ପୃଥିବୀର ଉତ୍ପତ୍ତି କେବେ ଓ କେମିତି ହୋଇଥିଲା 
ଏ ପ୍ରଶ୍ନ ର ଉତ୍ତର ମନୁଷ୍ୟ ଜାତି କେଉଁ ଆବାହମାନ କାଳରୁ ଖୋଜି ଆସିଛି । 
ପଶ୍ଚିମ ସଭ୍ୟତା ବୁଦ୍ଧିଜୀବୀ ମଧ୍ୟ ଏ ଶବ୍ଦର ଉତ୍ତର ଖୋଜୁଥାନ୍ତି ।
ଜଣେ ଆଇରିସ୍ ବିଦ୍ଵାନ ଜେମସ୍ ଓସର୍ ବାଇବେଲ୍ ର ଐତିହାସିକ ତଥ୍ୟ କୁ ଭିତ୍ତି କରି
1630ରେ ମତ ଦେଲେ ଯେ 
ପୃଥିବୀର ଉତ୍ପତ୍ତି ଯଥା ସମ୍ଭବ ଖ୍ରୀ ପୂ 4004 ରେ ହୋଇଥିଲା ।
ସେତେବେଳେ ଅନେକ ଲୋକ ଏକଥାକୁ ମାନିଲେ ମଧ୍ୟ ଏବଂ 16ଶହ ମସିହା ବେଳକୁ 
ପଶ୍ଚିମ ବିଶ୍ଵ ପୃଥିବୀର ଆୟୁ ମାତ୍ର 6000 ବର୍ଷ ବୋଲି ବିଶ୍ଵାସ କରୁଥିଲା ।
16ଶହ ରୁ ସତର ଶହ ଶତାବ୍ଦୀ ମଧ୍ୟରେ ବିଶ୍ଵର 
ଆଉ କେତେକ ପ୍ରାଚୀନ ସଭ୍ୟତା ବିଷୟରେ 
ଐତିହାସିକ ଅନୁସନ୍ଧାନ ହେଲା  ଏବଂ ସେ ସମୟର ବିଦ୍ଵାନ ମାନେ ଦେଖିଲେ ଯେ ତନ୍ମଧ୍ୟରୁ ଅଧିକାଂଶ ସଭ୍ୟତା 6000 ବର୍ଷ ମଧ୍ୟରେ ଗଢି ଉଠିଥିଲା ।
17ଶହ ଶତାବ୍ଦୀରେ ବିଜ୍ଞାନ ବିଶେଷ କରି ଭୂବିଜ୍ଞାନ କ୍ଷେତ୍ରରେ ବହୁତ ପ୍ରଗତି ହେଲା ।
ପୃଥିବୀର ମୃର୍ତ୍ତିକା ଓ ପଥର ଗୁଡିକ ଆଜିର ଅବସ୍ଥାରେ ପହଞ୍ଚିବାକୁ କୋଟି କୋଟି ବର୍ଷ ଲାଗିଯାଇଛି ଏକଥା ଜଣେ 
ଭୂବୈଜ୍ଞାନିକ ଜେମସ୍ ହଟନ୍(1724-1797)
ନିଜର ଗବେଷଣାରେ ଦୁନିଆ କୁ ପ୍ରଥମେ ଜଣେଇ ଦେଇଥିଲେ (1785ରେ) ।
ସେ କହିଲେ ଯେ ପୃଥିବୀର ବୟସ ମାତ୍ର 
6000 ବର୍ଷ ନୁହେଁ ବରଂ ଏହା ଅପେକ୍ଷାକୃତ 
ଅଧିକ ପ୍ରାଚୀନ .....
