Sunday, September 4, 2016

ଓଡ଼ିଆ ଭାଷାର ବିଶେଷତ୍ବ

ହିନ୍ଦୀ ଓ ବଙ୍ଗଳା ଭାଷାରେ ସଂସ୍କୃତରୁ ଗୃହୀତ ହୋଇଥିବା ଅକାରାନ୍ତ ଶବ୍ଦ ର ଶେଷ ବର୍ଣ ଯେପରି ବିକୃତ ହୋଇ ହଳନ୍ତ ବର୍ଣବତ୍ ଉଚ୍ଚାରିତ ହୁଏ ,
ଓଡିଆ ଭାଷାରେ ସେପରି ହୁଏ ନାହିଁ ।
ଏହା ହିଁ ଓଡିଆ ଭାଷା ର ପ୍ରଧାନ ବିଶେଷତ୍ଵ ।
ମନୁଷ୍ୟ ପ୍ରକୃତି ପ୍ରଭାବରୁ ଯେଉଁସବୁ ଧ୍ଵନି ଉଚ୍ଚାରଣ କରିପାରେ,
ସଂସ୍କୃତଭାଷାର ମୌଳିକ ବର୍ଣସମୂହ ବୈଜ୍ଞାନିକ ନିୟମରେ ସେହିପରା ଧ୍ଵନି ଉପରେ ପ୍ରତିଷ୍ଠିତ ।
ଅନ୍ୟ କୌଣସି ଭାଷାରେ ମୌଳିକ ଧ୍ଵନି କୁ ଅବଲମ୍ଭନ କରି ଏପରି ବର୍ଣ ସୃଷ୍ଟି ହୋଇ ନ ଥିବା କଥା ଆଧୁନିକ ଭାଷାତତ୍ଵବିତ୍ ପଣ୍ଡିତମାନେ ସ୍ଵୀକାର କରି ଅଛନ୍ତି ।
ଭାରତ ର ପ୍ରାଦେଶିକ ଆର୍ଯ୍ୟ ଭାଷା ମାନଙ୍କ ମଧ୍ଧରେ ଓଡିଆ ଭାଷା ହିଁ ଏ ବିଶେଷତ୍ଵ କୁ ଅକ୍ଷୁର୍ଣ ଭାବରେ ରକ୍ଷା କରିପାରିଅଛି ।
ସଂସ୍କୃତ ଭାଷାରେ ନ ଓ ଣ ,ଜ ଓ ଡ଼ , ତ ଓ ଢ଼ .ଶ ଓ ସ ,ଜ ଓ ଯ ଏହି ସଦୃଶ ବର୍ଣ ମାନଙ୍କର ଉଚ୍ଚାରଣରେ ଯେଉଁ ବିଶେଷତ୍ଵ ପରିଲକ୍ଷିତ ହୁଏ !
ଓଡ଼ିଆ ଭାଷା ଅଶିକ୍ଷିତ ଲୋକେ ମଧ୍ଧ ସେହି ବିଶେଷତ୍ଵ ରକ୍ଷା କରି ଶବ୍ଦମାନଙ୍କର ଉଚ୍ଚାରଣ କରନ୍ତି ।
ଭାରତରେ ଅନ୍ୟ ଭାଷାପେକ୍ଷା ଓଡିଆରେ ଶବ୍ଦ ସଂଖ୍ୟା ଅଧିକ । ଭାବ ପ୍ରକାଶର ସୁବିଧା ପାଇଁ ପ୍ରାଚୀନ ଉତ୍କଳୀୟ କବିମାନେ ସଂସ୍କୃତ ଭାଷାରୁ ଶତାଧିକ ଶବ୍ଦ ଓଡ଼ିଆ ଭାଷାରେ ପ୍ରଚଳନ କରାଇ ଥିଲେ ।
ପୁଣି ରାଜନୈତିକ କାରଣରୁ ହିନ୍ଦୀ ବାଂଗ୍ଲା ତେଲୁଗୁ ମଲାୟାଲମ ଭାଷାର ଶତ ଶତ ଶବ୍ଦ ଓଡ଼ିଆ ଭାଷାରେ ଆସି ମିଶିଛି ।
ବାଲେଶ୍ଵର ଭଦ୍ରକ ,ଗଞ୍ଜାମ ଗଜପତି ରାୟଗଡ଼ା, ମାଲକାନଗିରି  କଳାହାଣ୍ଡି ,ସମ୍ବଲପୁର ବରଗଡ଼ ମୟୁରଭଞ୍ଜ ରେ ଗୋଟିଏ ସାଧାରଣ ପ୍ରଚଳିତ ଶବ୍ଦ ନିତାନ୍ତ ପକ୍ଷରେ ଚାରିଗୋଟି ରୂପ ଧାରଣ କରିବାର ଦେଖାଯାଏ ।
ଓଡିଆ ଭାଷା ଭିନ୍ନ ଭିନ୍ନ ଅଞ୍ଚଳ ରେ କୁହାଯାଉଥିବା ଆକାର ଅନୁସାରେ କେତେଗୁଡ଼ିଏ ସ୍ଵତନ୍ତ୍ର ଭାଷା ବା Dialect ରେ ପରିବର୍ତ୍ତିତ ନ ହୋଇ ଗୋଟିଏ ମୌଳିକ ଭାଷା ରୁପେ ରହିଅଛି ଏଣେ ହିନ୍ଦୀ ବଙ୍ଗଳା ରେ ଅନେକ ଉପଭାଷା ଥିବା ପରିଲକ୍ଷିତ ହୁଏ ।
କେବଳ କେତେବ ଜିନିଷ ବସ୍ତୁ ର ନାମ ଭିନ୍ନ ଭିନ୍ନ ଅଞ୍ଚଳରେ ଅଲଗା ଥାଏ
ଏହା ଓଡିଆ ଭାଷା ର ଗୋଟିଏ ବିଶେଷତ୍ଵ ।

