Monday, September 19, 2016

କୋକୁଆ ଭୟ

ଗତବର୍ଷ ଖରାଦିନେ ଗାଆଁ ଲୋକେ ଖୁବ ହଇରାଣ ହରକତ ହୋଇଯାଇଥିଲେ ।
ଏକେ ତ ମରୁଡି ପଡ଼ି ରାଜ୍ୟ ଟା ସାରା ଲୋକେ ଦହଗଞ୍ଜ ହେଉଥାନ୍ତି ଏଣେ କରେଣ୍ଟ ବାରମ୍ବାର ଯାଉଥାଏ ଇଚ୍ଛା ହେଲେ ଆଉଥାଏ ।
ମଈ ମାସ ରେ ହଟାତ୍ ଦିନେ କୁଆଡ଼ୁ ଗୋଟାଏ ଅଦୃଶ୍ୟ ଜୀବ ର ଅଦ୍ଭୁତ ସ୍ଵର ଯୋଗୁଁ ଗାଆଁଯାକ କୋକୁଆ ଭୟ ରେ ଡରିଯାଇଥିଲେ ।
କିଏ କହିଲା ଜୀବ ଟା ଗୋଟାଏ ଜଙ୍ଗଲୀ ପକ୍ଷୀ ତ କେହି କେହି ବୁଢ଼ା ଲୋକ କଳିଯୁଗ ଅନ୍ତ ହେବା ତଥା
ଏଇ ଶବ୍ଦ ସବୁ କାଳପୁରୁଷ ଯୋଗୁଁ ବୋଲି କହୁଥାନ୍ତି ।
ଘରୋଇ ଟିଭି ଚ୍ୟାନେଲ ଗୁଡ଼ିକରେ ଭୂତକୋଠି ଫିଲ୍ମଠାରୁ ମଧ୍ଧ ଶହେଗୁଣ ଭୟାନକ ସିରିଏଲ ଦେଖି ହଜମ କରି ଦେଉଥିବା ବ୍ୟକ୍ତି ବିଶେଷ କେତେଜଣ ଏସବୁ ଅତୃପ୍ତ ଆତ୍ମା ର କରାମତି କହି ବୁଲୁଥିଲେ ।
ଅଧିକାଂଶ ଲୋକେ ବିଭିନ୍ନ କଳ୍ପନାଜଳ୍ପନା ଭିତରେ ବୁଡ଼ିରହିଥିଲା ବେଳେ
ଗାଆଁର କିଛି ସାହସୀ ବୁଦ୍ଧିମାନ ଯୁବକ
ଅନ୍ଧବିଶ୍ଵାସ ରେ ନ ଭୂଲି ସତ କଣ ଜାଣିବା ପାଇଁ ରାତିରେ ଗାଆଁ ଜଗିବାକୁ ମନସ୍ତ କଲେ ।
ଦଳ ଗଠନ ହୋଇଗଲା

ଟୋକାଏ ସଂଧ୍ୟାହେଲା ମାତ୍ରେ ଗାଆଁ ର ଯୋଉ ଯୋଉ ଯାଗାରେ
ଏ ଶବ୍ଦ ସବୁ ପୂର୍ବରୁ ଶୁଣାଯାଇଥିଲା
ସେଠି ପହରା ଦେବା ଆରମ୍ଭ କରିଦିଅନ୍ତି ।

ଏଇମିତି କେତେ ଦିନ ଆଉ ଅଦ୍ଭୁତ ଅଜଣା ଜୀବର ଶବ୍ଦ ଶୁଣାଯାଇନଥିଲା !

ସେଦିନିଆ ଘର ଲୋକଙ୍କ ବାରଣ ସତ୍ଵେ ରବି ଓ ସଂଜୟ ଦିନେ ସଂଧ୍ୟା
ବେଳେ ପୋଖରୀ ପାଣି ଯାଇଥାନ୍ତି ।

ରବି ସଂଜୟ କୁ ପଡ଼ିଆରେ ଝାଡ଼ାଫେରୁଥିବା ସମୟରେ
ଅଳ୍ପ ହସି କହିଲା
'ଜାଣିଲୁ ସାଙ୍ଗ ଗୋଟାଏ ଜୀବ ଯୋଗୁଁ ଗାଆଁ ଲୋକେ ଡରିମରି ଅଛନ୍ତି ।'
ସେଇଠୁ ସଂଜୟ ରବି ଉପରେ ଚିଢ଼ିଗଲା

ସଞ୍ଜୟ:- ତୁ ଯୋଉ କାମ କରିବାକୁ ଆସିଛୁ
ଆଗେ ସେଇଟା କରିନେ
ସଂଧ୍ୟା ବେଳଟାରେ
କାହିଁକି ସେ ଭୂତଫୁତ କଥା କହୁଛୁ କହିଲୁ ?
ରବି କିନ୍ତୁ ମାନିବା ଜନ୍ତୁ ନୁହେଁ ।

ସେମାନେ ଫେରିଲା ବେଳେ ବଢ଼େଇବନ୍ଧ ପାଖ ତାଳମୂଳେ
ରବି କୌତୁକ ବଶତଃ
ଗୋଟାଏ ଅଦଭୂତ ରାବଟାଏ
ରାବିଦେଲା....

