Wednesday, January 24, 2018

●ସ୍ଵରବର୍ଣ୍ଣ ଗୀତ●

ରମା କହେ ‛ମା’ ‛ମା’
‛ଅ’ ଗଲେ ପଡେ଼ ‛ଆ’ ।୧।

ହ୍ରସ୍ଵ ‛ଇ’ ଦୀର୍ଘ ‛ଈ’
ପଢ ହସ ‛ହି’ ‛ହି’ ।୨।

ହ୍ରସ୍ଵ ‛ଉ’ ଦୀର୍ଘ ‛ଊ’
ସାପ ହୁଏ ‛ସୂ’ ‛ସୂ’ ।୩।

ହ୍ରସ୍ଵ ‛ଋ’ ଦୀର୍ଘ ‛ୠ’
କେନ୍ଦରା ବାଜେ ‛ଋ’  ‛ୠ’ ।୪।

‛ଏ’ ଗଲେ ପଡେ଼ ‛ଐ’
ଭାଲୁ ନାଚେ ‛ଥୈ’ ‛ଥୈ’  ।୫।

‛ଓ’ ଆଗେ ପଛେ ‛ଔ’
ଶିଶୁ ଡାକେ ‛ହୌ’ ‛ହୌ’  ।୬।

ହ୍ରସ୍ଵ ଌ  ଦୀର୍ଘ ୡ
‛ଲ’ ତଳେ ‛ୃ’ ଫଳା ଦେଇ କୁହ ଌ ।୭।

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...