Saturday, January 20, 2018

ଆର୍ଯ୍ୟ:- ଏକ ଅନୁସନ୍ଧାନ

ପାଶ୍ଚାତ୍ୟ ପଣ୍ଡିତ ମାନେ ଏ ଦେଶକୁ ଆସି
ଆର୍ଯ୍ୟ ଅନାର୍ଯ୍ୟ, ଆର୍ଯ୍ୟ ଦ୍ରାବିଡ଼
ଭେଦଭାବ ସୃଷ୍ଟିକଲେ ।
ସର୍ବପ୍ରଥମେ ବିଶପ୍ ରାଵର୍ଡ୍ କୋ଼ଲଵୈ଼ଲ୍  (1814-1841) ନାମକ
ଖ୍ରୀଷ୍ଟଧର୍ମ ପ୍ରେମୀ ଲେଖକ
ଏକ ବହି ଲେଖି ଏହି ଆର୍ଯ୍ୟ-ଦ୍ରାବିଡ଼ ଭେଦଭାବ ର ମୂଳଦୁଆ ପକାଇଲେ ।
ସେ ନିଜର ବହି  ‘the competitive grammar of Dravidian language
(1856) ନାମକ ଏକ ପୁସ୍ତକରେ
ସର୍ବପ୍ରଥମେ ଏଭଳି ଯୁକ୍ତି ବାଢିଲେ ଯେ
ଦକ୍ଷିଣ ଭାରତୀୟ ମାନେ ଉତ୍ତର ଭାରତୀୟଙ୍କ ଠାରୁ  ଭିନ୍ନ ,ତାଙ୍କ କହିବାକଥା ଥିଲା
ଦକ୍ଷିଣ ଭାରତର ସଂସ୍କୃତି, ଭାଷା ଓ ବର୍ଣ୍ଣ ତଥା ଶରୀର ଗଠନ ଏବଂ ରକ୍ତ ଆଦି ସବୁକିଛି
ଉତ୍ତର ଭାରତୀୟ,ପୂର୍ବଭାରତୀୟଙ୍କ ଠାରୁ ଭିନ୍ନ ।
କିନ୍ତୁ ସତକଥା ହେଲା ବିଶପ୍ ରାଵର୍ଡ୍ କେବଳ
ଭାରତରେ ବ୍ରିଟିଶ ସାମ୍ରାଜ୍ୟବାଦ୍ ର ସୁଦୃଢତା ପାଇଁ ଏଭଳି ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ ।
ଏହା ରାଜନୈତିକ, ଶୈକ୍ଷିକ ଏବଂ ନବଜାଗରଣ ନାଆଁ ରେ ଦ୍ରାବିଡିଆନ୍  ତଥା ମୂଳନିବାଶୀ ଆଦି  ମିଥ୍ୟା ରାଷ୍ଟ୍ରବାଦ୍ ପ୍ରଚାର ପଛରେ ଥିଲା ମହାଭାରତୀୟ ସମାଜକୁ ଖଣ୍ଡଖଣ୍ଡ କରି ସେମାନଙ୍କ ଶକ୍ତି କ୍ଷୀଣ ପୂର୍ବକ ସଦା ଶାସକ ହୋଇରହିବା ।
ନିଶ୍ଚିତ ଭାବରେ ଏଭଳି ମତବାଦ ପଚାର ଯୋଗୁଁ ଭାରତର ରାଷ୍ଟ୍ରୀୟ ଆନ୍ଦୋଳନ ଶୀଥିଳ ହୋଇଯାଇଥିଲା ଏବଂ ଭାରତୀୟ ମାନଙ୍କୁ
ଏକ ହେବାକୁ ପ୍ରାୟ ୧୦୦ରୁ ୧୫୦୦।ବର୍ଷ କାଳ ଲାଗିଗଲା ।
କୋ଼ଲ୍ଡଵୈ଼ଲ୍ ତତ୍କାଳୀନ
ଇଉରୋପ ର ଜାତୀୟ ବୈଜ୍ଞାନିକ ସିଦ୍ଧାନ୍ତ ରୁ ପ୍ରଭାବିତ ହୋଇଥିଲା ।
ଫଳରେ ସେ ଆର୍ଯ୍ୟ-ଦ୍ରାବିଡ଼ ବିଭାଜନ ସିଦ୍ଧାନ୍ତର ଆଜୀବନ ପ୍ରଚାର କଲା ।
କିଛି ବର୍ଷ ପରେ ଚାର୍ଲ୍ସ ଈ ଗୋ଼ଵର୍ ତଥା ଡୀପୀ ଶୀଵରାମ(୧୮୭୧) ରେ ଏହି ମାନ୍ୟତା ର ବିରୋଧ କରି ପ୍ରମାଣ ସହ ଏହାକୁ ନିରାଧାର ପ୍ରମାଣିତ  କରିଦେଲେ ।

