Monday, January 1, 2018

ଭାରତରେ ପ୍ରଚଳିତ ବିଭିନ୍ନ ସଂବତ୍

ଭାରତରେ
ବର୍ଷ ଗଣନା କେବେ ଆରମ୍ଭ ହେଲା
ସେ ବିଷୟରେ ଅଧିକ ପ୍ରମାଣ ମିଳେନାହିଁ ।
ତେବେ
ଦ୍ଵାପର ଯୁଗ ସରି ସରି ଆସିଲା ବେଳକୁ ଯେଉଁ
କ୍ୟାଲେଣ୍ଡର ଭାରତରେ ପ୍ରଚଳିତ ଥିଲା ତାହା
*ପ୍ରାଚୀନ ସପ୍ତର୍ଷି* ନାମରେ ଜଣାଶୁଣା ।
ଏହି ସଂବତ୍ ଖ୍ରୀଷ୍ଟପୂର୍ବ 6676 ଅର୍ଥାତ୍ ପ୍ରାୟ ଆଠ ହଜାର ବର୍ଷରୁ ବି ଅଧିକ ପ୍ରାଚୀନ
ବୋଲି ଅନୁମାନ କରାଯାଏ ।
*କଳିଯୁଗ ସଂବତ୍*   ଭାରତର ଅନ୍ୟତମ ପ୍ରାଚୀନ ସଂବତ୍ ଏବଂ ଯୁଗାରମ୍ଭ ସହ ଖ୍ରୀଷ୍ଟ ଜନ୍ମ ର 3102 ବର୍ଷ ତଳେ ଏହି ସଂବଦ୍ ପ୍ରଚଳିତ ହୋଇଥିଲା ।
କୁହାଯାଏ ଏହି ସଂବତ୍ କୁ ପାଣ୍ଡବମାନେ
ଅର୍ଜୁନ ପୌତ୍ରକୁ ସିଂହାସନାରୁଢ଼  ପୂର୍ବକ ପ୍ରଚଳନ କରାଇଥିଲେ ......
*(ନବ) ସପ୍ତର୍ଷି ସଂବତ୍*
ଖ୍ରୀଷ୍ଟ ଜନ୍ମ ର ପ୍ରାୟ
3076 ବର୍ଷ ତଳେ ଆରମ୍ଭ ହୋଇଥିଲା ।
ମହାଭାରତ କାଳରେ ଏହି ସଂବତ୍ ପ୍ରୟୋଗ ହେଉଥିଲା କିନ୍ତୁ ଧିରେ ଧିରେ ଏହା ବିସ୍ମୃତ ହେବାକୁ ଲାଗିଲା ।
ସପ୍ତର୍ଷି ସଂବତ୍ କୁ ମୂର୍ମୁଷୁ ଅବସ୍ଥାରେ
ଉଦ୍ଧାର କଲେ
କାଶ୍ମୀର ଓ ହିମାଚଳ ର
ସନାତନୀ ମାନେ ।
ପରେ ଉଭୟ ରାଜ୍ୟରେ
ସପ୍ତର୍ଷି ସଂବତ୍ ର ନାମ ବଦଳିଯାଇ
କାଶ୍ମୀର ରେ *ଲୌକିକ ସଂବତ୍* ଓ ହିମାଚଳ ପ୍ରଦେଶ ରେ *ଶାସ୍ତ୍ର ସଂବତ୍* ରଖାଯାଇଛି ।

*ବିକ୍ରମ ସଂବତ୍* ଭାରତର ଅନ୍ୟତମ ଆଧୁନିକ ସଂବତ୍ ।
ଏହାକୁ ଖ୍ରୀଷ୍ଟ ପୂର୍ବ 57 ରେ ଜନୈକ ଲୋକପ୍ରିୟ ରାଜା ବିକ୍ରମାଦିତ୍ୟ ପ୍ରଚଳନ କରାଇଥିଲେ ।
ବିକ୍ରମ ସଂବତ୍ ନେପାଳ ର
ଆଧିକାରୀକ ସଂବତ୍ ଭାବେ ମାନ୍ୟତାପ୍ରାପ୍ତ ।
*ଶକ ସଂବତ୍* ଭାରତର ଆଧିକାରୀକ ରାଷ୍ଟ୍ରୀୟ କ୍ୟାଲେଣ୍ଡର ଅଟେ । ଏହା 78 ଖ୍ରୀଷ୍ଟାବ୍ଦରେ ପ୍ରଚଳିତ ହୋଇଥିଲା ।
କିଛି ଐତିହାସିକ ଙ୍କ ଅନୁଯାୟୀ ଏହି ଶକ ସଂବତ୍ କୁ ଉଜ୍ଜୟିନୀ ର କ୍ଷତ୍ରପ ଚେଷ୍ଟନ ପ୍ରଚଳିତ କରାଇଥିଲେ ।
ଶକ ରାଜାଙ୍କର ପ୍ରଭୁତ୍ବକୁ ବିକ୍ରମାଦିତ୍ବ ସମାପ୍ତ କରି ବିକ୍ରମୀ ସମ୍ବତ ପ୍ରଚଳିତ କରାଇଥିଲେ
ତେବେ ଶକ ସଂବତ ଏବେ ବି
ଭାରତ ଓ ଭାରତ ବାହାରେ ପ୍ରଚଳିତ ଅଛି
ମରିଯାଇନାହିଁ । ଭାରତରେ ଦୁଇଟି
ଶକ ସଂବତ୍ ପ୍ରଚଳିତ
ଗୋଟିଏ ଖ୍ରୀଷ୍ଟପୂର୍ବ 100 ପାଖାପାଖି ପ୍ରଚଳିତ ଥିଲା କିନ୍ତୁ କନିଷ୍କ ନୂଆ ଶକାଦ୍ଧ ପ୍ରଚଳନ କରାଇଥିଲେ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...