ଆର୍ଯ୍ୟ ଶବ୍ଦ ଟି ବହୁପ୍ରାଚୀନ କାଳରୁ
ଏକ ସଂସ୍କୃତ ବିଶେଷଣ ଭାବେ ବ୍ୟବହୃତ ହୋଇ ଆସୁଅଛି ଏବଂ ଏହାର ବିଶେଷ୍ୟ ଭାବେ ବ୍ୟବହାର ଅପେକ୍ଷାକୃତ ଆଧୁନିକ,ପ୍ରାଚୀନ ନୁହେଁ ।
ନାମବାଚକ ଶବ୍ଦ ସବୁକୁ ବିଶେଷ୍ୟ କୁହାଯାଏ
ଏବଂ ବିଶେଷ୍ୟରୁ ଗୁଣକୁ ବିଶେଷଣ କହନ୍ତି ତେଣୁ ଯେହେତୁ ଆର୍ଯ୍ୟ ଏକ ଗୁଣ ତେଣୁ ତାହାର ବିଶେଷଣ ହିସାବରେ ହିଁ ବ୍ୟବହାର ସର୍ବାଧିକ ।
ଆର୍ଯ୍ୟ ଶବ୍ଦର ଅନେକ ଅର୍ଥ ମଧ୍ୟରୁ କେତେକ ହେଲା -ଶ୍ରେଷ୍ଠ,ପୂଜ୍ୟ,କୁଳୀନ,ସଭ୍ୟ ପୁଣି
ସ୍ଵାମୀ,ଗୁରୁ ଏବଂ କୁଳବୃଦ୍ଧ ମାନଙ୍କୁ ସମ୍ମାନ ପ୍ରଦର୍ଶନ ହେତୁ ପ୍ରାଚୀନ କାଳରୁ ବ୍ୟବହୃତ ହେଉଅଛି ଏହି ଆର୍ଯ୍ୟ ଶବ୍ଦ । ସେହି ଆର୍ଯ୍ୟ ଶବ୍ଦ ବଦଳି ବଦଳି ଆଜି ‛ଅଜା’ ହୋଇଛି ଏବଂ ଆର୍ଯ୍ୟା ହୋଇଛି “ଆଈ” ।
ଆର୍ଯ୍ୟ ଶବ୍ଦର ନିରୁକ୍ତି =ଋ ଧାତୁ+କର୍ତ୍ତୁ .ଯ
ଏବଂ ଋ ଧାତୁର ଅନେକ ଅର୍ଥ ଅଛି
ଯେମିତିକି:-
1.ଗମନ କରିବା ,ଯିବା
2.ପ୍ରାପ୍ତ କରିବା
3.ଲାଭ କରିବା
ଜଣେ ଐତିହାସିକ ଭୂଲରେ ବୈୟାକରଣିକ ହୋଇଗଲେ
ଏହାର ଏମନ୍ତ ବ୍ୟାଖ୍ୟା କରିବ .....
ଯେଉଁ ଜାତି ତିବତ୍ତ ଅଞ୍ଚଳରୁ ବାହାରି ସଂସାରର ସବୁ ସ୍ଥାନକୁ ଯାଇଛନ୍ତି, ଗମନ କରିଛନ୍ତି !
ଯେଉଁ ମାନେ ବିଶ୍ଵରେ ସବୁଠାରୁ ଅଧିକ ସିଦ୍ଧି ଲାଭ କରିଛନ୍ତି ସେମାନେ ଆର୍ଯ୍ୟ....😉
ପ୍ରକୃତରେ ଐତିହାସିକ ଓ ପ୍ରାଣୀବିଜ୍ଞାନୀମାନେ ସବୁବେଳେ ଜାତି ଖୋଜିବାକୁ ବାଧ୍ୟ କିନ୍ତୁ ଆଗରୁ କୁହାଯାଇଛି ଯେ ଆର୍ଯ୍ୟ ଏକ ଜାତିବାଚକ ବିଶେଷ୍ୟ ଶବ୍ଦ ନୁହେଁ ବରଂ ଏକ ଭାବଗତ ଗୁଣବାଚକ ବିଶେଷଣ ଶବ୍ଦ .....
