ଆପଣ କେବେ କୌଣସି ମଲା ଶରୀର କୁ ଛୁଇଁଛନ୍ତି କି ? 
ଯଦି ହଁ ତେବେ 
ନିଶ୍ଚେଁ ଜାଣିଥିବେ ଯେ 
ମୁର୍ଦ୍ଦାର କୁ ଛୁଇଁଲେ ତାହା ଆମକୁ ଥଣ୍ଡା ଲାଗେ 
କିନ୍ତୁ କାହିଁକି ? 
କାହିଁକି ନା ଜୀବନ୍ତ ଅବସ୍ଥାରେ ଆମେ ନିଜ ଶରୀର ର ତାପମାତ୍ରା ସଦା ସନ୍ତୁଳିତ ଅର୍ଥାତ 37℃ ରେ ରଖିବା ପାଇଁ ନିରନ୍ତର ଭୋଜନ କରିଥାନ୍ତି କିନ୍ତୁ 
ମୃତ୍ୟ ପରେ  ଶରୀର ର ପ୍ରାକୃତିକ ଅବୟବ ସବୁ ନିଷ୍କ୍ରିୟ ଓ ଅକାମି ହୋଇଯାଏ 
ଫଳରେ ଶରୀର ତାପମାତ୍ରା ହ୍ରାସ ହୋଇ ହୋଇଯାଏ 
ତେବେ କେତେ ଥଣ୍ଡା....?
Well... Up To Room Temperature !!!
.
ପୃଥିବୀରେ ଦେଖାଯାଉଥିବା Cold Blooded
ସରୀସୃପ ତଥା ମତ୍ସ୍ୟବର୍ଗ ର ଜୀବ 
ଯେମିତି କି ଝିଟିପିଟି, ଏଣ୍ଡୁଅ,ଘଡିଆଳ ,ଗୋଧି ଓ ସର୍ପ ଆଦିଙ୍କ ଶରୀର 
ର ରକ୍ତ ଥଣ୍ଡା ରହୁଥିବାରୁ ସେମାନଙ୍କୁ 
ନିଜ ଶରୀର ର ତାପମାତ୍ରା ନିୟନ୍ତ୍ରଣ କରିବାର ସେତେ ଆବଶ୍ୟକତା ପଡେ଼ ନାହିଁ ।
ଏଭଳି ଜୀବ ଶୀତନିଦ୍ରାରେ ବହୁ ଦିନ ଯାଏଁ ନଖାଇ ମଧ୍ୟ ଜୀବିତ ରହିପାରନ୍ତି 
କିନ୍ତୁ ମନୁଷ୍ୟ ମାନେ ସାଧାରଣତଃ Warm Blooded ହୋଇଥିବା କାରଣରୁ 
ଆମକୁ ସଦାସର୍ବଦା ଭୋଜନ କରିବାକୁ ହୁଏ ।
ତେବେ ଏଠାରେ ସ୍ଵତଃ ପ୍ରଶ୍ନ ଉଠେ ...
ଆମକୁ ନିଜ ଶରୀର ର ତାପମାତ୍ରା 
ଗରମ କାହିଁକି ରଖିବାକୁ ହୁଏ ? 
ଏଥିରେ ଆମକୁ କିସ ଲାଭ ହୁଏ ? 
.
ଏସବୁ ପ୍ରଶ୍ନ ର ଉତ୍ତର ଗୋଟିଏ.. FUNGI !!!
