Friday, January 12, 2018

ଈହୁଦୀ ଓ ଇସ୍ରାଏଲ୍

ବାଇବେଲ ର ଓଲ୍ଟ ଟେଷ୍ଟାମେଣ୍ଟ୍ ତଥା ପବିତ୍ର କୋରାନ୍ ଅନୁଯାୟୀ
ଆଜି ଯେଉଁଠି ଆଧୁନିକ ଇଜ୍ରାଏଲ୍ ଦେଶ ଅଛି
ସେ ଅଞ୍ଚଳର ନାଆଁ ଆଗେ
ପାଲେଷ୍ଟାଇନ୍ ବା ପାଲେସ୍ଥିନ୍(Palestine)
ଥିଲା  । ବାଇବେଲ ଏ ଦେଶକୁ ଦୁଗ୍ଧ ଦଧିର ଦେଶ ବୋଲି ଘୋଷଣା କରିଛି ହେଲେ କାଳର କଷାଘାତରେ ପଡି଼ ଆଜି ଏ ଦେଶ ମରୁସ୍ଥଳରେ ପରିଣତ ହୋଇଛି । ଈହୁଦୀ ଓ ମୁସ୍ଲିମ୍ ମାନେ
ଭାଇ ବୋଲି ଉଭୟ ଧର୍ମର ଲୋକ ବିଶ୍ଵାସ କରନ୍ତି କାରଣ ଏ ଉଭୟ ଜାତିର ଲୋକଙ୍କ
ପୂର୍ବଜ ଥିଲେ ଅବ୍ରାହମ୍ ବା ଈବ୍ରାହୀମ୍ ।
ଏହାଙ୍କ ସମୟକାଳ ଖ୍ରୀଷ୍ଟପୂର୍ଵ 1800 ଶତାବ୍ଦୀ ବୋଲି ଅନୁମାନ କରାଯାଏ ।
ଉଭୟ ଧର୍ମ ରେ ଏହାଙ୍କୁ ପ୍ରଥମ ପୈଗମ୍ଵର ବୋଲି ମଧ୍ୟ ବିଶ୍ଵାସ ପ୍ରଚଳିତ ।
ଅବ୍ରାହମ୍/ଈବ୍ରାହୀମ୍ ଙ୍କ ନାମରେ ଈହୁଦୀ ଜାତିର ଗୋଟିଏ ନାମ ଈବ୍ରାନୀ ପଡିଲା ।
ପ୍ରଚଳିତ ଲୋକବିଶ୍ଵାସ ଅନୁଯାୟୀ
ଅବ୍ରାହମ୍ ଙ୍କ ପୌତ୍ର Jacob ଯାହାର ଅନ୍ୟ ଏକ ନାମ ଇସ୍ରାଏଲ୍ ଥିଲା
ପାଲେସ୍ଥିନ୍ ର 12 ଟି ଭିନ୍ନ ଭିନ୍ନ ଜନଜାତି
(Reuben,Simeon,Levi,Judah,Dan,Naphtali,Gad,Asher,Issachar,Zebulun,Joseph,Manasseh,Ephraim ଓ Benjamin)
ମଧ୍ୟରେ ଏକତା ଆଣିବାରେ ସଫଳ ହୋଇଥିଲା ।
ଏ ସମସ୍ଥ ଜାତିର ଲୋକ ସାମୁହିକ ଭାବେ ନିଜକୁ ବନୀ ଇଜ୍ରାଏଲ୍ ବା ଇସ୍ରାଏଲ୍ ର ପୁତ୍ର ବୋଲି ପରିଚୟ ଦେଉଥିଲେ ।
ପରେ ଯାକୁବ ବା ଇସ୍ରାଏଲ୍ ର ପୁତ୍ର
ୟହୁଦା ବା ଯୁଡା/juda ଈହୁଦୀ ମାନଙ୍କର ନେତୃତ୍ବ ନେଲେ । ଏହି juda ଙ୍କ ନାମରୁ
ଗୋଟିଏ ପଟରେ ଇଂରାଜୀ Jewish ନାମ ହୋଇଛି ଅନ୍ୟପଟେ ଈହୁଦୀ ଶବ୍ଦ ମଧ୍ୟ
ଭାଷା ଭାଷା ମଧ୍ୟରେ ଶବ୍ଦଗତ ପରିବର୍ତ୍ତନ ଯୋଗୁଁ ହୋଇଥିବା ଭାଷାବିଦ ମାନେ ମତ ଦିଅନ୍ତି । ଖ୍ରୀଷ୍ଟପୂର୍ଵ 1800 ଶତାବ୍ଦୀ ବେଳକୁ
ସୁମେର୍ ର ଉର୍ ନଗରୀ ତଥା ଉତ୍ତର ଆରବ ରେ ରହୁଥିବା
