Friday, January 19, 2018

ଜୟଗାନ-ଭକ୍ତକବି ମଧୁସୂଦନ ରାଓ

(୧)
ଜୟ ଦେବୀ ! ଜନ୍ମଭୂମି
କୀର୍ତ୍ତି-କୀରୀଟଧାରିଣୀ ।
ବନ୍ଦେ ଦେବୀ !
ଆଶାମୟୀ ନିଗୂଢ଼ ଶକ୍ତିଶାଳିନୀ ।
(୨)
ଯୁଗ ଯୁଗାନ୍ତ ମୋହ-ଅନ୍ତେ
ଯାଗ ମା ବୀର୍ଯ୍ୟଶାଳିନୀ
ବିଭୁ ପ୍ରସାଦେ ଜ୍ୟୋତିର୍ମୟୀ
ହୁଅ ମା ଦୀନପାଳିନୀ.
(୩)
ଭୟ ଅବସାଦ ପାଷାଣ ଭାର
ହର ମା ଭୟହାରିଣୀ !
ନବ ନବ ଆଶା ନବୀନ ତେଜ
ଦିଅ ମା ଭର୍ଗ-ଶାଳିନୀ ।
(୪)

ମିଳନ ଆନନେ ଅମଳ ହାସ୍ୟ
ପ୍ରକାଶ ଜଗନ୍ନୋହିନୀ ।
ସେ ମୁଖ ପ୍ରତିଭା ମହିମା ଦେଖି
ପଳାଉ ଦୁଃଖ ଯାମିନୀ ।

(୫)
ତବ ଜାଗରଣୀ ଅଭୟ ଗୀତି
ଗାଅ ମା ଦୀକ୍ଷା-ଦାୟିନୀ ।
ଶୋଣିତ ମୋହର ଉଠୁ ମା ନାଚି
ଶୁଣି ତବ ଗୀତ ରାଗିଣୀ ।

(୬)

ଏ ପ୍ରାଣ ଅର୍ପଇ ଚରଣେ ତୋହର
ଘେନ ମା ପ୍ରାଣ-ଦାୟିନୀ ।
ଦେ ମା ଶକ୍ତି ଦେ ମା ବୀର୍ଯ୍ୟ
ସର୍ବ-କଲ୍ୟାଣରୂପିଣୀ ।

@ଭକ୍ତକବି ମଧୁସୂଦନ ରାଓ

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...