Sunday, December 31, 2017

●●●●ଭାରତରେ ତଥାକଥିତ ହିନ୍ଦୁ ନଵଵର୍ଷ ଥାଉଥାଉ ଦେଶର ଅଧିକାଂଶ ଅଞ୍ଚଳରେ ମହାଵିଷୁଵ ପଣାସଂକ୍ରାନ୍ତି ଦିନରେ ନଵଵର୍ଷ କାହିଁକି ପାଳିତ ହୋଇଥାଏ ●●●●

ଆଜିକାଲି ଉତ୍ତର ଭାରତୀୟ ହିନ୍ଦୁ ରାଷ୍ଟ୍ରଵାଦୀ ମାନେ ପ୍ରତିବର୍ଷ ଇଂରାଜୀ ନଵଵର୍ଷ ଆସିଲେ
କୁହନ୍ତି ଯେ ଚୈତ୍ର ଶୁକ୍ଳ ପ୍ରତିପଦା ଆମର ଜାତୀୟ ନଵଵର୍ଷ ପୁଣି ହିନ୍ଦୁମାନଙ୍କର ମଧ୍ୟ ନଵଵର୍ଷ କିନ୍ତୁ 
ଏଠାରେ କିଛି କଥା ଜାଣିନେଲେ ଭଲ ହେବ
ପ୍ରଥମତଃ
ଭାରତର ଜାତୀୟ କାଳଦର୍ଶିକା ଵା କ୍ୟାଲେଣ୍ଡର
ଶକ୍ କାଳଦର୍ଶିକା ଅଟେ
ବିକ୍ରମୀ ସଂଵତ୍ ନୁହେଁ ଏବଂ ଯଦି
ଭାରତର ଆଧୀକାରିକ କ୍ୟାଲେଣ୍ଡର ଵିକ୍ରମୀ ସଂଵତ୍ ଆଧାରିତ ନୁହେଁ ତେବେ ଭାରତର
ରାଷ୍ଟ୍ରୀୟ ନଵଵର୍ଷ ଟି ଵିକ୍ରମୀ ସଂଵତ୍ ଅନୁସାରେ କେମିତି ହେଵ ?
ଏହାର ଉତ୍ତର ବୋଧହୁଏ
ଉଭୟପ୍ରକାରର କାଳଦର୍ଶିକାର  କିଛି କିଛି ଉପାଦାନ ନେଇ ଭାରତୀୟ ମାନକ କାଳଦର୍ଶିକା ର ମୂଳଦୁଆ ରଖାଯାଇଛି ।
ପୁନଶ୍ଚ ଵିକ୍ରମୀ ସଂଵତ୍ ଟି ଯୋଉ କୁହାଯାଉଛି
ଯେ ହିନ୍ଦୁ ନଵଵର୍ଷ ତାହା ସତ୍ୟ ହୋଇପାରେ କିନ୍ତୁ ତାହା ଭାରତର ଚାରିଆଡେ ଲୋକ ପାଳନ୍ତି ନାହିଁ ଵରଂ ତତ୍ ଵଦଳରେ ଅଧିକାଂଶ ଭାରତରେ ମହାଵିଷୁଵ ପଣାସଂକ୍ରାନ୍ତି ଵା ମେଷ ସଂକ୍ରାନ୍ତି ଦିନକୁ ହିଁ ନଵଵର୍ଷ ଭାଵରେ ପାଳନ କରିଥାନ୍ତି ।

କେଉଁ କେଉଁ ଅଞ୍ଚଳରେ ପାଳିତ ହୁଏ ପ୍ରକୃତ ସନାତନୀ ନଵଵର୍ଷ “ମହାଵିଷୁଵ ପଣାସଂକ୍ରାନ୍ତି

ଭାରତରେ....◆

ମେଷ ସଂକ୍ରାନ୍ତି କୁ ନଵଵର୍ଷ ଭାବେ
ତାମିଳନାଡୁ଼,କେରଳ,ଓଡ଼ିଶା,ପଶ୍ଚିମ ଵଙ୍ଗ,ଆସାମ,ବିହାର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ,ହରିଆଣା, ପଞ୍ଜାବ ଆଦି ରାଜ୍ୟର ଅଧିଵାସୀ ପାରମ୍ପରିକ ପର୍ଵ ଭାବେ ପାଳିଥାନ୍ତି ।

●ବିଖୁ ଵା ବିଖାଉତି = କୁମାଉନ୍
ଅଞ୍ଚଳ(ଉତ୍ତରାଖଣ୍ଡ)

●ବିଷୁ=ତୁଲୁ ନଵଵର୍ଷ (ତାମିଳନାଡୁ଼)

●ରଙ୍ଗୋଲୀ ବିହୁ=ଆସାମ ନଵଵର୍ଷ
ଏଦମାୟର 1 (ବିସୁ ଚଙ୍ଗ୍ରାନ୍ଦି)Bisu କୋଡ଼ଭା ନଵଵର୍ଷ
ମହାଵିଷୁଵ ପଣାସଂକ୍ରାନ୍ତି=ଓଡ଼ିଶାଞ୍ଚଳ

●ଜୁରଶୀତଳ=ମୈଥିଳୀ ନଵଵର୍ଷ(ନେପାଳ, ଭାରତ)
ପୋହେଲା ବୈଶାଖ=ପଶ୍ଚିମଵଙ୍ଗ, ବାଙ୍ଗଲାଦେଶ,ତ୍ରିପୁରା ଓ ନେପାଳ

