Tuesday, September 27, 2016

ସେ ତ ସ୍ଵଦେଶ ମୋହର- ଶ୍ରୀ ଵିଚ୍ଛନ୍ଦ ଚରଣ ପଟ୍ଟନାୟକ

(ରାଗ ଶଙ୍କରାଭରଣ)

ପ୍ରକୃତି ର ଶୋଭା ଯାର
ଜଗତେ ଅତୁଳ

ସ୍ଵର୍ଗସୁଖୁଁ ବନ୍ଦି ସୂଖ ଦିଏ ଯାହା କୋଳ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।1।

ରତ୍ନାକର ପଦ ଯାର
ଧୁଏ ଅବିରତ
ହିମାଳୟ ମୁକୁଟେ
ଯା ଶିର ସୁଶୋଭିତ
ସେ ତ ସ୍ଵଦେଶ ମୋହର
ଧରଣୀ ର ମଥାମଣି ଗୌରବ ର ଘର ।2।

କ୍ଷୀର ସମ ନୀର ବହି ନଦୀରେ ଯେ ଭୂଇଁ
ଜନନୀ ସମାନ ସୁତ ସୁତାଙ୍କୁ ପାଳଇ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।3।

ସୁମଧୁର ଫଳ ଧରି ଯାର
ତରୁଗଣ
ପୋଷୁଛନ୍ତି ଚିରକାଳ
ଜୀବ ଅଗଣନ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।4।

ସୁଗନ୍ଧ ପୁଷ୍ପମାନ ଯାର ଫୁଟି ଦିବା ରାତି
ଭୂତଳରେ ତାରାମାଳ
ପରାଏ ଶୋହନ୍ତି
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବ ର ଘର ।5।

ବିଲ ,ବନ ,ଗିରି ଯାର
ଶ୍ୟାମଳ ସୁନ୍ଦର
ମହୁ ଖାଇ ଫୁଲେ ଯାର
ଘୁମାଏ ଭ୍ରମର
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।6।

ବସୁଧାର ଗନ୍ତାଘର ଯାହା ଧନେ ଧନୀ
ଧର୍ମ ର ଆଲୁଅ ଦେଲେ
ଜଗତେ ଯା ଜ୍ଞାନୀ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣୀ ଗୌରବର ଘର ।7।

No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...