Tuesday, September 6, 2016

କ୍ଷେତ୍ରବାଦୀ:- ତୁମେ ହେଲେ ଲୀଳା ଆମେ କହିଲେ କୀଳା

ଶାନ୍ତିପୂର୍ଣ ଜୀବନଯାପନ ଏ ଦେଶରେ
ଅତି ଦୁଷ୍କର କଥା ହୋଇଗଲାଣି ।

କେହି ଏଠି ଧର୍ମ ଜାତି ନାଆଁରେ ଲଢ଼ୁଛି ତ କେହି କେହି ଦିନଯାକ ପାର୍ଟି ନାମରେ ରାଜନୀତି କରି ରାତିକୁ ପଲଉ ବିୟର ର ପାର୍ଟି କରିଥାନ୍ତି !
ଏମିତି ଏକ ସଂବେଦନଶୀଳ ବିଷୟ ହେଲା କ୍ଷେତ୍ରବାଦ ବା ପ୍ରାନ୍ତବାଦ !

ଭୂମିଖଣ୍ଡ ବିଶେଷକୁ ନେଇ ବ୍ୟକ୍ତିର ସ୍ଵାଭିମାନ ଯେତେବେଳେ ଶୁକ୍ଷ୍ମ ଅଭିମାନରେ ପରିଣତ ହୁଏ ସେ କ୍ଷେତ୍ରବାଦୀ ,ପ୍ରାନ୍ତବାଦୀ ,ମୌଳବାଦୀ ହୋଇଯାଏ ।
ମୁଁ ଅନେକ ଦିନ ହେବ ଗୁଜରାଟ ରାଜ୍ୟରେ ରହୁଛି । ଏଠାକା ଲୋକେ ସେତେଟା ମୌଳବାଦୀ ନହେଲେ ହେଁ ବେଳେବେଳେ ଘୃଣାବସତଃ ଓଡ଼ିଆ ଲୋକଙ୍କ ଦେଖିଲେ ମାଲିଆ କହିଥାଅନ୍ତି ।
ଏହାକୁ କ୍ଷେତ୍ରବାଦ କହିବାଟା ନିହାତି ଅଯୁକ୍ତି ଯୁକ୍ତ କଥା !

ଉତ୍ତରପ୍ରଦେଶ ,ମଧ୍ୟପ୍ରଦେଶ ବିହାର ଆଦି ରାଜ୍ୟରେ ପ୍ରାଚୀନକାଳେ ବାସକରୁଥିବା ଲୋକେ ପୂର୍ବଭାରତୀୟ ପଶ୍ଚିମଭାରତୀୟଙ୍କୁ ନିଷାଦ, ଯବନ ଆଦି ନିଜ ଧର୍ମଶାସ୍ତ୍ର ଗୁଡ଼ିକରେ ଆଖ୍ୟାଦେଇଥିଲା ବେଳେ ଦକ୍ଷିଣଭାରତୀୟଙ୍କୁ ଅନାର୍ଯ୍ୟ କହୁଥିବା ଜଣାଯାଏ ।
ପୂର୍ବଭାରତୀୟ ,ପଶ୍ଚିମ ଭାରତୀୟ ତଥା ଦକ୍ଷିଣଭାରତୀୟ ବେପାରୀଜାତି ,
ବ୍ରାହ୍ମଣସମାଜ ଦ୍ଵାରା
ପ୍ରାଚୀନକାଳରେ ଭାରତର ପୁରାତନ ସଭ୍ୟତା ସଂସ୍କୃତି ଏସିଆ ,ଆଫ୍ରିକା, ୟୁରୋପ ରେ ପ୍ରଚାରିତ ହୋଇଥିବା ଏବେ ପ୍ରାଚୀନ ସଂସ୍କୃତି ସବୁର ପ୍ରତ୍ନତାତ୍ଵିକ ଖନନରୁ ପ୍ରମାଣିତ ହୋଇସାରିଛି ।

କିନ୍ତୁ ଉତ୍ତରଭାରତୀୟ ମୌଳିବାଦୀ ମାନେ ଇର୍ଷା ଦ୍ଵେଷ ଘୃଣା ରେ ନୂଆ କାହାଣୀଟିଏ ପୁରାଣରେ ଯୋଡ଼ିଦେଲେ କଣ ନା

ଅଗସ୍ତ୍ୟ ଋଷି ସାଗର ପାନ କରି ଦେଇ ଥିଲେ ଫଳରେ ତାଙ୍କ ଯୋଗୁଁ ସାରା ବିଶ୍ଵ ଜନତା ସୁସଂସ୍କୃତ ହୋଇଗଲେ ।

ଏ ସବୁ ଗୁଲିଗପ ଲେଖିଥିବା ଉତ୍ତରଭାରତୀୟ ପ୍ରାଚୀନ ପଣ୍ଡିତ ମାନେ ମଧ୍ୟଁ
କ୍ଷେତ୍ରବାଦୀ ନୁହଁନ୍ତି ।

ଏମାନେ କେହିବି କ୍ଷେତ୍ରବାଦୀ ମୌଳିବାଦୀ ସନ୍ତ୍ରାସବାଦୀ ନୁହଁନ୍ତି
ହେଲେ ଯେତେବେଳେ ଓଡ଼ିଆ ଲୋକ ଜଣେ ବ୍ୟଙ୍ଗ ବିଦ୍ରୃପର ଶିକାର ହୋଇ ନିଜ ରାଜ୍ୟର ମହିମା କହି ବସେ
ସେ ତତ୍ କ୍ଷଣାତ୍ କ୍ଷେତ୍ରବାଦୀ ହୋଇଯାଏ ।

ମରାଠୀ ଜୟ ମହାରାଷ୍ଟ୍ର କୁହନ୍ତୁ,
ଯେତେବେଳେ ଜଣେ ପଞ୍ଜାବୀ ସିଁହ ଇଜ କିଙ୍ଗ କହିପାରନ୍ତି ,
ଉତ୍ତରଭାରତୀୟ ହର୍ଷ ଚନ୍ଦ୍ରଗୁପ୍ତ ,ଅଶୋକ ଙ୍କୁ ନେଇ ଗର୍ବ କରିପାରିବେ
କିନ୍ତୁ ଓଡ଼ିଆ ଟେ ଓଡ଼ିଶା ବିଷୟରେ କହିଲା ଅର୍ଥ ସେ ଆତଙ୍କବାଦୀ ଦେଶଦ୍ରୋହୀ ହୋଇଗଲା ।

ମୁଁ ଭାବିପାରୁନି ଇଏ କି ଭଳି ଚିନ୍ତାଧାରା ?
ଯଦି ଓଡ଼ିଆମାନଙ୍କୁ ଏତେ ଘୃଣା ଭାରତରୁ ଅଲଗା କରିଦେଉନାହାନ୍ତି ।
ମୋତେ ବେଳେ ବେଳେ ଲାଗେ ଓଡିଶା ଟା ଭାରତର ରାଜ୍ୟ ନୁହେଁ ଗୋଟିଏ ଉପନିବେଶ...

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...