ଈହୁଦୀ ମାନଙ୍କୁ ସେମାନଙ୍କର ପ୍ରଥମ ପୈଗମ୍ଵର
ଅବ୍ରାହମ୍ ସର୍ବପ୍ରଥମେ ତାଙ୍କ ପୂର୍ବଜଙ୍କର ଦେଶ ପିଲିସ୍ଥିନ୍ ର ରାସ୍ଥା ଦେଖାଇଥିଲେ ।
ଏଣେ ଦୀର୍ଘ 400 ବର୍ଷ ଧରି ମିଶରରେ ଦାସତ୍ଵର ଦୁଃଖ ଭୋଗୁଥିବା ଈହୁଦୀ ମାନଙ୍କୁ
ମୁକ୍ତ କଲେ ଆଉ ଜଣେ ଈହୁଦୀ ନେତା
'ମୋସା' ।
ମୋସାଙ୍କ ପ୍ରଣୀତ ଧର୍ମ ଓ ଜୀବନର ଦଶଟି ନିୟମକୁ ମାନି କିଛି କାଳଯାଏଁ ଈହୁଦୀ ମାନେ ନିଜର ଦେଶ ଈଜ୍ରାଏଲ୍ ରେ ଶାନ୍ତିପୂର୍ବକ ନିବାସ କଲେ ଏବଂ ଚାହୁଁ ଚାହୁଁ ଇସ୍ରାଏଲ୍ ହୋଇଗଲା ବିଶ୍ଵର ଏକ ଧନାଢ୍ୟ ଭବ୍ୟ ଦେଶ । ରାଜା
ସୋଲୋମନ୍ ଙ୍କ ସମୟରେ
ଈହୁଦୀ ମାନଙ୍କର ଖୁବ ଉନ୍ନତି ହେଲା ।
ଏହାଙ୍କ ସମୟକାଳ ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀ ବୋଲି ଅନୁମାନ କରାଯାଏ...
କିନ୍ତୁ ସୁଲେମାନ ଙ୍କ ମୃତ୍ୟୁ ପରେ ଇସ୍ରାଏଲ୍ ର ଈହୁଦୀ ମାନଙ୍କ ମଧ୍ୟରେ ଜାତିଗତ କଳହ
ବୃଦ୍ଧି ପାଇ ସେମାନଙ୍କ ପାରସ୍ପରିକ ଏକତା
କମ୍ ହୋଇଗଲା । ଏହାର ସୁଯୋଗ ନେଇ
ଅନେକ ବୈଦେଶିକ ଶତୃ ଏ ଦେଶ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ ।
ଆସିରିଅ ମାନେ ଜେରୁଜେଲମ୍ ଉପରେ ଆକ୍ରମଣ କରି ହଜାର ହଜାର ଈହୁଦୀ ଙ୍କୁ ବନ୍ଦୀ କରିନେଇ ଦାସ କରି ଖଟେଇଲେ ।

ପବିତ୍ର ଜେରୁଜେଲମ୍ ରେ ଈହୁଦୀ ମାନଙ୍କର ଏକ
ପ୍ରଶିଦ୍ଧ ମନ୍ଦିର ଥିଲା ।
ଖ୍ରୀଷ୍ଟ ପୂର୍ବ ଷଷ୍ଠ ଶତାବ୍ଦୀରେ ଜଣେ ପ୍ରତାପଶାଳୀ
ବାବିଲୋନୀୟ ଶାସକ ସେ ମନ୍ଦିର ସମେତ
ସମଗ୍ର ଜେରୁଜେଲମ୍ ର ଧ୍ବଂସ ସାଧନ କରିଦେଇଥିଲେ । ଫଳରେ ଈହୁଦୀ ମାନେ ସେଠାରୁ ପୃଥିବୀର ବିଭିନ୍ନ ସ୍ଥାନକୁ ଚାଲିଯାଇଥିଲେ ।  ତେବେ କିଛି ଈହୁଦୀ
ପୁଣି ଫେରିଆସି  ଇଜ୍ରାଏଲ୍ ଦେଶକୁ ପୁଣ ଗଢିତୋଳିବେ ବୋଲି ଅଣ୍ଡା ଭିଡ଼ି ଲାଗିପଡିଲେ ଏବଂ ଜେରୁଜେଲମ୍ ରେ ଥିବା ତାଙ୍କ ପବିତ୍ର ମନ୍ଦିର କୁ ପୁନଃ ଗଢି ତୋଳିଲେ ।