କିନ୍ତୁ ବହୁତ ବର୍ଷ ଯାଏଁ 
ପଶ୍ଚିମ ସଭ୍ୟତା ଏକଥା ମାନିବାକୁ 
ରାଜି ହୋଇନଥିଲା କାରଣ 
ବାଇବେଲ୍ ର କଥାକୁ 
କାଟିବାକୁ କାହାର ସାହସ ହୋଇନଥିଲା ।
1833ରେ ଆଉ ଜଣେ ଭୂବୈଜ୍ଞାନିକ 
ଚାର୍ଲ୍ସ ଲାୟଲ(1797-1875)
ତିନିଭାଗରେ ନିଜର ଗବେଷଣା ପୁସ୍ତକ ପ୍ରକାଶିତ କରିଥିଲେ ଏବଂ ସେଥିରେ ସେ 
ହଟନ୍ ଙ୍କର ସିଦ୍ଧାନ୍ତ କୁ ସମର୍ଥନ ମଧ୍ୟ ଜଣାଇଥିଲେ ।
ଜଣେ ଡଚ୍ ବୈଜ୍ଞାନିକ ଜର୍ଜସନ୍ ଟେମସନ(1788-1865)
ଆହୁରି ସ୍ପଷ୍ଟ ଶବ୍ଦରେ କହିଲେ 
“ଏବେ ଆମେ ଲୌହ ଯୁଗରେ ଅଛେ,
ଏହା ପୂର୍ବରୁ ଆମେ କାଂସ୍ୟ ଯୁଗରେ ଥିଲେ 
ଏବଂ ତା ପୂର୍ବରୁ ପାଷାଣ ଯୁଗରେ”
1860 ରେ ଫ୍ରେଞ୍ଚ ଜୀବାସ୍ମ ବୈଜ୍ଞାନିକ 
ଏଡୁଆର୍ଡ୍ ଆରମଂଡ୍ ଲୈହରେଟ(1801-1871)
ଙ୍କୁ ଏକ ଗୁମ୍ଫାରେ ମୈମଥ୍(ବିଶାଳ ପ୍ରାଚୀନ ହାତୀ)ର ଭୀମକାୟ ଦାନ୍ତ ମିଳିଲା । ମୈମଥ୍ ହାତୀ ଜାତୀୟ ଜୀବ ଓ ହଜାର ହଜାର ବର୍ଷ ତଳେ ସେମାନେ ଲୁପ୍ତ ହୋଇଯାଇଛନ୍ତି ।
ପରେ ସେଇ ସ୍ଥାନରେ ଆଉ ଏକ ଗୁମ୍ଫାରୁ 
ମୈମଥ୍ ର ଅନେକ କଙ୍କାଳ ମିଳିବା ସହ 
ତା’ର ଗୁମ୍ଫା ମଧ୍ୟରେ ଅଙ୍କିତ ଚିତ୍ର ମଧ୍ୟ ମିଳିଲା । ଗୁମ୍ଫାରେ ବାସକରୁଥିବା ମନୁଷ୍ୟ ମାନେ 
ନିଶ୍ଚିତ ଭାବରେ ସେ ବିଶାଳକାୟ ଜୀବଗୁଡି଼କୁ ଦେଖିଥିବେ ଏବଂ ତାକୁ ଦେଖି ଚିତ୍ର କରିଥିବେ ।
ଫଳରେ ବୈଜ୍ଞାନିକ ମହଲରେ
ଏ ଧାରଣା ଆହୁରି ଦୃଢ଼ ହେଲା ଯେ 
ପ୍ରାକ୍-ଐତିହାସିକକାଳର ମାନବ ବହୁତ ପୂର୍ବରୁ 
ପୃଥିବୀରେ ରହିଆସୁଛନ୍ତି ।
ସେତେବେଳେ ସେମାନେ 
ପାଷାଣ ଯୁଗକୁ ତିନି ଭାଗରେ ବାଣ୍ଟିଲେ 
୧.ପ୍ରାଚୀନ ପାଷାଣ ଯୁଗ 
୨.ମଧ୍ୟ ପାଷାଣ ଯୁଗ 
୩.ନବୀନ ପାଷାଣ ଯୁଗ
1879ରେ ସ୍ପେନୀୟ ଭୂ ବୈଜ୍ଞାନିକ 
ମାରସିଲିନୋ ଡୁ ସୋତୁଲୁଙ୍କ ଦ୍ଵାରା ଆଉକିଛି
ପ୍ରାଚୀନ ଗୁମ୍ଫା ଚିତ୍ର ମିଳିଥିଲା 
ତେବେ ସେତେବେଳକୁ 
ପଶ୍ଚିମ ବିଶ୍ଵ ବିଜ୍ଞାନ ର ଦୃଷ୍ଟିରେ 
ଦୁନିଆ କୁ ଦେଖିବା ଆରମ୍ଭ କରିଦେଇଥିଲା ।
ଜେମସ୍ ହଟନ୍ ଙ୍କ ସମୟରେ ପଶ୍ଚିମ ବିଶ୍ଵ 
ପୃଥିବୀର ବୟସ ବାଇବେଲ୍ ଅନୁଯାୟୀ 
6000 ବର୍ଷ ଆକଳନ କରିପାରିଥିଲା 
କିନ୍ତୁ 
ବିଜ୍ଞାନ ବଳରେ ସେ ଆଜି 
ଜାଣି ପାରିଛି ଯେ 
ପୃଥିବୀର ବୟସ ପ୍ରାୟ 450.କୋଟି ବର୍ଷ ଏବଂ
ଏହି ସମୟକାଳକୁ ଯଦି ଏକ ଘଣ୍ଟା ହିସାବରେ
ଦେଖାଯାଏ ତେବେ ଆମେ 
ସହଜରେ ଜାଣିପାରିବା ଯେ 
 ମଣିଷ ତହିଁରେ ମାତ୍ର କିଛି ମିନିଟ ର ଅଧିକାରୀ ହୋଇଛି ।
No comments:
Post a Comment