ଶୁକ୍ରାଚାର୍ଯ୍ୟ ନନ୍ଦିନୀ ଦେବାଯାନୀ ଙ୍କ ସହ ଦାନବରାଜ ବୃଷପର୍ବାଙ୍କ କନ୍ୟା ଶର୍ମିଷ୍ଠା ର ବାକବଚସା ହେଲାରୁ
ସେ ଋଷିପୁତ୍ରୀ ଦେବାଯାନୀ କୁ ଜଳହୀନ କୂପ ମଧ୍ଧରେ ନିପତିତ କରି ରାଜନବର ଫେରିଗଲା ।
ଯଯାତି ଦେବଯାନୀଙ୍କୁ ରକ୍ଷା କଲେ ।
ଦେବଯାନୀ ପିତାଙ୍କୁ ଯାଇ ସବୁ ସତ କଥା କହିଲାରୁ
ଶୁକ୍ରମୁନୀ କନ୍ୟା ଅପମାନ କାରଣରୁ ରାଜ୍ୟ ତ୍ୟାଗ ର ଧମକ ବୃଷପର୍ବା ଙ୍କ ଦେଲେ ।
ବୃଷପର୍ବା ଗୁରୁଙ୍କୁ ଅନେକ ଅନୁନୟ ବିନୟ କଲାରୁ
ଋଷି ଖୁସି ହୋଇ
ରାକ୍ଷସରାଜଙ୍କୁ କହିଲେ
ତେବେ ହେ ରାଜନ !
ଯାଅ ଦେବଯାନୀ ର ଇଚ୍ଛା ପୂର୍ଣ କର !
ତେଣୁ ବୃଷପର୍ବା ଦେବଯାନୀଙ୍କ ମନ ଇଚ୍ଛା ଯାହା କିଛି ମାଗିଲେ ଦେବାର ପ୍ରତିଶୃତି , ପ୍ରତିଜ୍ଞା କଲେ ।
ଋଷିକନ୍ୟା ଦେବଯାନୀ ପ୍ରତିଶୋଧ ପରାୟଣ ବଶତଃ ଶର୍ମିଷ୍ଠାଙ୍କୁ ନିଜ ଦାସୀ ହେବାର ଇଚ୍ଛା ଜଣାଇଲେ ।
ସେବେଠୁଁ ଦାନବୀ ଶର୍ମିଷ୍ଠା ବ୍ରାହ୍ମଣକନ୍ୟାର ସେବାରେ ନିଓଯିତା ହେଲେ ।
କିଛି କାଳ ପରେ ଥରେ
ଜଙ୍ଗଲରେ ଯାଉଥିବା ସମୟରେ
ଦେବଯାନୀଙ୍କ ସହ ରାଜା ଯଯାତି ଙ୍କ ପୁନଃ ଦେଖା ହୋଇଗଲା ।
ଯଯାତି ଙ୍କୁ ଦେବଯାନୀ ମନେ ମନେ ଭଲ ପାଉଥିଲେ ତେଣୁ କଥା କୌଶଳ ପ୍ରୟୋଗ କରି
ତାଙ୍କୁ ନିଜ ଆଗେ ବଶିଭୂତ କଲେ ।
ଯଯାତି ଓ ଦେବଯାନୀ ପରେ ଋଷି ଶୁକ୍ର ଙ୍କ ଆଶିର୍ବାଦ ଲାଭକରି ପରସ୍ପର ବିବାହ କରିନେଇ କେତେକାଳ ଦାମ୍ପତ୍ୟ ଜୀବନ ଉପୋଭଗ କଲେ ।
ଦେବଯାନୀଙ୍କ ସହ ଯଯାତିଙ୍କ ନଗରକୁ
ଶର୍ମିଷ୍ଠା ମଧ୍ଧ ଦାସୀ ହୋଇ ଯାଇଥାଏ ।
ତା ମନରେ ଦେବଯାନୀ ପ୍ରତି ଦ୍ଵେଷ ନ ଥିଲେ ହେଁ
ଋଷିକନ୍ୟା ଯୋଗୁଁ
ସ୍ଵୟଂ ନିଜର ଜୀବନ ନର୍କ ହୋଇଯାଇଥିବାରୁ ଅହେତୁକ ଦୁଃଖ ଥିଲା ।
ଥରେ ଏକାନ୍ତରେ ଯଯାତି ଙ୍କ ସହ ବାଟିକାରେ ମିଶାବାରୁ ଶର୍ମିଷ୍ଠା ରାଜା ଙ୍କୁ ଋତୁଦାନ ହେତୁଅ
ନୁରୋଧ କରନ୍ତେ ରାଜା ରାଜିହୋଇ ତାଙ୍କ ଔରସ ରୁ ତିନୋଟି ପୁତ୍ର ପ୍ରଦାନ କଲେ ।
ସେତେବେଳକୁ ଦେବଯାନୀ ମଧ୍ଧ ଯୋଡ଼ିଏ ପୁଅଙ୍କୁ ଜନ୍ମ ଦେଇ ସାରିଥାନ୍ତି !
