ପ୍ରଜାତନ୍ତ୍ର ର ରାଜା ଜଣେ ଠିକ୍ ଜାହାଙ୍ଗୀରଙ୍କ ପରି ନିଜ ମହଲ ସାମ୍ନାରେ ଗୋଟିଏ ଘଣ୍ଟି ଲଗାଇ ଦେଇଥିଲା । ଘଣ୍ଟି ଟି ଲଗେଇଵାର ଉଦ୍ଦେଶ୍ୟ ଯାହାକୁ କିଛି ଅସୁବିଧା ହେଲା ସେ ଯଦି ଉକ୍ତ ଘଣ୍ଟି ବଜେଇଲେ ସାହେବ ଆସି ତା କଥା ଶୁଣିବେ ।
ଦିନେ ଜଣେ ଅତ୍ୟନ୍ତ କ୍ଷୀଣକାୟ,ଦୁର୍ଵଳ ବ୍ୟକ୍ତି
କଷ୍ଟେମଷ୍ଟେ ପଡି଼ଉଠି ସେଠାକୁ ଆସିଲା
ଆଉ ସେହି ଘଣ୍ଟି ଟି ବଜେଇଦେଲା ।
ଘଣ୍ଟି ଵାଜିବାର ଶୁଣି ପ୍ରଜାତନ୍ତ୍ର ର ରାଜା
ମହଲର ଵାଲକୋନୀ କୁ ଆସି କହିଲା -
“କୁହ କ’ଣ ତୁମ ସମସ୍ୟା.......?”
କୃଷକାୟ ଯୁବକ କହୁଛି...
“ରାଜା ତୋ ଶାସନକାଳରେ ଆମେ ଭୋକ ଉପାସରେ ମଲୁଣି । ଆମକୁ ଅନ୍ନର ଦାନାଟିଏ ଵି ବଡ଼ କଷ୍ଟରେ ମିଳୁଛି । ମୋତେ ଅନ୍ନ ଲୋଡ଼ା ।
ମୁଁ ଵହୁତ ଦିନରୁ ଅନ୍ନ ଅନ୍ଵେଷଣରେ ଉପାସ ବୁଲୁଛି । ମୁଁ ଅନ୍ନ ମାଗିବାକୁ ଆସିଛି”
ରାଜା ସହାନୁଭୂତି ପ୍ରକଟ କରି କହିଲା -
“ଭାଇ ତୋ ଦୁଃଖ ଶୁଣି ମୋ ହୃଦୟ ଦ୍ରବିତ ହୋଇଗଲା ।
ମୁଁ ତୋର ଅନ୍ନର ସମସ୍ୟା କୁ ନେଇ ଆଜି ହିଁ ଏକ ଉପସମିତି ଗଠନ କରୁଛି । ଖାଲି ମୋର ତୋତେ ଏତିକି ପ୍ରଥନା-ଉପସମିତି ର ରିପୋର୍ଟ ପ୍ରକାଶିତ ନହେଲା ଯାଏଁ ତୁ ଯେମିତି ନ ମରୁ”
(ଶ୍ରୀ ହରିଶଙ୍କର ପରସାଈ ଙ୍କ ବ୍ୟଙ୍ଗ ରଚନା रोटी ର ଭାବାନୁବାଦ)
No comments:
Post a Comment