Friday, January 19, 2018

●●●ସାଧବ ଓ ନାବିକ●●●

ଜଣେ ସାଧବ ପ୍ରଥମଥର ପାଇଁ ଏକ ବଡ଼ ବୋଇତରେ ସମୁଦ୍ର ଯାତ୍ରା
କରୁଥାନ୍ତି ।
ଦିନେ ସେ ଉକ୍ତ ବୋଇତର ମୁଖ୍ୟ ନାବିକ ସହ
କେତେ ସମୟ
କଥାଭାଷା ହେଲାପରେ ପଚାରିଲେ
''ଆଛା ତୁମ ପିତା ଜୀବିତ ଅଛନ୍ତି ?"
ନାବିକ କହିଲା ‛ନା’....
ସାଧବ ଜଣକ ପୁଣି ପଚାରିଲେ
ତେବେ ତାଙ୍କର ମୃତ୍ୟୁ କେମିତି ହୋଇଥିଲା ?
ବୋଇତର ନାବିକ
ଗର୍ବର ସହ କହିଲା
''ଆଜ୍ଞା, ମୋ ବାପ,ଜେଜେ ଆଉ ଗୋସେଇଁ ବାପ ସଭିଏଁ
ସମୁଦ୍ର ଗର୍ଭରେ ସମାଧିସ୍ଥ ହୋଇଛନ୍ତି”

ସେଇଠୁ ସାଧବ କହିଲା
“ତଥାପି ଆପଣ ବାରମ୍ବାର ସମୁଦ୍ର ଯାତ୍ରା କରୁଛନ୍ତି କିନ୍ତୁ ଆପଣଙ୍କୁ ତହିଁ ରେ ବୁଡ଼ି ମରିବାର ଭୟ ହୁଏନାହିଁ ?”

''ମୋଟେ ନୁହେଁ,''
ନାବିକ ପୁଣି ସାଧବ କୁ କହିଲା

''ଆଜ୍ଞା, ଆପଣଙ୍କ ବାପା,ଜେଜେ,ଗୋସାଇଁ ବାପ କେମିତି ସ୍ଵର୍ଗଵାସୀ ହୋଇଥିଲେ କୃପାକରି ଜଣେଇବେ କି ?"

ସାଧବ ଜଣକ  ସହଜ ସ୍ଵର ରେ ବୋଇଲା,
''ଯେମିତି ସଂସାରର ପ୍ରାୟ ଲୋକ ମରନ୍ତି,
ପଲଙ୍କ ପରେ ଶୋଇଥିବା ଅଵସ୍ଥାରେ” ...

ତାହା ଶୁଣି ନାବିକ ସାମାନ୍ୟ ସ୍ମିତହାସ୍ୟ ପୂର୍ଵକ କହିଲା
“ତେବେ ପଲଙ୍କ ଉପରେ ଶୋଇବାରେ ଆପଣଙ୍କୁ ଯେତିକି ଭୟ ହେବା କଥା
ତହିଁରୁ ଅଧିକ ଭୟ ମୋର ସମୁଦ୍ର ମଧ୍ୟକୁ ଯିବାରେ ନାହିଁ”

“ବିପତ୍ତି ଯେବେ ଅଭ୍ୟାସରେ ପରିଣତ ହୋଇଯାଏ ତାହା ନିତିଦିନିଆ ଘଟଣା ପରି ଦେହସୁହା ହୋଇଯାଇଥାଏ ”

“सूर्यकांत त्रिपाठी निरालाଙ୍କର ଏକ ନୀତିକଥା
“सौदागर और कप्तान” ର ଓଡ଼ିଆ ଭାଵାନୁଵାଦ”

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...