Friday, January 19, 2018

★ଉତ୍କଳ ସଂଗୀତ~ଭକ୍ତକବି ମଧୁସୂଦନ ରାଓ★


             (ତୋଡି଼ପରଜ-ଆଠତାଳୀ)

ପ୍ରାଣସୋଦର ହେ ଆସ ଆସ ସର୍ବେ ଭାଇ ।
ଡାକୁଛନ୍ତି ମାତା ଉତ୍କଳ ଜନନୀ
ଶ୍ରୀପଦେ ମିଳିବା ପାଇଁ ।

ସେ ଶ୍ରୀମୁଖବାଣୀ ଶୁଣ କର୍ଣ୍ଣ ଡେରି,
ଆସ ଆସ ସର୍ବେ ଧାଇଁ;
ଭାଇ ପାଶେ ଭାଇ ଉଭା ହୁଅ ଆସି
ମାତୃପାଦପଦ୍ମ ଧ୍ଯାଇ ।

କୋଟି ଶିର ଟେକି ମା ମା ବୋଲି ଡାକ
କୋଟି କଣ୍ଠକୁ ମିଳାଇ;
କଳହ ଜଞ୍ଜାଳ ଲାଜ ଭୟ ଦୁଃଖ
ଯାଉ ଯାଉ ହେ ପଳାଇ ।

ପ୍ରାଣର ବନ୍ଧନେ ଏକ ହୋଇ ସର୍ବେ
ଉତ୍କଳ କଲ୍ୟାଣ ପାଇଁ ;
ଏ ଶୁଭ ଲଗନେ ପୂଜ ଭକ୍ତି ଭରେ
ଶୁଭଦାତା ବିଶ୍ଵସାଇଁ ।

--------------------*---------------------
@ଭକ୍ତ କବି ମଧୁସୂଦନ ରାଓ

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...