ଭାରତୀୟ ଭାଷାରୁ କୌଣସି ଶବ୍ଦ ଆରବକୁ ଯାଇ ପ୍ରଚଳିତ ହେଲେ ସ୍ଵତଃ ତା’ର ସେଠାରେ 
ମାତ୍ରା,କାର,ଫଳା ଆଦି ଅବୟବ ଛେଦନ ହୋଇଯାଏ ....
ଶଙ୍କା ଶବ୍ଦ ଆମ ଭାଷାରେ ଚଳେ 
ଏହାର ଅନେକ ଅର୍ଥ ମଧ୍ୟରୁ କିଛି 
ହେଉଛି :-
ଭୟ,ସଂଦେହ, ବିତର୍କ,ସମ୍ଭାବନା ଇତ୍ୟାଦି....
ଏହାର ମୂଳ ବୈଜ୍ଞାନିକ ଧାତୁ ରୂପ =ଶଙ୍କ୍ ବା ଶନ୍କ  ଧାତୁ....
ଆରବୀ କୁ ଯାଇ ଏ ଶବ୍ଦ शक् ହୋଇ ଫେରିଥିବା 
ଅନେକ ଭାଷାବିଦ ମତ ଦିଅନ୍ତି ।
ଶଙ୍କା ସହିତ ସାମଜସ୍ୟ ଥିବା ଓ ସମାନ ଅର୍ଥ ବହନ କରୁଥିବା ଇଂରାଜୀ ଶବ୍ଦ suspicion ଅଛି 
ଏବଂ ଆଉ ଏକ ଇଂରାଜୀ ଶବ୍ଦ doubt 
ମଧ୍ୟ ସଂଦେହ ଅର୍ଥରେ ପ୍ରଚଳିତ । 
suspicion ଶବ୍ଦର ମୂଳ Proto-Indo-European ଶବ୍ଦ ହେଉଛି 
spéḱyeti ଏବଂ ସଂସ୍କୃତ ଶବ୍ଦ ପଶ୍ୟତି ସହ ଏହାର ସିଧାସଳଖ ସଂପର୍କ ଥିଲେ ହେଁ 
ଶଙ୍କା ଶବ୍ଦ ସହ ନାହିଁ
କିନ୍ତୁ 
ଭାରତୀୟ ଶବ୍ଦ ଦ୍ଵନ୍ଦ୍ଵ (ଦ୍ଵି+ଦ୍ଵି) ସହ  ଇଂରାଜୀ doubt ର ସାମଜସ୍ୟତା ଅଛି ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଏ ଶବ୍ଦ ସହ ପୁରୁଣା ଇଂରାଜୀ ଶବ୍ଦ  twīo
ର ସାମଜସ୍ୟତା ଦେଖାଯାଏ ।
ପ୍ରକୃତରେ doubt ଶବ୍ଦ ଟି ଫ୍ରେଞ୍ଚ ରୁ ଇଂରାଜୀ କୁ ଆସିଛି ଏବଂ ଏହା ସହ ସାମଜସ୍ୟ ଥିବା 
Proto-Germanic ଶବ୍ଦ ହେଉଛି twihô(“doubt”) ଏବଂ ସେହି ଶବ୍ଦର 
Proto-Indo-European ମୂଳ ରୂପ ହେଲା ।
*dwóh₁
ତେଣୁ ବୋଧହୁଏ ଦ୍ଵନ୍ଦ୍ଵ ଶବ୍ଦ ସହ ଇଂରାଜୀ doubt ର କୌଣସି ଦୂରସଂପର୍କ ଥାଇପାରେ ।
Wednesday, January 3, 2018
●●ଶଙ୍କା,ଦ୍ଵନ୍ଦ ଓ doubt●●
Subscribe to:
Post Comments (Atom)
•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•
ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି । ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...
- 
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
 - 
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
 - 
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...
 
No comments:
Post a Comment