ତାହେଲେ ଏହାର ନିରୁକ୍ତି ବ୍ୟାଖ୍ୟା କଲେ
ଏମିତି ଅର୍ଥ କାହିଁକି ବାହାରୁଛି ?
କାରଣ
ସଂସ୍କୃତ ରେ ‛ଋ’ ବୋଲି ଏକ ବିଶେଷ୍ୟ ଶବ୍ଦ ଅଛି ଏବଂ ଏହାର ମୂଳ ଋ ଧାତୁ .....
ଋ ବିଶେଷ୍ୟ ଶବ୍ଦ ର କେତେକ ଅର୍ଥ ଯଥା
1.ସ୍ଵର୍ଗ
2.ଶବ୍ଦ
3.ଦେବମାତା (ଅଦିତି)
4.ହାସ୍ୟ(ପରିହାସ)
5.ପ୍ରାପ୍ତି
ଭଲ ଲୋକ ମାନେ ଅର୍ଥାତ୍ ସଦାଚାରୀ ଆର୍ଯ୍ୟ ମାନେ ହିଁ ସ୍ବର୍ଗ ବା ଋ କୁ ଗମନ କରିପାରିବେ, ଲାଭ କରିପାରିବେ, ପ୍ରାପ୍ତି କରିପାରିବେ ....
ଅନ୍ୟ ଅର୍ଥରେ.....
ସାଧୁ ଶିଷ୍ଟ ସୁଗୁଣସମ୍ପନ୍ନ ଲୋକ ହିଁ ଆର୍ଯ୍ୟ ଥିଲେ ଯେଉଁମାନେ ସାରା ଵିଶ୍ଵକୁ ପୃଥିବୀର ଭୂସ୍ବର୍ଗ-ହିମାଳୟ ରୁ ଗମନକରିଥିଲେ ଏବଂ ଵର୍ଵର ମାନଙ୍କୁ ସାବାଡ କରି ଵିଶ୍ଵକୁ ସ୍ବର୍ଗ କରିବା ତାଙ୍କ ଉଦ୍ଦେଶ୍ୟ ଥିଲା ।
ଏହି
ଋ ଧାତୁରୁ
ଅନେକ ନବ ଧାତୁ ସବୁ ଶାବ୍ଦିକ ବ୍ୟାପ୍ତି ପାଇଁ ସୃଷ୍ଟି କରିଯାଇଛି
ଉଦାହରଣ ସ୍ୱରୂପ:-::::::-::::::-:
■ଋଚ୍ ଧାତୁ■
ଏହାର ମୂଳ ଋ ଧାତୁ
ଯେହେତୁ ଏହି ଧାତୁଶବ୍ଦ ର ଦୁଇଟି ଅର୍ଥ ସ୍ତବକରିବା,ଗମନକରିବା* ମଧ୍ୟରୁ ଗୋଟିଏ
ଋ ଧାତୁର ଅର୍ଥ ସହ ମେଳ ଖାଏ ।
ଋଚ୍ ଧାତୁରୁ
ଋକ୍,ଋଚା ,ଋକଥ୍ (ଧନ) ଆଦି ଶବ୍ଦ ସୃଷ୍ଟି ହୋଇଛି ।
→ବୋଧହୁଏ ଭାରତୀୟ ସମାଜରେ ଆର୍ଯ୍ୟ ମାନଙ୍କୁ (ଅର୍ଥାତ୍ ବଡ଼ ଲୋକଙ୍କୁ) ଦେବତା ସମାନ ମନେକରି ସ୍ତବ କରିବାର ବିନମ୍ର ସଂସ୍କୃତି ପ୍ରଚଳିତ ଥିଲା
■ଋକ୍ଷ ଧାତୁ■
ଏ ଧାତୁ ଶବ୍ଦର ମୂଳ ମଧ୍ୟ ବହୁତ ସମ୍ଭବ
ଋ ଧାତୁ
କାରଣ ଏହାର ଦୁଇଟି ଅର୍ଥ
୧.ବଧକରିବା
୨.ଗମନକରିବା ମଧ୍ୟରୁ ଗୋଟିଏ