କେତେଦିନ ଉତ୍ତାରୁ
ଥରେ ଉଦ୍ୟାନରେ ବୁଲୁଥିବା ସମୟେ
ଦାସୀଗୃହ ନିକଟରେ ତିନୋଟି ରାଜପୁତ୍ର ସମାନ ତେଜୋ ଦିପ୍ତ ବାଳକଙ୍କୁ ଦେଖି ଦେବଯାନୀ
ଆଶ୍ଚର୍ଯ୍ୟ ଚକିତ ହୋଇ ସେମାନଙ୍କ ପିତାମାତା ଙ୍କ ନାମ ଜାଣିପାରି
ମନ ଦୁଃଖରେ ନିଜ ପିତା ଶୁକ୍ରାଚାର୍ଯ୍ୟ ଙ୍କ ଗୃହ ଅଭିମୁଖେ ଯାତ୍ରା କଲେ ।
ଯଯାତି ମଧ୍ଧ ଦେବଯାନୀଙ୍କ ପଚ୍ଛେ ପଚ୍ଛେ ଗୋପନରେ ପଥାନୁସରଣ କରୁଥାନ୍ତି ।
ପିତାଙ୍କ ଆଗରେ ଦେବଯାନୀ ,ଯଯାତି ଙ୍କ ଅକର୍ମ କଥା କହି ଶୁଣାଇଲେ ।
ସେଇଠୁ ଶୁକ୍ରାଚାର୍ଯ୍ୟ କ୍ରୋଧିତ ହୋଇ ଯଯାତି ଙ୍କୁ ଅଭିଶାପ ଦେଲେ
ସେ ରାଜା ତତକ୍ଷଣାତ୍ ବୃଦ୍ଧ ହୋଇଯିବେ ।
ତାହା ହିଁ ହେଲା !!!
ବୃକ୍ଷପତ୍ର ଆଢ଼ୁଆଳରେ ଲୁଚି ଶୁଣୁଥିବା ଯଯାତି
ଯୌବନ ହରାଇ ବାର୍ଧକ୍ୟ ବରଣକଲେ ।
ଯଯାତି ଶୁକ୍ରଋଷିଙ୍କୁ ଅନେକ ସ୍ତୁତି କଲାରୁ
ସନ୍ତୁଷ୍ଟ ହୋଇ ଶୁକ୍ରମୁନୀ କହିଲେ
ତୁମେ ପୁନଃ ଯୌବନ ପ୍ରାପ୍ତ ହେବ କିନ୍ତୁ ଯଦି ତୁମକୁ କେହି ତାର ଯୌବନ ଦେଇ ତୁମ ବାର୍ଧକ୍ୟ ନିଏ ତେବେ !!
ଯଯାତି ନିଜର ପାଞ୍ଚପୁତ୍ରଙ୍କୁ ଅଲଗା ଅଲଗା ଡାକି ନିଜ ଯୌବନ ବଦଳରେ ତାଙ୍କ ବାର୍ଧକ୍ୟ ନେବାକୁ କୁହନ୍ତେ
ଜୈଷ୍ଠ ଚାରିପୁତ୍ର ମନାକରି ଦେଲେ ଏବଂ ପଞ୍ଚମ ତଥା ସବା କନିଷ୍ଠ ପୁତ୍ର ପୁରୁ ଏଥିପାଇଁ ରାଜି ହେଲାରୁ
ଯଯାତି ଖୁସି ହୋଇତାଙ୍କୁ ସମସ୍ତ ରାଜ୍ୟ ପ୍ରଦାନ କରିଦେଲେ । ତେବେ
ଏକ ସହସ୍ର ବର୍ଷକାଳ କାମନା ସୁଖ ଭୋଗ କଲା ପରେ ଯଯାତି ଜାଣିପାରିଲେ ଯେ ମନ ର କାମନା ପୂର୍ତ୍ତି ରେ ପ୍ରକୃତ ସୁଖ ନଥାଏ ।
କାମନା ତୃପ୍ତି ଅସମ୍ଭବ !