ବସ୍ତୁତଃ ଆର୍ଯ୍ୟ କେବେବି
କୌଣସି ଜାତି ବା ସମ୍ପ୍ରଦାୟ
ବିଶେଷର ନାମ ନଥିଲା ।
ବେଦ ଓ ପୁରାଣ ରେ ସେହି ଆର୍ଯ୍ୟ ଶବ୍ଦ ଏଥିଯୋଗୁଁ ଗୁଣବାଚକ ଶବ୍ଦରୂପେ
ସହସ୍ର ସହସ୍ର ବାର ବ୍ୟବହୃତ ହୋଇଛି ।

ମହର୍ଷି ମନୁ ଆର୍ଯ୍ୟ ଶବ୍ଦର ସଂଜ୍ଞା ନିରୂପଣ କରିବାକୁ ଯାଇ କହିଛନ୍ତି
“କର୍ତ୍ତବ୍ୟମାଚରନ୍ କାର୍ଯ୍ୟମ୍,ଅକର୍ତ୍ତବ୍ୟାମନାଚରନ୍ ।
ତିଷ୍ଠତି ପ୍ରକୃତାଚାରେ ସତୁଆର୍ଯ୍ୟମିତିସ୍ମୃତଃ ।।”

“ଅର୍ଥାତ୍ ଯେଉଁ ମାନେ ସ୍ଵରାର୍ଥରହିତ ହୋଇ ନିଜର କର୍ତ୍ତବ୍ୟ ସମ୍ପାଦନ ହେତୁ ହିଁ କର୍ମ କରନ୍ତି
ଏବଂ ଅକର୍ତ୍ତବ୍ୟକର୍ମ କରିବାରୁ ବିରତ ରୁହନ୍ତି,
ଯେଉଁ ମାନେ ପାପରହିତ ପ୍ରାକୃତିକ କର୍ମ କରନ୍ତି
ତୁମେ ସେଇମାନଙ୍କୁ ଆର୍ଯ୍ୟ ବୋଲି ଜାଣ”

ପୁଣି ଋକବେଦରେ
କୁହାଯାଇଛି
‘ଇନ୍ଦ୍ର ଵଦ୍ବଁତୁ ଅପ୍ତୁରଃ କୃଣ୍ବନ୍ତୋ ବିଶ୍ଵମାର୍ଯ୍ୟମ୍’

ଅର୍ଥ:-ଆମେ ସଜ୍ଜନ ମାନଙ୍କ ବୃଦ୍ଧି ହେତୁ ଚେଷ୍ଟା କରିବା ଏବଂ ବିଶ୍ବରୁ ଦୁଷ୍ଟଙ୍କୁ ନାଶକରି ଏହାକୁ ଆର୍ଯ୍ୟ (ଶ୍ରେଷ୍ଠ) କରିବା ହେତୁ ଚେଷ୍ଟା କରିବା ।

ଏଠାରେ ବିଶ୍ଵକୁ ଶ୍ରେଷ୍ଠ କରିବାକୁ ଆହ୍ଵାନ କରାଯାଇଛି ଜାତି କରିବାକୁ ନୁହେଁ
କାରଣ ବିଶ୍ଵକୁ ଗୋଟିଏ ଜାତି କେମିତି କରାଯାଇପାରିବ ଏହାକୁ ବରଂ ଶ୍ରେଷ୍ଠ କରାଯାଇପାରିବ !

