Thursday, August 25, 2016

ତାଳଚେର ସହର ର ନାମକରଣ ଚାଳଚେର କେମିତି ହେଲା ?

ଜୟପୁର ରାଜାଙ୍କ ଚାରି ପୁତ୍ର ଜଗନ୍ନାଥ ଦର୍ଶନ ଲାଗି ପୁରୀ ଆସିଥିଲେ ।
ସେମାନେ ସୂର୍ଯ୍ୟବଂଶୀ ଓ ରାଣା ଠାକୁରଙ୍କ ବଂଶଧର ବୋଲି ବଡ଼ ଗର୍ବକରୁଥିଲେ ଏବଂ ସେହିହେତୁ ପୁରୀ ରାଜାଙ୍କୁ ଦଣ୍ଡବତ କଲେ ନାହିଁ ,ତାଙ୍କୁ ତିରଷ୍କାର କରିବା ସହ ଗାଳିମନ୍ଦ କଲେ ।
ପୁରୀ ରାଜା ସେମାନଙ୍କୁ ଜଗନ୍ନାଥ ଦର୍ଶନ କରିବାକୁ ବାରଣ କରନ୍ତେ
ସେମାନେ ଜୋରଜବଦସ୍ତ ମନ୍ଦିର ପ୍ରବେଶ କରିବାକୁ ଚୈଷ୍ଟା କଲା ରୁ ଖଣ୍ଡାୟତ ସୈନିକଙ୍କ ହାତରେ
ସେମାନଙ୍କ ମଧ୍ଧରୁ ଦୁଇଜଣ ନିହତ ହେଲେ ।
ଅନ୍ୟ ଦୁଇଭାଇ ପଳାୟନ କରି ଢ଼େଙ୍କାନାଳ ରାଜ୍ୟ ନାଧରା ରେ ରହିଲେ ଏବଂ ସେଠାରେ ଦୁର୍ଗନଗରୀ ନାମକ ଦୁର୍ଗ ନିର୍ମାଣ କଲେ ।
ସେମାନେ ଦୁର୍ଗ ନିକଟରେ ଗୋଟିଏ ଦେଉଳ ନିର୍ମାଣ କଲେ ଏବଂ ସେଠାରେ ରାମଚଣ୍ଡୀ ଠାକୁରାଣୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଇଲେ ।
ରାଜ୍ୟ ବସିଲାବେଳେ ଉତ୍ତରସୀମା
ବାମଣ୍ଡାର ଗଙ୍ଗାନାଳ ପର୍ଯ୍ୟନ୍ତ ଥିଲା ।
ଦକ୍ଷିଣ ସୀମା ଢ଼େଙ୍କାନାଳର କାମଳାଙ୍ଗ ପର୍ଯ୍ୟନ୍ତ ଥିଲା ।
ପୂର୍ବ ରେ ଢେଙ୍କାନାଳର ସୀମା ଆଲଟମା ଯାଏଁ ଥିଲା ,ପଶ୍ଚିମ ସୀମା ବାମଣ୍ଡା ଓ ଅନୁଗୁଳ ପର୍ଯ୍ୟନ୍ତ ଥିଲା ।