ତେଣୁ ଯଯାତି ନିଜ କନିଷ୍ଠ ପୁତ୍ର କୁ ତାର ଯୌବନ ଫେରାଇ ନିଜ ବାର୍ଧକ୍ୟ ନେଇ ବାନପ୍ରସ୍ଥାଶ୍ରମ ନେଇ ଜଙ୍ଗଲ ଅଭିମୂଖେ ଯାତ୍ରା କଲେ ।
ରାଜା ଯଯାତି ଙ୍କ ସେଇ ପାଞ୍ଚପୁତ୍ର ଙ୍କ ବଂଶଧର କାଳକ୍ରମେ
ଏଇଭଳି ବିକଶିତ ତଥା ନାମଧାରଣ କରିଥିଲେ
ଯଦୁ -ଯାଦବ ଜାତୀୟ ଚନ୍ଦ୍ରବଂଶୀ କ୍ଷତ୍ରିୟ
ତୁର୍ବସୁ ଙ୍କ ଠାରୁ ଯବନ,
ହ୍ରୁହୃଙ୍କ ଔରସରୁ ଭୋଜ
ଅନୁଙ୍କ ବଂଶଜ ମ୍ଳେଚ୍ଛ ବୋଲାଇଲେ ଏବଂ ସବା କନିଷ୍ଠ ପୁତ୍ର ପୁରୁଙ୍କ ବଂଶଜ ପ୍ରଶିଦ୍ଧ ପୌରବ ବଂଶୀୟ ସମ୍ରାଟ ମାନେ ପୃଥ୍ଵୀ ପାଳନରେ ବ୍ରତି ହେଲେ ।
ଇତିହାସ ଦୃଷ୍ଟିରୁ ବିଚାରକଲେ
ପୌରବ ନିଶ୍ଚିତ ଭାବେ ଆଜିର ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ରେ ବାସକରୁଥିବା ଲୋକ,
ଯାଦବ ଅହୀର ଜାତୀୟ ଲୋକ
ପୁଣି ଉତ୍କଳ ,କଳିଙ୍ଗ , ଦକ୍ଷିଣଭାରତୀୟ ତଥା ବଙ୍ଗୀୟ ଲୋକେ ପ୍ରାଚୀନକାଳରେ ଉତ୍ତରଭାରତୀୟଙ୍କ ଦ୍ଵାରା ମ୍ଳେଚ୍ଛ ତଥା ଯବନ ବୋଲାଉଥିଲେ !
ଭୋଜ ନିଶ୍ଚୟଁ ଆଧୁନିକ ବିହାର ଛାଡ଼ଖଣ୍ଡର ଲୋକଙ୍କୁ ବୁଝାଏ !!!
ଏ ହିସାରେ ଦେଖିଲେ ଜାତିଗତ ଦୃଷ୍ଟିରୁ ହେଉ ଅବା ପ୍ରାନ୍ତୀୟ ବାଦବିବାଦ ସତ୍ଵେ
ଏହା ଅନେକାଶଂରେ ମହାଭାରତରେ ପ୍ରମାଣ କରାଯାଇ ଅଚ୍ଛି ଯେ
ସମସ୍ତ 'ଭାରତୀୟ' ଭାଷା ପରମ୍ପରା
ସଂସ୍କୃତିରେ ଫରକ ଥିଲେ ସୁଦ୍ଧା ଏକ ବଂଶୋଭବ ! ଅତଏବ ଭଲ ହୁଅନ୍ତା ଭାରତୀୟ ନିଜକୁ ଜାତି ଭେଦରେ ନ ବାଣ୍ଟି ଏକତାର ମାଳାରେ ସଦା ଗୁନ୍ଥୀ ହୋଇ ରୁହନ୍ତେ ।
Subscribe to:
Post Comments (Atom)
ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
Veer Ahir
ReplyDelete