ପାଇଲା ଯାଏଁ କୌଣସି ହରକତ କରନ୍ତିନି !

ବୁଢ଼ୀ କିନ୍ତୁ ଏକାବାରେ ଖଫ୍ଫା !
କିହୋ ଲୋକଟା ଏଡେ ଥୋବରା !!
ଏତେଗାଳି ଖାଈ କି ମଧ୍ଧ ଉତ୍ତର ଦେଉନି କି ଉଠିଯାଉନି !

5 ହାତ ଦୂର ରେ ବସିଥିବା ହନୁମାଙ୍କଡ଼ ପାଖକୁ ଯାଇ ତାକୁ ହାତ ବଢ଼ାଈ ଛୁଁଇବାକୁ ଚୈଷ୍ଟା କରନ୍ତେ
ହନୁଟା ରାଗିକି ତା ଦି ଗାଲ ରେ ଦୁଇଟା ଚଟକଣା କଶିଦେଲା !!!

ବୁଢ଼ୀ ସେଇଠୁ କାନ୍ଦି କାନ୍ଦି ଖଞ୍ଜା କୁ ଗଲା, ତା ପୁଅ ନାତୀ ସମସ୍ତଙ୍କୁ ଏ ଘଟଣା କହିଲା ।

ଏକଥା ଶୁଣି କି ସ୍ତ୍ରୀ କି ପିଲା କୁଟୁମ୍ବଟା ଯାକ ଲୋକ ଠେଙ୍ଗା ବାଡ଼ି ଧରି ବାଡ଼ି ତଳକୁ ଧାଇଁଲେ ।

ଲୋକ କୋଳାହଳ ଶୁଣି ଏଣେ ହନୁ ଟା ପାଖ ଗଛକୁ କୁଦା ମାରିଦେଇଥାଏ ।

ବିଶ୍ଵାଳଘର ପଞ୍ଝା ପୁରା ଅଞ୍ଚଳଟା ଯାକ ଖେଦିଗଲେ
ହେଲେ ସେଠି ଆଉ କେହି ନ ଥିଲେ ।

ସେଇଠୁ ବୁଢ଼ୀର ଗୁଣମନ୍ତୀ ବୋହୂ ମାନେ ଗାଳୀପୁରାଣ ଆରମ୍ଭକରି ଦେଲେ !

ଯେତେ ପରକାର ସ୍ତ୍ରୀସୁଲଭ ଗାଳି ମନ୍ତ୍ର ଭଳି ଗଗନପବନ ପ୍ରକମ୍ପିତ କଲା !

ଏତିକି ବେଳେ ପାଖ ଗଛ ଉପରୁ ଗୋଟାଏ ଡାଳରୁ ଆଉ ଏକ ଡାଳକୁ ହନୁମାଙ୍କଡ଼ଟା ଡେଇଁ ପଡ଼ିଲାରୁ ଗଛ ଦୋହଲିଲା,
ବଢ଼ୀର ଜଣେ ପୁଅ ସେଆଡେ ଟ୍ରଚ ମାରିଦେଲା ।

ତା ପରଦିନ ସକାଳଯାଏଁ
କଥାଟା ଗାଆଁ ଯାକ ରାଷ୍ଟ୍ର ହୋଇ ଯାଇଥାଏ !!

"ହେଇ ଶୁଣିଲଣି ବିଶ୍ଵାଳଘର ବୁଢ଼ୀକୁ ହନୁମାଙ୍କଡ଼
ଦି ଗାଲରେ ଦୁଇଟି କଶି ଦେଇ ଗଲା,,,,,,,

କଥାଟା ଉଡ଼ି ଉଡ଼ି ସର ଭାଉଜଙ୍କ କାନକୁ ଗଲା !!

ସେ
ତାଙ୍କ ରୋମାଣ୍ଟିକ ଠାଣୀ ରେ
କହିଲେ
"ବୁଢ଼ୀ ଟା ବୋଲୀ ଚାପୁଡ଼ା ଖାଇଲା

ଟୋକୀଟାଏ ହୋଇଥାନ୍ତା ଯଦି

କି ଭେଣ୍ଡା

କି କୋଦା
ତାକୁ ଚୁମା ଦେଇ ଯାଇଥାନ୍ତା ଯେ "

😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...