ଅର୍ଥ ସହ ଋ ଧାତୁ ର ଅର୍ଥଗତ ସାମଜସ୍ୟତା ଅଛି ।
ଏ ଧାତୁ ଶବ୍ଦରୁ
ଋକ୍ଷ(ଭାଲୁ) ଭଳି ଶବ୍ଦ ସୃଷ୍ଟି ହୋଇଛି
→ଆର୍ଯ୍ୟ ମାନେ/ବଡ଼ ଲୋକେ
ଜ୍ଞାନ ର ଶକ୍ତି ବଳରେ ଅଜ୍ଞାନତାର ଅନ୍ଧକାର କୁ ମାରିଦେଉଥିଲେ ବୋଲି ବୋଧହୁଏ ଏଭଳି ଏକ ଅର୍ଥ ପ୍ରୟୋଗ ହୋଇ ପରେ ଭାଲୁ ଭଳି ଏକ ହିଂସ୍ର ଜୀବ ଯିଏ ମନୁଷ୍ୟ ଆଦିଙ୍କୁ ନିର୍ମମ ଭାବେ ହତ୍ୟା କରେ ତାହାର ନାମ ପାଇଁ ବ୍ୟବହୃତ ହୋଇଥିଲା ।
■ଋଜ ଧାତୁ■
ଋ ଧାତୁ ପରି ଏହାର ଏକ ଅର୍ଥ ଯିବା
ଅନ୍ୟଟି
ଭାଜିବା ।
ଏ ଧାତୁ ଶବ୍ଦରୁ
ଋଜୀକ(ଇନ୍ଦ୍ର)
ଋଜୀଷ(ତେଲଉଣୀ,କଡେ଼ଇ)
ଋଜୁ ଆଦି ଶବ୍ଦର ନିରୁକ୍ତୀ ଵ୍ୟାଖ୍ୟା ହୋଇଛି ।
ଋଜୁ ଶବ୍ଦର ଅର୍ଥ
ସରଳ ,ସତ୍,ନ୍ୟାୟଵନ୍ତ,ଦୟାଳୁ....
ଭାରତୀୟ ସଂସ୍କୃତିକୁ ଅନୁଧ୍ୟାନ କଲେ ଯେ କେହି କହିବ ଯେ ଏ ଦେଶର ପ୍ରାଚୀନ ଅଧିଵାସୀ କେତେ ସରଳ ନିଷ୍ପାପ ଦୟାଳୁ ଥିଲେ । ଏ ଦେଶର ପ୍ରାଚୀନ ଅଧିଵାସୀଙ୍କ ହୃଦୟରେ ପ୍ରତ୍ୟେକ ପ୍ରାଣୀ ଓ ପଶୁପକ୍ଷୀ ଙ୍କ ପାଇଁ ଆଦର ଥିଲା ବୋଲି ତ ଏଠି ତୁଲ
ଳସୀ ଠାରୁ ବେଲ ଯାଏଁ ନାନାଦି ବୃକ୍ଷ ଓ ପ୍ରାଣୀଙ୍କୁ ଦେବାଦେବୀ ଙ୍କ ଵାହନ କରି ଆପଣା ପରଵର୍ତ୍ତୀ ପିଢି଼ଙ୍କ ଠାରୁ ସେମାନଙ୍କୁ ରକ୍ଷା ନିମିତ୍ତ ମାନସିକ ଅଙ୍ଗତ୍ରାଣ ଦେଇଯାଇଛନ୍ତି ।
■ଋତ ଧାତୁ■
ଅର୍ଥ:- ତ୍ୟାଗ କରିବା:- ଛାଡି଼ ଯିବା
ନିନ୍ଦା କରିବା
ଏ ଧାତୁ ଶବ୍ଦରୁ ନିରୁକ୍ତୀ ଵ୍ୟାଖ୍ୟା ହୋଇ
ଶବ୍ଦ ସୃଷ୍ଟି ହୋଇଛି
ଋତୀୟା(ନିନ୍ଦା, ଚୁଗୁଲି,ସ୍ପର୍ଦ୍ଧା,ଘୃଣା,ଲଜ୍ୟା)
ସମୟ ସହ ଯେତେବେଳେ ଭାରତବର୍ଷରେ
ଲୋକଙ୍କ ମଧ୍ୟରେ ପାରସ୍ପରିକ ଘୃଣା ବୃଦ୍ଧି ପାଇଲା.....,
