Thursday, January 4, 2018

କପି ଓ copy

ଅଧିକାଂଶ ଲୋକଙ୍କ ମନରେ ସ୍ଵତଃ ଦ୍ଵନ୍ଦ୍ବ
ଉତ୍ପନ୍ନ ହୁଏ ଯେ ମର୍କଟକୁ କପି କୁହାଯାଏ
ଏବଂ ଏ ଜୀବ ଓ ଏହାର ମାନବ ଆଦି ଯେତେ ଜାତିଭାଇ ସେ ସଭିଏଁ ବଡ଼ ଅନୁକରଣପ୍ରୀୟ
ତେଣୁ ବୋଧହୁଏ ଆମ କପି ଶବ୍ଦରୁ
ଇଂରାଜୀ copy ଶବ୍ଦ ହୋଇଛି କି ??????

ପ୍ରଥମ କଥା ଭାରତୀୟ କପି ଶବ୍ଦ ର ନିରୁକ୍ତୀ
କପ୍ ଧାତୁ+କର୍ତ୍ତୁ. ଇ =କପି
କପ୍ ଧାତୁ=କମ୍ପିବା(ଯେଉଁ ଜୀବ ଯୋଗୁଁ ବୃକ୍ଷାଦି କମ୍ପେ )
ଏ ଶବ୍ଦର ଅର୍ଥ କେବଳ
ମର୍କଟ ନୁହେଁ ବରଂ ଏହାର ଆହୁରି ଅନେକ ଅର୍ଥ ମଧ୍ୟ ଅଛି ଯେମିତି କି
1.ବରାହ
2.ପିଙ୍ଗଳ ବର୍ଣ୍ଣ
3.ବିଷ୍ଣୁ
4.ଶିଳାରସ
5.ଅଅଁଳା
6.ରକ୍ତ ଚନ୍ଦନ
ପୁଣି ଇଂରାଜୀ Wiktionary ରେ
ଏହାର ଆହୁରି ଦୁଇଟି
ଅର୍ଥ ଲେଖା ହୋଇଛି
1.ହାତୀ
6.ସୂର୍ଯ୍ୟ

ଏବଂ ଏ ଶବ୍ଦ ସହ ସାମଜସ୍ୟ ଥିବା
ପ୍ରାଚୀନ ଗ୍ରୀକ୍ ଶବ୍ଦ κῆβοςm(kêbos)
ମଧ୍ୟ ପ୍ରଚଳିତ ଥିଲା
ଭୂମଧ୍ୟ ସାଗରୀୟ ଅଞ୍ଚଳରେ....
ଏତଦ୍ ବ୍ୟତୀତ
ହିବ୍ରୁରେ gof,Arabicରେ qird,Akkadian ରେ uqūpu ଏବଂ Egyptର ଭାଷାରେ gf ଆଦି ଶବ୍ଦ
ମାଙ୍କଡ଼ ପାଇଁ ବ୍ୟବହୃତ ହେଉଥିଲା ।

କିନ୍ତୁ
ଫ୍ରେଞ୍ଚ ର copie(ଅର୍ଥ:-abundance, plenty; transcript, copy”) ଶବ୍ଦଟି ଇଂରାଜୀ ରେ ଯାଇ copy ହୋଇଛି ।
ଫ୍ରେଞ୍ଚ ର
copie ଶବ୍ଦ ଆସିଛି
Latin ର copia ଶବ୍ଦ ରୁ (ଅର୍ଥ:-“reproduction, transcript”), ଏବଂ ଏହି ଶବ୍ଦ ଆଗେ ସେ ଭାଷାରେ cōpia ଥିବା ଥିଲା ଏବଂ ଭିନ୍ନ ଅର୍ଥରେ(“plenty, abundance”) ବ୍ୟବହୃତ ହେଉଥିଲା ।
cōpia  ଶବ୍ଦର ମୂଳ
coopia ବୋଲି ଅଧିକାଂଶ ଭାଷାବିଦ ମତ ଦିଅନ୍ତି ।
Coopia ଶବ୍ଦ ଟି ଦୁଇଟି ଶବ୍ଦ ମିଶି ହୋଇଛି ।
co-(“together”)+ops(“wealth, riches”).(ଅର୍ଥାତ ଆଉଥରେ ସମୃଦ୍ଧ 😀)

ଏଠାରେ co(ଯୁକ୍ତ ,ସହିତ ଅର୍ଥରେ) ଏକ prefix ଏବଂ ଏହାର ମୂଳ ଲାଟିନ ଭାଷା
ସେଇଭଳି ops ଶବ୍ଦ ଟି ମୂଳ
Proto-Indo-European ଶବ୍ଦ
h₃ep କିମ୍ବା h₃op ରୁ ଆସିଥିବା ପାଶ୍ଚାତ୍ୟ ପଣ୍ଡିତ ମତ ଦିଅନ୍ତି । ମୂଳ ଶବ୍ଦର ଅର୍ଥ ବଳ,ସାମର୍ଥ୍ୟ ।
ଏ ମୂଳ ଶବ୍ଦରୁ ଅନ୍ୟ ପଟେ ଭାରତରେ ଅପ୍ନସ୍(अप्नस्,ápnas)ଶବ୍ଦ ହୋଇଥିବା ଏବଂ ଏହି ଶବ୍ଦର ଅର୍ଥ ସମ୍ପତ୍ତି ,ଅଧିକୃତ କ୍ଷେତ୍ର-property, possession”)
ଏବଂ ବୋଧହୁଏ ops ଶବ୍ଦ ର ମୂଳ
ଏକ ପ୍ରାଚୀନ ଗ୍ରୀକ୍ ଶବ୍ଦ ὄμπνη(ómpnē=food).
ଏ ଶବ୍ଦ ସହ ସମ୍ବନ୍ଧ ଥିବା ଶବ୍ଦ=omnis,opīmus ଏବଂ opus.】

ଆଧାର:-wikitonary

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...