2014 ରେ ହିନ୍ଦୀ ବଙ୍ଗଳା ମରାଠୀ ଗୁଜରାତୀ ଆଦି ଧନିକ ଶ୍ରେଣୀୟ ଲୋକଙ୍କ ଭାଷାଗୁଡ଼ିକୁ ଉପେକ୍ଷା କରି ଭାରତ ସରକାର ଓଡିଆ ଭାଷାକୁ Classical languagge ର ସମ୍ଭାନ ପ୍ରଦାନ କରିଥିଲେ  ।
ଭାରତରେ ଏଯାଏଁ କେବଳ 6 ଟି ଭାଷାକୁ କ୍ଲାସିକାଲ ଅର୍ଥାତ୍ ମୌଳିକ ଭାଷାର ଷ୍ଟାଟସ୍ ମିଳିଛି !
ଚାରୋଟି ଦ୍ରାବିଡଭାଷା ,ସଂସ୍କୃତ ଏବଂ ଓଡ଼ିଆ ଏକମାତ୍ର ଆଧୁନିକ ଆର୍ଯ୍ୟଭାଷା ଭାବେ ଏହି ଗୌରବର ଅଧିକାରୀ ହୋଇଛି ।
ବର୍ତ୍ତମାନ ଆମ୍ଭମାନଙ୍କର ପ୍ରଧାନ କର୍ତ୍ତବ୍ୟ ଚାଲ ଆମ୍ଭେମାନେ ଆମ ମାତୃଭାଷାକୁ ଆହୁରି ଅଧିକ ଗୁରୁତ୍ଵ ଦେବା !
ହିନ୍ଦୀ ଇଂଙ୍ଗ୍ରାଜୀ ପିରତୀ ଛାଡ଼ି ଓଡ଼ିଆରେ ଲେଖିବା କହିବା
ଓଡିଆ ପଢ଼ିବା ,ଓଡିଆ ପଢ଼େଇବା !!
[[ଅଧିକାଂଶ ତଥ୍ୟ ପୂର୍ଣଚଂଦ୍ରଭାଷାକୋଷରୁ ସଂଗୃହିତ ହୋଇ ଅଛି ]]

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...