ଆର୍ଯ୍ୟକୁ ଏକ ଜାତି ଭାବରେ
ପ୍ରତିପାଦିତ କରିଥିବା ଏ ଏଫ୍ ଆର୍ ହର୍ନଲେ ତାଙ୍କ ପୁସ୍ତକ competitive grammar of Goudian languageରେ
ଆହୁରି ବଢେଇ ଚଢେଇ କି କହିଛନ୍ତି ଯେ ଭାରତକୁ ଆର୍ଯ୍ୟ ମାନେ
ଦୁଇ ଦୁଇ ଥର ଆସିଥିଲେ
ଏହିଭଳି ଭ୍ରାନ୍ତ ମୂଳ ତଥ୍ୟ
ଅବଲମ୍ଭନରେ ପରେ
ଅନେକ ଐତିହାସିକ ଓ ଭାଷାବିଦ
ଆର୍ଯ୍ୟ ଜାତିର ଅବଧାରଣାକୁ
ଆହୁରି ସୁଦୃଢ କରିବାକୁ ଚେଷ୍ଟା କଲେ
ଯାହା ଆଜିଯାଏଁ
ଚାଲିଛି ।

କିଛି ବର୍ଷତଳେ
ହାଵାର୍ଡ୍ ବିଶ୍ଵବିଦ୍ୟାଳୟ ଏବଂ କିଛି ଭାରତୀୟ ଗବେଷକଙ୍କ  ସାମୁହିକ ଦଳ
ର ଏକ ମିଳିତ ଅଧ୍ଯୟନରୁ ଜଣାପଡିଛି ଯେ ଆର୍ଯ୍ୟ-ଦ୍ରାବିଡ଼ ମତବାଦ କେବଳ ଏକ କପୋଳକଳ୍ପିତ କାହାଣୀ ଛଡା଼ ଆଉକିଛି ନୁହେଁ ।

କୋଶିକୀୟ ତଥା ଆଣବିକ ଜୀବ ବିଜ୍ଞାନ କେନ୍ଦ୍ର(Center for cellular and molecular biology)
ଅର୍ଥାତ୍ CCMB ମଧ୍ୟ
ନିକଟରେ ହାର୍ଵଡ୍ ମେଡିକାଲ ସ୍କୁଲ,
ଅ଼ଫ୍ ପବ୍ଲିକ୍ ହୈ଼ଲ୍ଥ ବ୍ରୋ଼ଡ୍ ଇନ୍ସିଟ୍ୟୁଟ୍ ଅ଼ଫ୍ ହାର୍ଵାଡ୍ ଏମଆଇଟି ର ସହଯୋଗ କ୍ରମେ ଏକ ଅଧ୍ଯୟନ କାର୍ଯ୍ୟକମରେ ଅଶଂଗ୍ରହଣ କରିଥିଲା ।
। ଏହି ଅଧ୍ଯୟନରୁ ଜଣାପଡିଛି ଯେ ପ୍ରାୟ
ସମସ୍ତ ଭାରତୀୟ  ଅନୁବଂଶିକ ରୂପେ ପରସ୍ପର ସହିତ ଜଡିତ ଅଛନ୍ତି । ବର୍ତ୍ତମାନ
ସମସ୍ତ ଭାରତୀୟ ଙ୍କ ମୂଳ ପୂର୍ବଜ ଗୋଟିଏ ।
ଅର୍ଥାତ ଭାରତୀୟ ଙ୍କ ଜେନେଟିକ୍ ଅଂଶ ଗୋଟିଏ ।

“ସିସିଏମବୀ ର ବରିଷ୍ଠ ବୈଜ୍ଞାନିକ
କେ ତଂଗରାଜ କୁହନ୍ତି
‛ଆର୍ଯ୍ୟ-ଦ୍ରାବିଡ଼
ମତାମତ ରେ ଟିକିଏ ବି ସତ୍ୟତା ନାହିଁ । ଏହି ସିଦ୍ଧାନ୍ତ କେବଳ ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ମାନଙ୍କ ସ୍ବ ସ୍ବ ଅଞ୍ଚଳରେ ରହିବାର
ସହସ୍ର ସହସ୍ର ବର୍ଷ ପରେ ପ୍ରଚଳିତ ହୋଇଛି ।”

