Monday, January 15, 2018

ଇହୁଦୀ ଓ ହିଟଲର ଘୃଣା

ଈହୁଦୀ ମାନଙ୍କୁ ଏତେ ଘୃଣା କାହିଁକି କରୁଥିଲା ହିଟଲର ......
ଏ କଥାର କାରଣ ଖୋଜାପାଇବା ସେତେଟା ସହଜ ନୁହେଁ ତେବେ କେତେକ ସମ୍ଭାବ୍ୟ କାରଣ ଏଥିପାଇଁ ଦାୟୀ ବୋଲି
ସାଧାରଣ ରେ ବିଶ୍ଵାସ କରାଯାଏ ।

1.ସାମ୍ୟବାଦୀ ମତବାଦ ଓ ଈହୁଦୀ
ସେ ସମୟରେ ସାମ୍ୟବାଦୀ ଚିନ୍ତାଧାରା ପ୍ରତି
ଈହୁଦୀ ମାନେ ଅଧିକ ଆକୃଷ୍ଟ ହେଉଥିଲେ ।
ଏକଚାଟିଆ ଶାସନରେ ବିଶ୍ଵାସ କରୁଥିବା ହିଟଲର ଙ୍କୁ ଏକଥା ଜମାରୁ ଭଲ ଲାଗୁନଥିଲା । ସେ ଦୁଇଟି ଭିନ୍ନ ଭିନ୍ନ ମତବାଦ ଯୋଗୁଁ ନିଜ ରାଷ୍ଟର ହେବାକୁ ଥିବା ସମ୍ଭାବିତ ବିଭାଜନ ବିରୋଧ ରେ ସଜାଗ ହୋଇଗଲେ  ।

2.ପ୍ରଥମ ବିଶ୍ଵଯୁଦ୍ଧ ପରେ
ଜର୍ମାନୀକୁ କୋଟି କୋଟି ଧନ ଜୋରିମନା ଦେବାକୁ ପଡିଥିଲା ଫଳରେ ସେ ଦେଶରେ
ମହା ଆର୍ଥିକ ମାନ୍ଦୀ (Economic depression) ଦେଖାଦେଲା ।
ଜର୍ମାନୀରେ ଅଧିକାଂଶ ଈହୁଦୀ ଧନୀ ଥିଲେ ଫଳରେ ସେମାନଙ୍କ ଉପରେ ଏହି ଆର୍ଥିକ ମାନ୍ଦାବସ୍ଥାର ସେତେଟା ପ୍ରଭାବ ପଡି଼ଲାନି
କିନ୍ତୁ ସେପଟେ ଜର୍ମାନ୍ ମାନଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହେବାରେ ଲାଗିଥିଲା । ନିଜର ବାଳୁତ କାଳରେ ଗରିବୀ ଦେଖିଥିବା ହିଟଲର ସେଥିପାଇଁ ଛୋଟବେଳୁଁ ଈହୁଦୀ ମାନଙ୍କ
ଆଡମ୍ବର ଆୟୋଜନ ଦେଖି ଦ୍ଵେଷ କରୁଥିଲେ ।

3.ଜନୈକ ପଶ୍ଚାତ୍ୟ ଲେଖକ
ଜୋଶିମ୍ ରୀକର୍ ତଥା ତାଙ୍କ ଭଳି ଆହୁରି ଅନେକ ବୁଦ୍ଧିଜୀବୀ ବିଶ୍ଵାସ କରନ୍ତି ଯେ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ
ଜର୍ମାନୀର ପରାଜୟ ପଛରେ ଈହୁଦୀ ମାନେ ଦାୟୀ ବୋଲି ହିଟଲର ମାନିନେଇଥିଲା ।
ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀ ରେ ଈହୁଦୀ ମାନେ ଅଶାନ୍ତି ସୃଷ୍ଟି କରିଥିବା ଯୋଗୁଁ ଜର୍ମାନୀ ହାରିଗଲା ବୋଲି ହିଟଲର ସେମାନଙ୍କୁ ଘୃଣା କରୁଥିଲା ।

4.Anti Semitic literature
ପ୍ରଭାବରେ ମଧ୍ୟ ହିଟଲର ଏତେ ପରିମାଣରେ ଈହୁଦୀ ବିରୋଧୀ ହୋଇଯାଇଥିବା ଅନେକ ଐତିହାସିକ ମତ ଦିଅନ୍ତି ।

ଏସୁ ଛଡ଼ା ଆହୁରି ଅନେକ କାରଣ ମତ ରହିତିବା ଭିନ୍ନ ଭିନ୍ନ ଗଵେଷକ ମତ ଦିଅନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...