ଲୋକେ ପରସ୍ପରକୁ ନିନ୍ଦା କରିବାକୁ ଲାଗିଲେ....,
ଫଳରେ ଜନଜାତୀୟ ସ୍ପର୍ଦ୍ଧା ବୃଦ୍ଧି ପାଇଲା...,
ଏବଂ ଯେଉଁ ମାନେ ଏହି ଜାତୀୟ ଦୌଡରେ ପରାଜିତ ହୋଇଗଲେ
ସେମାନେ ଆପଣା ପରାଜୟ ଯୋଗୁଁ ଲଜ୍ୟା ଜର୍ଜରିତ ହୃଦୟରେ ଭାରତଵର୍ଷ ତ୍ୟାଗକରି
ୟୁରୋପୀୟ ଦେଶ ଓ ଆରଵ ଆଦି ଅଞ୍ଚଳରେ ଯାଇ ପହଞ୍ଚିଲେ । କୁହାଯାଏ ବୈଦିକ ଯୁଗରେ ଭାରତୀୟ ମାନେ ସୂର୍ଯ୍ୟଵଂଶୀ ଓ ଚନ୍ଦ୍ରଵଂଶୀ ଭାବେ ଵିଭାଜିତ ହୋଇଯାଇଥିଲେ । ଚନ୍ଦ୍ରଵଂଶୀ ଙ୍କ ଉପରେ ସୂର୍ଯ୍ୟଵଂଶୀମାନେ ପ୍ରଭାଵ ବିସ୍ତାର କଲାରୁ ପଶ୍ଚିମ ଭାରତର କିଛି ପ୍ରାଚୀନ ଚନ୍ଦ୍ରଵଂଶୀ ଭାରତୀୟ ଆରବ ଆଦି ଅଞ୍ଚଳକୁ ଚାଲିଯାଇଥିଲେ । ତେବେ ସେ ଅଞ୍ଚଳରେ ଵର୍ଵର ମାନଙ୍କ ସହ ତାଙ୍କର ହେଲା ଭୀଷଣ ସଂଘର୍ଷ -ପୁରାଣରେ ଏହାକୁ ଚନ୍ଦ୍ରକ୍ଷୟ ଉପଲକ୍ଷରେ ଵର୍ଣ୍ଣନା କରାଯାଇଛି । ତେଣୁ ସେମାନେ ପୁଣି ଭାରତ ଵର୍ଷକୁ ଫେରିଆସି ସୋମନାଥ ମନ୍ଦିର ଅଞ୍ଚଳରେ ଶିଵ ଆରାଧନା କରି ରହିବାକୁ ଲାଗିଲେ ଏବଂ ସୋମନାଥ ଶିବଙ୍କ ସୁଦୟାରୁ ଚନ୍ଦ୍ରକ୍ଷୟ ରୂପକ ଵିପତ୍ତିରୁ ଵର୍ତ୍ତିପାରିଲେ ।
■ଋଧ ଧାତୁ■
ଅର୍ଥ:-ବଢିବା,ବୃଦ୍ଧି ପାଇବା
ଏ ଧାତୁ ଶବ୍ଦ ରୁ ନିରୁକ୍ତୀ ଯୋଗେ ଏକ ଶବ୍ଦ ବ୍ୟାଖ୍ୟା ହୋଇଛି
ଋଦ୍ଧ:-ସମୃଦ୍ଧିଶାଳୀ,ସମୃଦ୍ଧଶାଳୀ,ସମ୍ପନ୍ନ,
ଏକଥା ସମସ୍ତେ ମାନିବେ ଯେ ଏ ଦେଶକୁ ସହସ୍ରାଧିକ କାଳ ବାରମ୍ବାର ଵୈଦେଶିକ ଶକ୍ତି ଆକ୍ରମଣ କରିଛନ୍ତି ଆଉ କାହିଁକି କରିଛନ୍ତି ....
କାରଣ ଭାରତୀୟ ମାନେ ସାରା ଵିଶ୍ଵ ଅପେକ୍ଷା ସର୍ବସମୟରେ ଥିଲେ ଧନ,ଜ୍ଞାନ, ମନ ଓ କଳା ସସ୍କୃତି ଓ ସଭ୍ୟତାରେ ସମୃଦ୍ଧ ଓ ସମ୍ପନ୍ନ.....
