କାମ୍ଵୋଡିଆରେ 
ପ୍ରତିବର୍ଷ 
ସାତ ଜାନୁଆରୀ ରେ Victory over Genocide Day  ପାଳିତ ହୋଇଥାଏ ।
Vietnam war ଯୁଦ୍ଧ ସମୟରେ କାମ୍ଵୋଡିଆ କମ୍ୟୁନିଷ୍ଟ ମାନଙ୍କର ଶରଣସ୍ଥଳୀ ପାଲଟିଥିଲା ।
ଯୁଦ୍ଧ ପରେ ପରେ  Vietnam People's Army ସୈନ୍ୟବାହିନୀ  Khmer Rouge (Red Khmer) ନାମରେ କାମ୍ଵୋଡିଆରେ ଶାସନ କଲା ।
କମ୍ୟୁନିଷ୍ଟ ତଥା ଅନକୋର୍ ରାଜତନ୍ତ୍ର ର ମିଶ୍ରିତ ଶାସନତନ୍ତ୍ର ରେ କାମ୍ଵୋଡିଆରେ ଏକ ଏକଚାଟିଆ ଏକଛତ୍ରବାଦୀ ଶାସନ ଆରମ୍ଭ ହୋଇଗଲା ।
ଲୋକଙ୍କ ଠାରୁ ଜୋରଜବର କରି ତାଙ୍କ ସମ୍ପତ୍ତି ଛଡେଇ ନିଆଗଲା । ପିଲା ମାନଙ୍କୁ ତାଙ୍କ ମାତାପିତାଙ୍କ ଠାରୁ ଛଡେଇ ନିଆଗଲା ।
ଏହି ଜାତୀୟ ଅତ୍ୟାଚାର ର ବିରୋଧ କରିବାକୁ ଯାଇ ହଜାର ହଜାର କାମ୍ଵୋଡିଆନ୍ ଲୋକ 
ମଲେ ଆଉ କେତେ ଭୋକ ଉପାସ ଦୁଃଖ ଯାତନା ଭୋଗି ଅକାଳ ମୃତ୍ୟୁବରଣ କଲେ ।
ସହସ୍ରାଧିକ ସ୍ଵାଭିମାନୀ କାମ୍ଵୋଡୀୟ ଲୋକ 
କାରାବରଣ କଲେ । Khmer Rouge ସଂଗଠନର ଉଦ୍ଦେଶ୍ୟ ଥିଲା 
କାମ୍ଵୋଡିଆକୁ ଏକ ସଂପୂର୍ଣ୍ଣ ଶୁଦ୍ଧ କୃଷି ପ୍ରଧାନ ସମାଜ ରେ ପରିବର୍ତ୍ତିତ ଅରିଦେବା । 
ଏହି ମୂଳ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ କାମ୍ଵୋଡିଆର ଅନେକ ଲୋକଙ୍କୁ 
ତତ୍କାଳୀନ ଏକଛତ୍ରବାଦୀ ଶାସକ ମାନେ ସେମାନଙ୍କର ଗୋତି ଶ୍ରମିକ କରି ଖଟେଇଥିଲେ । ଫଳରେ କାମ୍ଵୋଡିଆର ବଡ଼ ବଡ଼ ସହରରେ 
ଲୋକ ସଂଖ୍ୟା କମି କମି ଗଲା ଏବଂ 
ଉକ୍ତ ସହରୀ ଲୋକ ମାନେ Khmer Rouge ଦଳ ର ଆଜୀବନ ଗୋଲାମ୍ ହେବାକୁ ବାଧ୍ୟ ହେଲେ ।
ଅନୁମାନ କରାଯାଏ ଯେ Khmer Rouge ଶାସନ ର ଚାରିବର୍ଷ ମଧ୍ୟରେକାମ୍ଵୋଡିଆର ପ୍ରାୟ 20 ଲକ୍ଷ ଲୋକ ମୃତ୍ୟୁମୁଖରେ ପଡି଼ଥିଲେ ।
7 ଜାନୁଆରୀ 1979 କୁ ଭିଏତନାମ୍ ର ଜାତୀୟ ସେନା କାମ୍ଵୋଡିଆରେ ପ୍ରବେଶ କରି Khmer Rouge କୁ ସେଠାରୁ ତଡିବା ପାଇଁ 
ଯୁଦ୍ଧ ଘୋଷଣା କରିଦେଲା ।
ପ୍ରାୟ ତିନି ମାସ କାଳ ଯୁଦ୍ଧ ଲାଗିରହିଲା ପରେ ଶେଷରେ 17 ଏପ୍ରିଲ 1979 ରେ Khmer Rouge ସଂଗଠନ ଭିଏତନାମ୍ ସେନା ଆଗରେ ଆତ୍ମସମର୍ପଣ କରିଦେଇଥିଲା ।
(ଏଠାରେ ଧ୍ୟାନ ଦେବା କଥା ହେଲା ଅଧିକାଂଶ 
କାମ୍ଵୋଡିଆନ୍ ଏହଦିନକୁ ଭିଏତନାମ୍ ଉପରେ  ନିର୍ଭର ପାଇଁ ବିଜୟ ଲାଭ କରିଥିବା ଅନୁଭବ କରି ଏହା ତାଙ୍କର ନିଜସ୍ଵ ବିଜୟ ବୋଲି
ନାପସନ୍ଦ ମଧ୍ୟ କରିଥାନ୍ତି )
 
No comments:
Post a Comment