Sunday, January 7, 2018

ଅଣକିଆ ଆଦିକନ୍ଦ ମିଶ୍ର କାହାଣୀ

ଥରେ ବ୍ରାହ୍ମଣ ଭୋଜନ ହେଉଥିଲା ।
ଆଦିକନ୍ଦ ମିଶ୍ର ନାମକ ଜଣେ ବ୍ରାହ୍ମଣ ସେ ବ୍ରାହ୍ମଣ
ଭୋଜନକୁ ଯାଇଥିଲା ।
ବ୍ୟଞ୍ଜନ ପରଷିବା ବେଳେ
ମାଳିସାହି ମହାଜନ ଆଦିକନ୍ଦ ମିଶ୍ର ବୋଇଲେ

କି ବ୍ୟଞ୍ଜନ ଦେଉଅଛ ।
ଦିଲା ମାନେ କହିଲେ ମୁଗ ଦେଉଂ ଅଛୁଂ ।
ମିଶ୍ରେ କହିଲେ ଆମଠାରେ ଅଣକେ ଦିଅ ।
ତାହା ଶୁଣି ଅନ୍ୟ ମହାଜନମାନେ ପରିହାସ ଖିସା କଲେ । ଏହି ଦିନଠାରୁ ପ୍ରତ୍ୟ ବ୍ରାହ୍ମଣ ଦେଖିଲେ ପରିହାସ କଲେ । ବ୍ରାହ୍ମଣ ସହି ନପାରି ମହାସ୍ରମ ଛାମୁରେ ଜଣାଇଲା । ମୋତେ ଖିସା ପରିହାସରେ ଏ ଶାସନ ମହାଜନ ମାନେ ରଖି ଦେଉ ନାହାନ୍ତି ।

ଶ୍ରୀମହାସ୍ରମ ଆଜ୍ଞା ଦେଲେ ବ୍ରାହ୍ମଣ କୁ ପରିହାସ ନକରିବ । ଜାଣିବା ବ୍ରାହ୍ମଣ ଜ୍ଞାନ ଥିଲା ବ୍ରାହ୍ମଣ ବ୍ରାହ୍ମଣେ ପରିହାସ ନକଲେ ।

ଅଜ୍ଞାନ ବାଳକେ ଅଣକିଆ ବୋଲି ଖିସା ପରିହାସ କଲେ । ପୁନର୍ବାର ଛାମୁରେ ଜଣାଇଲା ।
ୟେବେ ବାଳକେ ଖିସାରେ ରଖିଦେଉନାହାନ୍ତି ।
ଆଜ୍ଞା ହୋଇଲା ବାଳକକୁ ଖଜା କଦଳୀ ମୁଆଁ ଦେଇ ନିବର୍ତ କର । ବ୍ରାହ୍ମଣ କୁ ନଚଳାଇବେ ।
ଏହି ମାଫିକେ ବାଳକଂକୁ ଦିଲେ । ବାଳକେ ତୁଣ୍ଡେ ନକହିଲେ । ବ୍ରାହ୍ମଣଂକୁ ଦେଖିଲେ
ଗୋଡ଼ ବୃଦ୍ଧ ଅଙ୍ଗୁଷ୍ଠିରେ ମଣ୍ଡଳା ଗୋଟି ଲେଖି
ଗାର ଗୋଟିଏ ଦିଅନ୍ତି । ତାହା ଦେଖି ବ୍ରାହ୍ମଣ ବହୁତ ବ୍ୟସ୍ତ ହେଲା । ପୁନର୍ପି ଶ୍ରୀ ମହାସ୍ରମଙ୍କ
ଛାମୁରେ ଜଣାଇଲା ।
ୟେବେ ବାଳକେ ତୁଣ୍ଡେ ନକହି ମୋତେ ଦେଖି ଗୋଡେ଼ ଲେଖୁଅଛନ୍ତି । ଏହା ଶୁଣି ଶ୍ରୀମହାସ୍ରମ ହସିଲେ । କିଛି ଆଜ୍ଞା ନକଲେ । ବ୍ରାହ୍ମଣେ ଲେଉଟି  ବ୍ୟସ୍ତରେ ରହିଲା । ମନରେ ବହୁତ କ୍ରୋଧ କରୁଥାଇ । ଶାସନ ଦାଣ୍ଡ କଦର୍ଜ ଦେଖି
ଶ୍ରୀମହାସ୍ରମ ପାଞ୍ଜିଆ କରଣକୁ ଆଜ୍ଞା କଲେ ଦାଣ୍ଡେ ପଥର ବନ୍ଧାଅ ।
ଆଜ୍ଞା ପାଇଂ ପଶ୍ଚିମ ଖଣ୍ଡି ପୂର୍ବରୁ ପୂର୍ବଖଣ୍ଡି
ଶ୍ରୀନୃସିଂହ ଦଣ୍ଡାଯାଏ ବନ୍ଧାଉଥିଲେ ।
ବାଳକେ ନିବର୍ତ ହୋଇ ବ୍ରାହ୍ମଣଂକୁ ଗୋଡେ଼ ଲେଖି ଚଳାନ୍ତି । ସହିନପାରି ଦାଣ୍ଡେ ପଥରରେ
ମୁଣ୍ଡ ମାରି ହତ୍ୟା ହେଲା ।
ଶ୍ରୀମହାସ୍ରମଙ୍କୁ ଏ ବିଷୟ ଜଣାଇଲେ ।
ମହାସ୍ରମ ଆଜ୍ଞା ଦିଲେ ଦାଣ୍ଡ ନ ବନ୍ଧାଅ ।

ଇତି
ଶ୍ରୀ ଗୁରୁଦାସ ଚଇନିଂ ଲିଖିତ୍ବଂ ସଂପୂର୍ଣ୍ଣଂ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...