Thursday, January 25, 2018

ବନ୍ଦେ ମାତରଂ

ଗଣତନ୍ତ୍ର ଦିଵସରେ
ରାଜଧାନୀର ଜଣେ ଵଡ଼ ନେତା ଏକ ଅଳ୍ପବିକଶିତ ଅଞ୍ଚଳର ବିଦ୍ୟାଳୟ କୁ ଧ୍ଵଜାରୋହଣ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ  ଆସିଥାନ୍ତି ।

ଜଣେ ବାଳକ ମନ୍ତ୍ରୀ ଙ୍କ ଭାଷଣ ଶୁଣୁଶୁଣୁ କ’ଣ ଭାବିଲା କେଜାଣି
ମନ୍ତ୍ରୀ ଙ୍କ ଗାଡ଼ି ପାଖକୁ ଯାଇ
ଚକ୍ ଖଡି଼ରେ କିଛି ଲେଖିବାକୁ ଲାଗିଲା ...
ଏତିକି ବେଳେ ମନ୍ତ୍ରୀଙ୍କର ଜଣେ 
ଲୋକ ର ନିଘା ପଡିଗଲା
ସେ ଉଠିଯାଇ

ଉକ୍ତ ପିଲାକୁ ଚାପୁଡାଏ ଦେଇ ବେହେ ଗାଳିମନ୍ଦ କଲା
-ମନ୍ତ୍ରୀ ଙ୍କ ଗାଡି଼ ଗନ୍ଧିଆ କରୁଚୁ
ତୋ ଘର କୋଉଠି କି ବେ
ଯା ପଳା ଏଠୁ....

ପିଲାଟି ମନ୍ତ୍ରୀ ଙ୍କ ଗାଡି଼ କାଚ ଉପରେ
ବନ୍ଦେ ମାତରଂ ଲେଖିଦେଇଥିଲା .....

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...