ଆପଣ ଫୁଙ୍ଗି ବା ଫିମ୍ପି କୁ 
ବାସି ଖାଦ୍ୟ ପରେ ନିଶ୍ଚୟ ଦେଖିଥିବେ
   
ଫିମ୍ପି ଜାତୀୟ ପ୍ରାୟ 99000 ରୁ ଅଧିକ ପ୍ରଜାତି ଥିବା ବିଶ୍ବାସ କରାଯାଏ ।
ପୃଥିବୀର ପୁନଃଚକ୍ରଣ ପ୍ରକ୍ରିୟା ରେ ଏମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅଂଶଭାଗ ଅଛି ।
ଯେହେତୁ  ଫିମ୍ପି ମାନେ
ଜୀବିତ ବା ମୃତ ଅଙ୍ଗାରକ ପଦାର୍ଥ 
ସବୁକୁ ବିଘଟିତ କରି 
ପୁନଃ ପୋଷକ ତତ୍ତ୍ୱ ରେ ପରିବର୍ତ୍ତିତ କରିଥାନ୍ତି ଏବଂ ଏହି ପ୍ରକ୍ରିୟା ଦ୍ଵାରା ନିଜର ଭୋଜନ ପ୍ରାପ୍ତି ପୂର୍ବକ ଜୀବିତ ରୁହନ୍ତି ।
ତେବେ ସହସ୍ରାଧିକ ଫୁଙ୍ଗି ଜାତୀୟ ଜୀବ 
ଏମନ୍ତ ଅଛନ୍ତି ଯେଉଁମାନେ କି ପରଜୀବୀ ହେବା କାରଣରୁ ଜୀବଙ୍କ ଶରୀର ତଥା ମହତ୍ତ୍ୱପୂର୍ଣ୍ଣ ଅଙ୍ଗକୁ ସଂକ୍ରମିତ କରିଥାନ୍ତି ।
ଫୁଙ୍ଗି ଜଳ ସ୍ଥଳ ଆକାଶ ଆପଣଙ୍କ ଘର ଖଟ 
ତକିଆ ଏମିତି କି ଆପଣଙ୍କ ହାତରେ ମଧ୍ୟ 
ସହଜରେ ମିଳିଯିବେ 
କିନ୍ତୁ ବୀଜାଣୁ,ଭୂତାଣୁ, ଜୀବାଣୁ ଦ୍ଵାରା ମନୁଷ୍ୟ ମାନେ 
ସାଧାରଣତଃ ଅଧିକ ସଂକ୍ରମିତ ହୁଅନ୍ତି କିନ୍ତୁ କାହିଁକି ଫୁଙ୍ଗିମାନଙ୍କ ଦ୍ବାରା ସେତେଟା ସଂକ୍ରମଣ ର ଶିକାର ହୁଅନ୍ତି ନାହିଁ ? 
କାରଣ ଆମ ଶରୀର ର ତାପମାତ୍ରା.....!!
.
ଫୁଙ୍ଗି ସଂକ୍ରମଣ ର ଭୟ ଶରୀର ତାପମାତ୍ରା ବୃଦ୍ଧି ସହ କମ୍ ହୋଇ ହୋଇ ଯାଏ ।
ବୈଜ୍ଞାନିକ ମାନଙ୍କ ଅନୁସାରେ 99.9% ଫୁଙ୍ଗି ସଂକ୍ରମଣ ଠାରୁ ସୁରକ୍ଷିତାର୍ଥେ  ଆଦର୍ଶ ତାପମାତ୍ରା ହେଉଛି  36.7 ℃ .....
ଅର୍ଥାତ.. ଆପଣଙ୍କ ଶରୀରର ତାପମାତ୍ରା !!!
.
ଏଥିପାଇଁ 
ସରୀସୃପ ଓ ମତ୍ସ୍ୟବର୍ଗ ର ଅଧିକାଂଶ 
ଜୀବମାନେ 
ଫୁଙ୍ଗି ଯୋଗୁଁ ହଜାର ପ୍ରକାର ର 
ରୋଗରେ ରୋଗରେ ପଡୁଥିଲା ବେଳେ 
ମନୁଷ୍ୟ ମାନେ ସାମାନ୍ୟ କେତେକ ଫୁଙ୍ଗି କୃତ ଚର୍ମରୋଗ ଆଦିରେ ପୀଡିତ ହୋଇଥାନ୍ତି ଏବଂ ଏସବୁ ରୋଗଗୁଡିକ ମଧ୍ୟ ଅସ୍ଵଚ୍ଛତା କାରଣରୁ ହୋଇଥାଏ ।
(ମୂଳ ତଥ୍ୟ:-ବିଜୟ ସିଂହ ଠାକୁରାୟ)
. 
No comments:
Post a Comment