ଖ୍ରୀଷ୍ଟ ପୂର୍ବ 19 ଅଦ୍ଧରେ ରାଜା ହେରଡ୍ ରାଜକୀୟ ଆଡମ୍ବରରେ ସେଠାରେ ମନ୍ଦିର ତୋଳାଇଲେ ସତ କିନ୍ତୁ ଖ୍ରୀଷ୍ଟ ଜନ୍ମ ର 70 ବର୍ଷ ପରେ ରୋମାନ୍ ମାନେ ତାକୁ ପୁଣି ଭାଙ୍ଗି ଦେଲେ ।
ଈହୁଦୀ ମାନଙ୍କ ପ୍ରତି ଖ୍ରୀଷ୍ଟ ଧର୍ମ ର ଲୋକେ ମାତ୍ରାଧିକ ଘୃଣା କରୁଥିଲେ ଏବେ ବି ଊଣା ଅଧିକେ କରନ୍ତି କାରଣ ଖ୍ରୀଷ୍ଟ ଜୀବନୀ ଅନୁଯାୟୀ ତାଙ୍କର ତଥାକଥିତ ଈଶ୍ଵରପୁତ୍ର ଉପରେ କୁଆଡେ଼
ଈହୁଦୀ ଲୋକେ ଅତ୍ୟାଚାର କରିଥିଲେ ।
ଏଭଳି ଘୃଣ୍ୟ ଚିନ୍ତାଧାରା କୁ ଈହୁଦୀ-ବିତୃଷ୍ମା ବା anti semitism କୁହାଯାଏ ।

ଇହୁଦୀ ମାନେ ଶଇତାନ୍ ର ସନ୍ତାନ,ତେଣୁ ଭଗବାନଙ୍କ ଠାରେ ବିଶ୍ବାସ ରଖିଥିବା ଆମ ସମସ୍ତଙ୍କର ଶତୃ । ସେମାନେ ଖ୍ରୀଷ୍ଟିଆନ ଲୋକଙ୍କ ରକ୍ତ ପିଇଯାଅନ୍ତି,ଈହୁଦୀ ମାନେ ଲୁଚିଛପି ଥାଆନ୍ତି ଓ ସୁଯୋଗ ଦେଖି ଖ୍ରୀଷ୍ଟିଆନ ମାନଙ୍କ କୂଅରେ ବିଷ ପକେଇ ଦିଅନ୍ତି,ଈହୁଦୀ ମାନଙ୍କ ଦିହରୁ
ଏକ ରକମର ଗନ୍ଧ ବାହାରେ
ଏମନ୍ତ କେତେ କେତେ ମନଗଢା କଥା ସବୁ ଶତାବ୍ଦୀ ଶତାବ୍ଦୀ ଧରି ପାଦ୍ରୀ ଓ ଧର୍ମ ଭୀରୁ ଲୋକେ ପ୍ରଚାର କରିଆସୁଛନ୍ତି ।

ଖ୍ରୀ ଚତୁର୍ଥ ଶତାବ୍ଦୀରେ ରୋମାନ୍ ସମ୍ରାଟ
କନଷ୍ଟାଣ୍ଡାଇନ୍ ରାଜକୀୟ କାର୍ଯ୍ୟ ରେ ପଡି଼ ଖ୍ରୀଷ୍ଟିଆନ ହେଲା ପରେ
ତାଙ୍କର ପ୍ରଥମ ଘୋଷଣା ନାମାରେ
ଈହୁଦୀ ମାନଙ୍କୁ ରାକ୍ଷସ ତଥା ତାଙ୍କ ମନ୍ଦିର
ମିନାଗଗ୍ କୁ ବେଶ୍ୟାଳୟ ଘୋଷଣା କରିଥିଲେ ।
ଫଳରେ ଇଉରୋପ ରେ ଈହୁଦୀ ମାନଙ୍କ ପ୍ରତି ଘୃଣାଭାବ ଆହୁରି ତିବ୍ରତର ହେଲା ।
ଖ୍ରୀଷ୍ଟାବ୍ଦ ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟ ଭାଗରେ
ଯେତେବେଳେ ପ୍ଲେଗ୍ ମହାମାରୀ ଯୋଗୁଁ ୟୁରୋପ ର ଲକ୍ଷ ଲକ୍ଷ ଲୋକ ମରିବାକୁ ଲାଗିଲେ
ଗୁଜବ ଉଠେଇ ଦିଆଗଲା ଯେ ଈହୁଦୀ ମାନେ ଖ୍ରୀଷ୍ଟିଆନ ମାନଙ୍କ କୂଅରେ ବିଷ ପକେଇ ଦେଇଛନ୍ତି । କ୍ରୋଧାନ୍ଧ ଖ୍ରୀଷ୍ଟିଆନ ମୌଳିବାଦୀ ମାନେ ଇଉରୋପରେ ହଜାର ହଜାର ଈହୁଦୀଙ୍କୁ
ହତ୍ୟା କଲେ,ଲୁଣ୍ଠନ କଲେ,ସେମାନଙ୍କର ସମ୍ପତ୍ତି ଛଡେଇ ନେଲେ ଇତ୍ୟାଦି ଇତ୍ୟାଦି....