ପ୍ରାଚୀନ ଭାରତୀୟ ମାନେ କୌଣସି ଦେଶକୁ ଆକ୍ରମଣ କରିନାହାନ୍ତି କିନ୍ତୁ ବିଦେଶୀ ମାନେ ଏ ଦେଶକୁ ଆଦିମକାଳରୁ ଆକ୍ରମଣ କରି ଆସି ବହୁସଂଖ୍ୟାରେ ରହିଛନ୍ତି ଆଉ ଭାରତୀୟ ମାନେ ତାଙ୍କୁ ମଧ୍ଯ ଭାଇ କହି ଆପଣେଇଛନ୍ତି ଯେତେ ପାରସ୍ପରିକ କଳହ ହେଉ ପଛେ ପାତରଅନ୍ତର କରିନାହାନ୍ତି ।
■ଋଷ୍ ଧାତୁ■
ଏହାର ମୂଳ ଋ ଧାତୁ
ଯେହେତୁ ଏ ଧାତୁ ଶବ୍ଦର ଗୋଟିଏ ଅର୍ଥ ହେଉଛି
ଗମନ କରିବା ।
ଋଷ୍ ଧାତୁରୁ ନିରୁକ୍ତୀ ଗତ ଵ୍ୟାଖ୍ୟା ଯୋଗୁଁ ସୃଷ୍ଟ ଶବ୍ଦ ଯଥା:-ଋଷଭ,ଋଷି,ଋଷ୍ଟ ଓ ଋଷ୍ୟ ଆଦି...
ଯେଉଁ ଭାରତୀୟ ମାନେ ସୁସାର ଵା ଶାନ୍ତଶିଷ୍ଟ,ଜିତେନ୍ଦ୍ରିୟ,ସତ୍ୟବାଦୀ ଓ ସଂସାରତ୍ୟାଗୀ ହେଉଥିଲେ ସେମାନଙ୍କୁ ଋଷି କୁହାଯାଉଥିଲା । ସଂସାର ବିଷୟରେ ନାନାଵିଧ ଗଵେଷଣା ହେତୁ ସଂସାର କୁ ତ୍ୟାଗକରି ଜଙ୍ଗଲ ଆଦିରେ ପ୍ରକୃତି କୋଳରେ ଵିଭିନ୍ନ ଵିଷୟକ ଏଷଣାରେ ନିମଗ୍ନ ରହୁଥିବା ବ୍ୟକ୍ତି ଋଷି । ସେହି ପ୍ରାଚୀନ ସୁସାରିଆ ଲୋକଙ୍କ ଉଦ୍ଯମ ଯୋଗୁଁ ପୃଥିବୀରେ ବର୍ତ୍ତମାନ ପ୍ରଚଳିତ ସମସ୍ତ ସଂସ୍କୃତି, ସଭ୍ୟତା, ଖାଦ୍ୟ, ଔଷଧ,ଆଜୀଵିକା,କୃଷି,କଳା ଓ ବିଜ୍ଞାନ ଆଦିର ମୂଳଭିତ୍ତି ପ୍ରସ୍ତର ରୂପି ଜ୍ଞାନ ସବୁର ଉଦ୍ଭାବନ ସମ୍ଭବ ହୋଇପାରିଥିଲା ।
ତେଣୁ ଯଥାର୍ଥରେ ପ୍ରାଚୀନ ଭାରତୀୟ ମାନେ ସମସ୍ତ ଜଗତକୁ ଆର୍ଯ୍ୟମୟ ଅର୍ଥାତ୍ ଶ୍ରେଷ୍ଠ,ପୂଜ୍ୟ ଓ ସଭ୍ୟ କରିଦେବାକୁ ଯାଇ
“କୃଣ୍ଵନ୍ତୋ ଵିଶ୍ଵମାର୍ଯ୍ୟମ୍" ତଥା “ଵସୁଧୈଵ କୁଟୁମ୍ଵକମ୍" ର ମହା ଉଦଘୋଷ ର ସହ ସାରା ଵିଶ୍ଵର କୋଣ ଅନୁକୋଣକୁ ଖେଦିଯାଇଥିଲେ.....
No comments:
Post a Comment