Sunday, October 2, 2016

ଖଜରାହୋ

ରାତ୍ରି ର ଦ୍ଵିତୀୟ ପ୍ରହରରେ ହେମବତୀ ନାମ୍ନୀ ଏକ ସୁନ୍ଦର ରାଜକୁମାରୀ କାଶୀ ର ଗଂଗା ଘାଟ ରେ ସ୍ନାନ କରୁଥାଏ ......
ରାଜକୁମାରୀ ହେମବତୀ ର ସୌନ୍ଦର୍ଯ୍ୟ ଏତେ ଆକର୍ଷକ ଥିଲା ଯେ ତାକୁ ଦେଖିଲା ମାତ୍ରେ ବଡ଼ ବଡ଼ ଯୋଗି ମଧ୍ଧ ପଥଭ୍ରାନ୍ତ ହୋଇଯିବେ ..

ତେଣୁ ରାଜକୁମାରୀ ରାତି ଅଧ କୁ ସ୍ନାନକରେ ।
ରାଜବାଳା ଭାବିନେଇଥିଲା
ତାକୁ କେହି ମଧ୍ଧ ଦେଖୁନାହିଁ....
କିନ୍ତୁ ଚନ୍ଦ୍ରମା ସବୁ କିଛି ଦେଖୁ ଥିଲା ..

କେତେ କାଳରୁ ହେମବତୀକୁ ଦେଖି ଦେଖି
ଚନ୍ଦ୍ର ମନେ ମନେ ରାଜକନ୍ୟା କୁ ଭଲ ପାଇ ବସିଲେ ।

ଦିନେ ସେ ଧର୍ଯ୍ୟହରା ହୋଇ ଗଙ୍ଗାତଟ ରେ ହେମାବତୀ
ସନ୍ନିକଟରେ ଆସି ଉପସ୍ଥିତ ହେଲେ ।

ଚନ୍ଦ୍ର ଙ୍କ ରୁପ ତ ଶତ କାମଦେବଙ୍କ ସୌନ୍ଦର୍ଯ୍ୟ ସଙ୍ଗେ ସମାନ
ହେମବତୀ ଚୁମ୍ବକ ଲୁହା କୁ ଟାଣିଲା ଭଳି ଚନ୍ଦ୍ରଦେବଙ୍କ ଆଡକୁ ଆଗଭର ହୋଇଗଲେ ।
ଦୁଇଟି ହୃଦୟ ,ଦୁଇଟି ଶରୀର ସାରା ରାତି ପ୍ରଣୟ କ୍ରୀଡାରେ ମାତିଲେ.....
ମିଳନ ପରେ ବିଚ୍ଛେଦ ପ୍ରକୃତିର ଚିରାଚରିତ ନିୟମ

ସୂର୍ଯ୍ୟୋଦୟ ହେବାର ବେଳ ହେଲାରୁ ଚନ୍ଦ୍ର ଙ୍କ କାମନାସକ୍ତ ମନ ରେ ଜ୍ଞାନରବି ଉଦିତ ହେଲେ ।
ଚନ୍ଦ୍ର ହେମବତୀ କୁଯିବା ପୂର୍ବରୁ କହିଗଲେ
"ଦେବୀ !
ମୁଁ କୌଣସୀ ରାଜପୁରୁଷ ନୁହେଁ !
ମନ ,ଚନ୍ଦ୍ରଲୋକର ଅଧିଷ୍ଠାତା ଦେବତା ଚନ୍ଦ୍ର ।
ଚିନ୍ତା କରନା
ତୁମେ ଅକ୍ଷତାଯୋନୀ ରହିବ ଏବଂ ତୁମ ଗର୍ଭରୁ ମୋ ଅଂଶରୁ ଜାତ ପୁତ୍ର ଚନ୍ଦ୍ରବର୍ଧନ ଚାନ୍ଦେଲ ବଂଶ ର ସ୍ଥାପନାକରି ଅନେକ ଖ୍ୟାତି ଅର୍ଜନ କରିବ ।"

ଏତିକି କହି ଚନ୍ଦ୍ରଦେବ ଚାଲିଗଲେ ଏବଂ କେତେ କାଳ ପରେ
ହେମବତୀ ର ବିବାହ ବିନ୍ଧ୍ୟାଞ୍ଚଳରେ ଏକ ରାଜପରିବାର ହୋଇଗଲା
ଏବଂ ଯଥା ସମୟରେ ହେମବତୀ କୁ ଏକ ତେଜସ୍ଵୀ ପୁତ୍ରରତ୍ନ ର ପ୍ରାପ୍ତି ମଧ୍ଧ ହେଲା ।

ଏଇ
ଚନ୍ଦ୍ରବର୍ଧନଙ୍କ ରାଜତ୍ଵକାଳରେ
ଲୋକେ ଧୀରେ ଧୀରେ ଜ୍ଞାନାଲୋକ ରେ ଆଲୋକିତ ହୋଇ ଦେହ ଏବଂ ସଂସାର କୁ ଅସାର ଅନିତ୍ୟ
ନଶ୍ଵର ମନେକରି
ଗୃହ ପରିବାର ତ୍ୟାଗକରି ସନ୍ୟାସୀ ହେବାରେ ଲାଗିଲେ ।
ଚନ୍ଦ୍ରବର୍ଦ୍ଧନଙ୍କ ମାତା ବୃଦ୍ଧାବସ୍ତା ରେ ଚନ୍ଦ୍ରଦେବଙ୍କୁ ରାତ୍ରୀକାଳେ ଆକାଶରେ ଦେଖି ଦେଖି ରାଜ୍ୟ ର ବର୍ତ୍ତମାନ ସ୍ଥିତି କୁ ନେଇ ଚିନ୍ତିତ ରହୁଥାନ୍ତି ।
ଏମିତିରେ ତାଙ୍କ ବେମାରୀ ବଢ଼ିଗଲା !
ମରଣ ଶଯ୍ୟା ରେ ମାତା ହେମବତୀ ପୁତ୍ରଚନ୍ଦ୍ର ବର୍ଦ୍ଧନ ଙ୍କୁ କହିଲେ
"ପୁଅରେ ମୁଁ ଯାଉଛି
ରାଜ୍ୟଲୋକେ ତୋତେ ଲାଗିଲେ
ତୋ ରାଜ୍ୟରେ ଧର୍ମଭାବ ବଢ଼ିଲାରୁ ଲୋକେ
ଦିନୁଦିନ ବୈରାଗୀ ହୋଇଗଲଣି
ଏମିତିରେ ଏଠାରେ ବାଳକ ବାଳିକା ମାନଙ୍କ କଳରବ ଆଉ ଶୁଣାଯାଏନି
ତୁ ଏଥିର କିଛି ଉପାୟ କରିବୁ ।"
ଏହା କହି ରାଜମାତା ଆଖିବୁଜିଲେ

ସେଇଠୁ ଚନ୍ଦ୍ରବର୍ଦ୍ଧନ ବାତ୍ସାୟନ ଙ୍କ କାମସୂତ୍ର କୁ ଅବଲମ୍ଭନ କରି ଖଜାରାହୋ ର ମନ୍ଦିର ରେ ଅନେକ ମୂର୍ତ୍ତି ଗଢ଼ାଇଲେ ।

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...