ତଥାପି ଈହୁଦୀ ମାନେ ସବୁ ଦୁଃଖ ସହି କଷ୍ଟେ ମଷ୍ଟେ ଇଉରୋପ ର ବିଭିନ୍ନ ଦେଶ ମାନଙ୍କରେ ବଞ୍ଚିରହିଲେ ।
ବିଂଶ ଶତାବ୍ଦୀର ମଧ୍ୟ ଭାଗରେ
ଜର୍ମାନୀର ଅତିମାତୃଭୂମି ପ୍ରେମୀ ହିଟଲର୍
ଲକ୍ଷ ଲକ୍ଷ ଈହୁଦୀ ମୃତ୍ୟୁ ର କାରଣ ହେଲେ ।
ଦ୍ବିତୀୟ ବିଶ୍ଵଯୁଦ୍ଧ ସମୟରେ ଇଉରୋପ ର ବିଭିନ୍ନ ଦେଶରେ ଅତ୍ୟନ୍ତ ସୁଯୋଜିତ ଓ ସୁଚିନ୍ତିତ ନିର୍ମମ
ଉପାୟ ମାନ ଅବଲମ୍ଭନ କରାଯାଇ 10 ଲକ୍ଷ ପିଲାଙ୍କ ସମେତ ପ୍ରାୟ 60 ଲକ୍ଷ ରୁ ଅଧିକ ଈହୁଦୀଙ୍କୁ ହତ୍ୟା କରାଗଲା ।
1939 ମସିହା ସୁଦ୍ଧା ଇଉରୋପ ମହାଦେଶରେ ପ୍ରାୟ 93 ଲକ୍ଷ ଈହୁଦୀ ରହୁଥିଲେ
ଦ୍ବିତୀୟ ବିଶ୍ଵଯୁଦ୍ଧ ସରିଲା ବେଳକୁ ଆଉ ମାତ୍ର
30 ଲକ୍ଷ ଇହୁଦୀ ବଞ୍ଚି ପାରିଥିଲେ ।
ଇଉରୋପର ଏହି ବିଭତ୍ସ ଘଟଣା ସବୁ ଦେଖିଲା ପରେ
ଈହୁଦୀ ବୁଦ୍ଧିଜୀବୀ ଜାଣିଲେ
ଆଉ ଇଉରୋପ ରେ ରହିବା ନିରାପଦ ନୁହେଁ ।
ସେତେବେଳେ ସେମାନେ ନିଜର ପ୍ରାଚୀନ ମାତୃଭୂମି କୁ ଫେରିଆସିବାକୁ ଚେଷ୍ଟା ଚଳାଇଲେ ଏବଂ ସଫଳ ମଧ୍ୟ ହେଲେ ଆଉ
ଈହୁଦୀ ମାନଙ୍କର ଦେଶ ଇସ୍ରାଏଲ୍ ର ସ୍ଥାପନା ହୋଇଗଲା । ଆଜି ମାତ୍ର ଛଅ ଦଶନ୍ଧି ମଧ୍ୟରେ
ଇସ୍ରାଏଲ୍ ର ଉନ୍ନତି ରୁ ଅନ୍ୟ ମାନବଜାତି ମାନଙ୍କୁ ଅନେକ କିଛି ଶିଖିବାର ଅଛି ।
ବିଶେଷତଃ ବିଭିନ୍ନ ଜାତୀୟତାରେ ଛନ୍ଦି ହୋଇ ପଡି଼ଥିବା ପ୍ରାଚୀନ କଳିଙ୍ଗଦେଶୀୟ ମାନଙ୍କ(ଉଡ୍ର,ଉତ୍କଳୀ,କଳିଙ୍ଗୀ) ବର୍ତ୍ତମାନ ଦାୟାଦ ଓଡ଼ିଆ ମାନେ ଶିଖିବା ଦରକାର ଯେ
ଅନ୍ୟ ର ପରିଚୟ ରେ ପରିଚିତ ନହୋଇ
ବରଂ ଈହୁଦୀ ମାନଙ୍କ ଭଳି ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ଅନ୍ୟଥା
ଦିନ ଆସିବ ଅନନ୍ତ ଦୁଃଖ ଯାତନା ସହ୍ୟ କରିବାକୁ ପଡି଼ବ.....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...