ଜେନାଘର ତଳମୁଣ୍ଡରେ
ଦଳପିଲା
କେତୁଟା ଥିଲେ ।
ଶବ୍ଦ ଶୁଣି
ଠେଙ୍ଗା ବାଡ଼ି ଧରି ସେ ଆଡ଼କୁ ଦୌଡ଼ିଲେ ।

ଏତେ ଟୋକାଙ୍କୁ ଠେଙ୍ଗା ଟର୍ଚ୍ଚ ଧରି ଆସୁଥିବାର ଦେଖି
ରବି ର ସବୁ ହସ ମଜା ଗପ ହଜିଗଲା ।
ଦଳପିଲା ଙ୍କ ଆଗରେ
ସବୁ ସତକଥା କହିଲାରୁ ଯାହା ତାକୁ ଛଡ଼ାଗଲା !

ଏଇମିତି ପୁଣି କିଛିଦିନ ବିତିଯାଆନ୍ତେ
....

ଥରେ ପରଜଙ୍ଗ ଇଲେକ୍ଟ୍ରିକାଲ ସବ୍ଷ୍ଟେସନରେ
କୌଣସୀ ଯାନ୍ତ୍ରିକ ତ୍ରୃଟି ଯୋଗୁଁ
3 ଦିନ କରେଣ୍ଟ ଆସିନଥିଲା ।

ସେଦିନ ସଂଧ୍ୟାବେଳେ
ପାର୍ଟିପିଲା
ସାହୁଘର ଧାନଖେତ ପାଖ
ଚଲାରାସ୍ତା କଡ଼କୁ ଲାଗି ଉଠିଥିଲା
ଚାକୁଣ୍ଡାଗଛ ମୂଳରେ ବସି
ବାଦମ ମୁଢ଼ୀ ଚୋବାଉଛନ୍ତି !

ଏତିକିବେଳେ
ନୂଆ କ୍ରିକେଟ ପିଚ୍ ପାଖରୁ ଏକ ଅଦଭୂତ ଶବ୍ଦ ଶୁଣାଗଲା
ଟୋକାଏ ସବୁଛାଡ଼ି
ଦୁଇଦଳ ହୋଇ
ଦିଆଡ଼ିଆ ଦୌଡ଼ିଲେ !

ଜୀବଟାକୁ ଚାରିଆଡ଼ିଆ ଘେରିଗଲା ପର
ଜଣାଗଲା
ସେଇଟା
ପ୍ରକୃତରେ ଭୂତ ନୁହେଁ ମଣିଷପିଲା

କିନ୍ତୁ ଯୋଗକୁ ତାକୁ
ଧରିବାରେ କି ଚିହ୍ନିବାରେ
ସଫଳହେବା ପୂର୍ବରୁ
ସେ ଲୋକ ବା ପିଲାଟା
ସେଠୁ କୌଶଳରେ ଖସି ପଳାଇବାରେ ସଫଳ ହେଲା । ତା ପଛରେ ଦୌଡି ଦୌଡି ଦଳ ପିଲାଏ
ଅକ୍ରୃତକାର୍ଯ୍ୟ ହେଲେ ସତ
ତେବେ ସେମାନେ ସନ୍ଦେହକଲେ
ଉପରସାହି ପିଲାଏ,ଟୋକାଏ
ଲୋକଙ୍କୁ ଡରେଇବାକୁଏଭଳି କୌତୁକ କରୁଛନ୍ତି ।
କାରଣ ସେ ଯୋଉ ପିଲାଟି ଦଉଡୁଥିଲା
ସିଏ ଆଉକେହି ନୁହେଁ
ଉପରସାହିର ଦଉଡ ଚମ୍ପିଆନ
ରାଉତଘର ସାନପୁଅ ମାଧୁ ପରି ଦେଖା ଯାଉଥିଲା ।
ପରେ କଅଣ ହେଲା
ଠିକ ସେ ଜଣା ନ ଗଲେ ହେଁ
ରାଉତଘର ବୋହୂଙ୍କ ସହ ଦିନଟେ
ଦେଖା ହେଲାରୁ
ମାଧୁ ବୋଉ କୃତ୍ରିମ କ୍ରୋଧ
ମିଶା କଣ୍ଠରେ କହିଲେ

"କିହୋ ଏ ଗାଆଁ ଲୋକେ
ମୋ ପୁଅଟାକୁ ସବୁକଥା ରେ
ଦୋଷୀ କରିବେ
ଆଉ ଆମେ ମାନିବାକୁ ବାଧ୍ୟ ନୁହେଁ ।
ସେ ଭଲ ଦଉଡେ ବୋଲି କାଲିକୁ
ତମ ଘରମାନଙ୍କରେ ଚୋରୀ ହେଲେ
ତେମେ ତାକୁ ଚୋର କହିବ
ଆମେ ମାନିଯିବୁ ନା କଅଣ ବା ?

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...