Tuesday, October 4, 2016

ଆଉ ଏଣିକିରେ ମନ-ଜଗନ୍ନାଥ ଦାସ

ଆଉ ଏଣିକିରେ ମନ
ଭୂଲୁ କାହିଁକି ?

ଉଡୁଛି କାଳ ଛଞ୍ଚାଣ
ମନେ ନାହିଁକି ?

ଅଇରି ତୋ କଳ ପଣା
ଛେଦିପକା ବେନି ଡେଣା

ଶୂନ୍ୟରେ ବାଜୁଛି ବୀଣା
ଶୁଣା ନାହିଁକି ?

ହାଟରେ ପାଞ୍ଚ ପାଇକ
ହେଉଛନ୍ତି ଡାକହାକ

ହାଟ ସରିଲେ
ବଣିକ ଆଉ ଥାଇ କି ?

ସୁନା ପଞ୍ଜରୀ ରେ ଶୁଆ
ଦିନା କେତେ ନୂଆ ନୂଆ

ଉଡ଼ିଗଲେ ଶାରୀ ଶୁଆ
ଧରା ପାଇ କି ?

ଭ୍ରୂଲତା ମଧ୍ଧରେ ଅନା
ତ୍ରିକୃଟେ ଉଡ଼ୁଛି ବାନା

ହଜିଲେ ପରମ ସୁନା
ଆଉ ପାଇକି ?

ॐ କାର ମଧ୍ଧରେ ଦେଖ
ଉଲଟି ରହିଛି ହଂସ

କହେ ଜଗନ୍ନାଥ ଦାସ
ଅନୁସରି କି ?

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...