Tuesday, January 2, 2018

●ଡା଼ ଟ୍ରୈଫର୍ଡ୍ ଓ ସମାନାନ୍ତର ବ୍ରହ୍ମାଣ୍ଡର କଥା●

ଗୋଟିଏ ପ୍ରଶିଦ୍ଧ ସାଇନ୍ସ ଫ୍ରିକ୍ସନ୍ କାହାଣୀର
ନାୟକ ଡା଼ ଟ୍ରୈଫର୍ଡ୍ ନିଜ ଗବେଷଣାଗାରରେ
1950ରେ କିଛି ପ୍ରୟୋଗ କରିଵାରେ ଵ୍ୟସ୍ତ ଥିଲେ । ସେତିକିବେଳେ ଏକ ଭୀଷଣ ଦୂର୍ଘଟଣା ଘଟିଲା ଫଳରେ ତାଙ୍କ ଚେତନା ସମାନାନ୍ତର ବ୍ରହ୍ମାଣ୍ଡ ରେ ସ୍ଵିଚ୍ କରିଯାଏ ।

ଆଶ୍ଚର୍ଯ୍ୟ ର କଥା ଟ୍ରୈଫର୍ଡ୍ ଙ୍କୁ ଜାଣିଵାକୁ ମିଳେ
ସେ ବ୍ରହ୍ମାଣ୍ଡ ରେ କେଵେ ଵିଶ୍ଵଯୁଦ୍ଧ ହୋଇନଥିଲା  ।
ସେଠାରେ ହିଟଲର କେଵେବି ଶାସକ ହୋଇ ନଥିଲା  ।
ଏ ବ୍ରହ୍ମାଣ୍ଡ ରେ ଟ୍ରୈଫର୍ଡ୍ ର ପ୍ରତିରୂପ (ଯାହା ମଧ୍ୟରେ ଏଵେ ଆମ ଟ୍ରୈଫର୍ଡ୍ ଅଛି)
ଜଣେ ଵୈଜ୍ଞାନିକ ନହୋଇ ଲେଖକ ଥିଲା ଓ ଏହି ବ୍ରହ୍ମାଣ୍ଡ ରେ ତା’ର  ପୂର୍ବ କଳିହୁଡୀ ଗାଲେଇ ସ୍ତ୍ରୀ ବଦଳରେ ଜନୈକା  ସୁନ୍ଦରୀ,ଗୁଣଵତୀ ପତ୍ନୀ ଥିବା ଦେଖିଵାକୁ ପାଇଲା ।

କିନ୍ତୁ ଏଇ ବ୍ରହ୍ମାଣ୍ଡରେ ଟ୍ରୈଫର୍ଡ୍ ର ପ୍ରତିରୂପ
ର ସ୍ଵଭାଵ ଅତି ହିଂସକ ଥିଲା, ସେ ଏତେ ଗୁଣଵତୀ ପତ୍ନୀ ପାଇ ମଧ୍ଯ ତା ଉପରେ
ଅତ୍ୟାଚାର କରୁଥିଲା ।
ଏ ବ୍ରହ୍ମାଣ୍ଡରେ ଆମ ବ୍ରହ୍ମାଣ୍ଡର ଟ୍ରୈଫର୍ଡ୍ ଯେତେବେଳେ ସ୍ଵିଚ୍ କରିଗଲା ସେତେବେଳେ
ଟ୍ରୈଫର୍ଡ୍-ପ୍ରତିରୂପ ର ହଟାତ୍ ସ୍ଵଭାଵ ରେ ପରିଵର୍ତ୍ତନ ଦେଖି ସେହି ଗୁଣଵତୀ ମହିଳାଙ୍କୁ
ଆଶ୍ଚର୍ଯ୍ୟ ମିଶ୍ରିତ ଖୁସି ଲାଗିଲା ।

ଟ୍ରୈଫର୍ଡ୍ ମଧ୍ୟ ସବୁକିଛି ଭୂଲି ଯାଇ
ତା ସହିତ ସୁଖରେ ରହିଵାକୁ ଲାଗିଲେ
ଏମିତି ରେ ଗୋଟିଏ ଦିନ ସେଠାରୁ
ତାଙ୍କର ପୁଣି ନିଜ ବ୍ରହ୍ମାଣ୍ଡକୁ ସ୍ଵିଚ୍ ହୋଇଯାଏ ।

.
ନିଜ ବ୍ରହ୍ମାଣ୍ଡକୁ ଫେରି ଆସିଲାରୁ
ଟ୍ରୈଫର୍ଡ୍ ତାଙ୍କ ସମାନାନ୍ତର ବ୍ରହ୍ମାଣ୍ଡର ପତ୍ନୀ ବିରହରେ ପାଗଳ ହୋଇଗଲେ । ଅନେକ ଦିନ ଯାଏଁ ଦୁଃଖ ଶୋକରେ ବୁଡ଼ି ରହିଲା ପରେ
ଦିନେ ହଟାତ୍ ତାଙ୍କ ମନକୁ କଥାଟିଏ ଆସିଲା ।
ତା’ କ’ଣ .  ....?
ନା ସେ ସମାନାନ୍ତର ବ୍ରହ୍ମାଣ୍ଡରେ ଯେହେତୁ
ଏ ବ୍ରହ୍ମାଣ୍ଡରେ ଥିଵା ମଣିଷ ଙ୍କ ପ୍ରତିରୂପ ଅଛନ୍ତି ତେଣୁ ଏ ବ୍ରହ୍ମାଣ୍ଡରେ ସେ ବ୍ରହ୍ମାଣ୍ଡରେ ଥିଵା
ତାଙ୍କ ପତ୍ନୀ ର ପ୍ରତିରୂପ ମଧ୍ୟ ନିଶ୍ଚୟ ଥିବ......!
ଏ କଥା ମନରେ ଵିଚାର କରି ସେ
ପୃଥିବୀଟା ଯାକ ବୁଲିଆସିଲେ ।
ଅନେକ ଖୋଜାଖୋଜି କରି ନିରାଶ ହୋଇ ମଧ୍ୟ ସେ ତାଙ୍କ ଅନ୍ଵେଷଣ କାର୍ଯ୍ୟ ଛାଡ଼ି ନଥାନ୍ତି
ଏମିତିରେ ଦିନେ ତାଙ୍କର ସମାନାନ୍ତର ବ୍ରହ୍ମାଣ୍ଡର ପତ୍ନୀ ତାଙ୍କୁ ଏ ବ୍ରହ୍ମାଣ୍ଡରେ ଅନ୍ୟ ନାମରେ ମିଳିଗଲେ । ତତ୍ପରେ ବହୁ ଅୟାସରେ ସେ ତାଙ୍କୁ ପ୍ରାପ୍ତ କରି ଏକ ସୁଖି ଜୀଵନ ଵିତେଇ ପାରିଥିଲେ ।

(ଏ କାହାଣୀ କୁ ଵିସ୍ତୃତ ଭାଵରେ ପଢିଵା ପାଇଁ ଗୁଗଲରେ “The Random Quest Story" ଲେଖି
ଅନ୍ଵେଷଣ କରନ୍ତୁ wikipediaରେ random quest ନାମରେ ଏକ ପୃଷ୍ଠା ଉପଲବ୍ଧ ,ଏ ସାଇନ୍ସ ଫ୍ରିକ୍ସନ କାହାଣୀଟିର ଲେଖକ ହେଉଛନ୍ତି
John Wyndham
)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...