ପୁରୀ ରାଜାଙ୍କ ସହ ତାଳଚେର ରାଜାଙ୍କ ଯୁଦ୍ଧ ହେଲାରୁ ପୁରୀରାଜା ବିଜୟୀ ହେଲେଏବଂ ନାଧରା ରାମଚଣ୍ଡୀ ,ପରଜଙ୍ଗ ,ପଲାଶୁଣୀ ଓ ସୁବଳୟା ଅଧିକାର କରିନେଇ ଡ଼େଙ୍କାନାଳ ରାଜାଙ୍କୁ ଅର୍ପଣ କଲେ ।
ଗାଙ୍ଗନାଳ ବାମଣ୍ଡାରାଜା ନେଇଗଲେ ।
ଏ ରାଜବଂଶ ସୋନପୁର ରାଜ୍ୟର ସୁବଳୟା ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ କିନ୍ତୁ କାଳକ୍ରମେ ସେଠାରୁ ବିତାଡ଼ିତ ହେଲେ ।
ଏ ବଂଶର ଜଣେ ରାଜା ବ୍ରାହ୍ମଣୀ ନଦୀ ପାର ହୋଇ ଶିକାରକୁ ଯାଇଥିଲେ ।
ତାଳେଶ୍ଵରୀ ଠାକୁରାଣୀଙ୍କ ନିକଟରେ ରାଜାଙ୍କ କୁକୁର କୁ ଠେକୁଆ ମାରିପକାଇଲା ।
ରାଜା ସେଠାରେ ଗୋଟିଏ ଦୁର୍ଗ ନିର୍ମାଣ କରାଇଲେ ।
କେତେଦିନ ପରେ ସ୍ଥାନୀୟ କନ୍ଧମାନଙ୍କ ଦ୍ଵାରା ପରାଜିତ ହୋଇ ପଳାୟନ କଲେ ।
ଦିନେ ଜଙ୍ଗଲରେ ଶୋଇଥିବା ବେଳେ
ହେଙ୍ଗୁଳା ଦେବୀ ସ୍ଵପ୍ନରେ କହିଲେ
"ତୁମ୍ଭେ ଯେବେ ମୋତେ ଓ କାଳେଶ୍ଵରୀ ଦେବୀଙ୍କୁ ପୂଜାକରିବ ତେବେ ଶତ୍ରୃ କୁ ଜିଣିବ ! ଏ ସ୍ଥାନର ନାମ ତାଳଚେର ହେବ ।"
ରାଜା ଏହି ବର ପାଇ ଯୁଦ୍ଧ କଲେ ।
ଯୁଦ୍ଧ ବେଳେ ହେଙ୍ଗୁଳା ଦେବୀ ବ୍ୟାଘ୍ର ରୁପରେ ଶତ୍ରୁ କୁ ନିହତ କଲେ ।
ପରେ ରାଜା ଶୋଇଥିବା ବେଳେ ଦେବୀ ପୁଣି ସ୍ଵପ୍ନରେ କହିଲେ ଯେ "ଯେଉଁ ବ୍ୟାଘ୍ର ଶତ୍ରୃ ନିହତ କଲା ସେ ବ୍ୟାଘ୍ର ନୁହେଁ ସେ ସ୍ଵୟଂ ଠାକୁରାଣୀ ।"
ରାଜା ସ୍ଥାନର ନାମ ଦେଲେ ତାଳଚେର ଏବଂ ପଦ୍ମନାଭପୁରରେ ବ୍ରାହ୍ମଣଶାସନ ବସାଇ ସେଇ ଗ୍ରାମ ସହ ଆଉ କିଛି ଭୂଭାଗ ବ୍ରାହ୍ମଣଙ୍କୁ ଦାନ ଦେଇଥିଲେ ।

...

ତାଳଚେର ସହର ନାମକରଣ ସଂକ୍ରାନ୍ତିୟ ଏହି କିମ୍ବଦନ୍ତୀଟି
ଐତିହାସିକ ଜଗବନ୍ଧୁ ସିଂହଙ୍କ ପୁସ୍ତକ 'ପ୍ରାଚୀନ ଉତ୍କଳ' ର ଦ୍ଵିତୀୟ ଭାଗରୁ ନିଆଯାଇଅଛି ।
ଏକଥା ସତ ଯେ ,
କିମ୍ବଦନ୍ତୀ ,ଇତିହାସ ନୁହେଁ
କିନ୍ତୁ ସମ୍ପୁର୍ଣ ମିଥ୍ୟା ମଧ୍ଧ ନୁହେଁ ।
ନିଶ୍ଚିତ ଭାବେ ଯୁଦ୍ଧ ହୋଇଥିଲା ଏବଂ ସେଥିରେ ପରାଜୀତ ହୋଇ ଏଠିକା ରାଜାପରିବାର ପୁନଃ ଯୁଦ୍ଧ କରିଥିବେ
ଏବଂ ଅକସ୍ମାତ ଶତ୍ରୃ ଉପରେ ବାଘ ଆକ୍ରମଣ କରିବା ଫଳରେ ରାଜା ବିଜୟୀ ହୋଇ ତାଳକେଶ୍ଵରୀ ଙ୍କ ନାମାନୁସାରେ ଏ ଅଞ୍ଚଳର ନାମକରଣ ତାଳଚେର କରିଥିବେ ।
ଆଗକାଳେ ଓଡ଼ିଶାରେ ବ୍ରାହ୍ମଣଶାସନ ବସାଇବା ରାଜାମାନଙ୍କ ପାଇଁ ପ୍ରତିଷ୍ଠା ତଥା ଗୌରବ ର ବିଷୟ ଥିଲା ।
ତେଣୁ ଯଥାସମ୍ଭବ ତାଳଚେର ରାଜା ନିଜରାଜ୍ୟରେ ଅନେକ ଗୁଡ଼ିଏ ବ୍ରାହ୍ମଣ ଶାସନ ବସାଇ ସେମାନଙ୍କ ପୃଷ୍ଠପୋଷକତ୍ଵ ଗ୍ରହଣ ପୂର୍ବକ ନିଜରାଜ୍ୟ ପ୍ରତି ସ୍ଥାନୀୟ ଲୋକଙ୍କ ଆସ୍ତା ବଢ଼ାଇଥିବା ଅନୁମିତ ହୁଏ !!

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...