ଏହି ଅଧ୍ଯୟନ ଅନୁସାରେ
ପ୍ରାୟ 65000 ବର୍ଷ ତଳେ
ଦକ୍ଷିଣ ଭାରତ ଓ ଆଣ୍ଡାମାନ୍ ରେ ପ୍ରାଚୀନ ପ୍ରାଗୈତିହାସିକ ମାନବ ବସତିସ୍ଥାପନ କରିଥିଲେ ଏବଂ ଏହାର 25000 ବର୍ଷ ପରେ (40000 ବର୍ଷ ତଳେ) ଉତ୍ତର ଭାରତରେ ଜନବସତି ଗଢିଉଠିଥିଲା । ଧୀରେ ଧୀରେ
ଦକ୍ଷିଣ ଓ ଉତ୍ତର ଭାରତୀୟ ଙ୍କ
ମଧ୍ୟରେ ଆନୁବଂଶିକ ସମ୍ମିଶ୍ରଣ ଘଟିଲା ଏବଂ
ଏକ ମିଶ୍ରିତ ଜାତି ଭାରତୀୟ ଉପମହାଦେଶରେ ରହିବାକୁ ଲାଗିଲେ ।
ହରପ୍ପା ମହଞ୍ଜୋଦାରୋ ସମୟର ସଭ୍ୟତା ର ଚିହ୍ନ
ଆଜିକାଲି ଭାରତର ବିଭିନ୍ନ ଅଞ୍ଚଳରୁ
ମିଳିଲାଣି । ଭାରତରେ ପଞ୍ଜାବ ରାଜସ୍ଥାନ ଗୁଜରାଟ ର ପ୍ରାଚୀନ ସଭ୍ୟତା ସହ ସାମଜସ୍ୟ ଥିବା ପ୍ରାଚୀନ ସଭ୍ୟତା ର ଭଗ୍ନାବଶେଷ
ଉତ୍ତର ଓଡ଼ିଶା,ବ୍ରହ୍ମପୁତ୍ର ନଦୀ ଉପକୂଳ,ତାମିଲନାଡୁ ଏବଂ କେରଳର ଏଡକଲ୍ ରେ ମିଳୁଛି । ଫଳରେ ଆଧୁନିକ ଐତିହାସିକ ଧୀରେ ଧୀରେ ଏକଥାକୁ ଆହୁରି ଦୃଢତା ସହ କହିବା ଆରମ୍ଭ କରିଦେଲେଣି ଯେ ଭାରତରେ
ଏକ ସମୟରେ ଗୋଟିଏ ବିଶାଳ ପ୍ରାଚୀନ ସଭ୍ୟତା ବିକଶିତ ହୋଇଥିଲା ଏବଂ ସମ୍ଭବତଃ ଯାହା ବିଶ୍ଵର ସର୍ବପ୍ରାଚୀନ ସଭ୍ୟତା ମଧ୍ୟରେ ଗୋଟିଏ ।

ପ୍ରକୃତରେ
ଯେଉଁ ପାଶ୍ଚାତ୍ୟ ପଣ୍ଡିତ ମାନେ ନିଜ ସ୍ଵାର୍ଥ ସାଧନ ପାଇଁ ଏଭଳି ମିଥ୍ୟା ପ୍ରଚାର କରିଥିଲେ
ସେମାନେ ଆଜି ବିଶ୍ଵଦରବାର ସାମ୍ନାରେ
ନଗ୍ନ ହୋଇଯାଇଛନ୍ତି । ତେବେ ବିଶ୍ଵ ତାଙ୍କୁ
ଏକ ସଂସ୍କୃତି କୁ ପାରସ୍ପରିକ ସଂଘର୍ଷ ଦ୍ଵାରା ମାରିଦେବାକୁ  କରିଥିବା ଷଡଯନ୍ତ୍ର ପାଇଁ ସଦା ମନେ ରଖିବ....

(କ୍ରମଶଃ......)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...