ପୁଥାଣ୍ଡୁ=ତାମିଳନାଡୁ଼

ଵିଷୁ(Vishu)=କେରଳ
●Tai Khampti ନଵଵର୍ଷ(POI-PEE-MAU ,MAI-KASUNG-PHAI, KHAO-WA, POAT-WA)=ଉତ୍ତର ପୂର୍ବ ଭାରତ
ଵୈଶାଖୀ=ପଞ୍ଜାବୀ ନଵଵର୍ଷ

◆ଭାରତ ବାହାରେ ମଧ୍ଯ ମେଷ ସଂକ୍ରାନ୍ତିକୁ ନଵଵର୍ଷ ଭାବେ ପାଳନ୍ତି◆

●Thingyan=ବର୍ମାର ନଵଵର୍ଷ
●Choul Chnam Thmey=କାମ୍ଵୋଡି଼ଆର ନଵଵର୍ଷ
●Songkran ଵା Pii Mai= ଲାଓ ନଵଵର୍ଷ
●Aluth Avurudda=ସିଂଘଳୀ ନଵଵର୍ଷ
●Songkran=ଥାଇଲାଣ୍ଡ ର ନଵଵର୍ଷ
●Pōshuǐ jié=Dai ଜନଜାତି ର ନଵଵର୍ଷ(ଚୀନ)

ଯଥାର୍ଥରେ ଏତେ ଲୋକଙ୍କ ପାରମ୍ପରିକ ନଵଵର୍ଷ ହୋଇଥିବା ହେତୁ ମେଷ ସଂକ୍ରାନ୍ତି/ପଣାସଂକ୍ରାନ୍ତି/ସଂଗକୋରାନ୍ କୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆର ନଵଵର୍ଷ ମଧ୍ଯ କୁହାଯାଇଥାଏ ।

◆ତଥାକଥିତ ରାଷ୍ଟ୍ରୀୟ ନଵଵର୍ଷ Vs ଦକ୍ଷିଣ ପୂର୍ବ ଏସିଆର ନଵଵର୍ଷ◆

ଚୈତ୍ର ଶୁକ୍ଳ ପ୍ରତିପଦ ନିଃସନ୍ଦେହ ଏକ ପବିତ୍ର ତିଥି , ମାତ୍ର ବର୍ଷର ପ୍ରଥମଦିବସ ଭାବରେ ଗଣିତ ହେବା ଅଯୌକ୍ତିକ ।

କାରଣ ଚୈତ୍ର ଶୁକ୍ଳ ପ୍ରତିପଦ ଚୈତ୍ର ମାସର ଷୋଡଶ ଦିବସ । ଅଧା ମାସରେ କି ନୂଆବର୍ଷ ? ପୁଣି ଋତୁଟି ମଧ୍ୟ ସରି ନାହିଁ ।
ତେଣୁ  ଭାରତୀୟ କାଳ ଗଣନାର ଅନ୍ତିମ ପକ୍ଷ ଶୁକ୍ଳ ଅନ୍ତିମ ମାସ ଚୈତ୍ର ଅନ୍ତିମ ଋତୁ ବସନ୍ତକୁ ବିଚାରକୁ ନେଇ ନୂତନବର୍ଷର ପ୍ରଥମଦିବସ ନିର୍ଦ୍ଧାରଣ କରା ଯାଇଥିଲା ।

ତେବେ ପ୍ରଶ୍ନ ଉଠିବ ଯେ ଚୈତ୍ର ପୂର୍ଣିମାକୁ ବର୍ଷାନ୍ତ ଦିବସ ଧରି ବୈଶାଖ କୃଷ୍ଣ ପକ୍ଷ ପ୍ରତିପଦରୁ ଗଣନା ଆରମ୍ଭ କଲେ ନାହିଁ କାହିଁକି ?
ଏହାର
ଉତ୍ତର ହେଲା,

ଆଦିକାଳରୁ କୃଷ୍ଣ ପକ୍ଷ ଜଗଦ୍-ବନ୍ଧନର ପ୍ରତୀକ ଏବଂ ବର୍ଷାନ୍ତ ଦିବସ ଭାବରେ ପୂର୍ଣିମା ତିଥି କଦାଚିତ୍ ଗ୍ରହଣଯୁକ୍ତ ହୋଇ ପରଦିନ ଦିବାର୍ଦ୍ଧ ପର୍ଯ୍ଯନ୍ତ  ସକଳବିଧ ଦେବନୀତି ଓ ଶୁଭକର୍ମରେ ବ୍ଯାଘାତ ଘଟିବାର ଭୟ ରହିବ ।

ସେ ଦୃଷ୍ଟିରୁ  ସଂକ୍ରାନ୍ତି  ଏପରି ଏକ ବଳବାନ୍ ଦିବସ ଯେଉଁ ଦିନ କି ପରାଗ/ଗ୍ରହଣର ଭୟ ନାହିଁ ଏବଂ ଭଗବାନ୍ ସୂର୍ଯ୍ୟ ନାରାୟଣ ମୀନ ରାଶି ଅତିକ୍ରମଣ କରି ମହାକାଶରେ ମେଷ ରାଶି ମଣ୍ଡନ କରୁଛନ୍ତି ।
ସୁତରାଂ ମହାବିଷୁବ ସଂକ୍ରାନ୍ତି
ସର୍ବଭାରତୀୟ ନବବର୍ଷ-ପ୍ରଥମଦିବସ ହେବାକୁ ସର୍ବଥା ଯୋଗ୍ଯ ।

-(କେତେକ ତଥ୍ୟ ଏ ଅକିଞ୍ଚନ  ଶ୍ରୀମାନ୍ ସନତ୍ ଦାସ ମହାଭାଗଙ୍କ ଠାରୁ ତଥା ଅର୍ନ୍ତଜାଲରୁ ନେଇଅଛି)-

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...