Wednesday, January 10, 2018

📖ଶବ୍ଦ ଭେଦ ସାଧାରଣଜ୍ଞାନ ବିଷୟକ ଗୀତ📖

ମନଦେଇ ଶୁଣ ଶିଶୁ ବଚନ ମୋହର ।
ଶବ୍ଦଭେଦ ଜ୍ଞାନ ହେବ ଅବଶ୍ୟ ସତ୍ଵର ।୧

ବିଶେଷ୍ୟ ଓ ବିଶେଷଣ  କ୍ରିୟା ସର୍ବନାମ ।
ଅବ୍ୟୟ ସହିତେ ଶବ୍ଦ ପାଞ୍ଚ ଭାଗ ଜାଣ ।୨

ବିଶେଷ୍ୟ ଦୃଶ୍ୟ ଅଦୃଶ୍ୟ ସବୁ ଦ୍ରବ୍ୟନାମ ।
ପାପ,ପୂଣ୍ୟ,ଅଶ୍ଵ,ସ୍ବର୍ଣ୍ଣ,ପର୍ବତ,ଶ୍ରୀରାମ ।୩

ବିଶେଷ୍ୟ ସ୍ଥାନରେ ଯେଉଁ ଶବଦ ବସଇ ।
ସର୍ବନାମ ବୋଲି ତାକୁ ବ୍ୟାକରଣେ କହି ।୪

ଆମ୍ଭେ,ତୁମ୍ଭେ ,ଯେ, ସେ,ତାହା,ତୋହର, ତାହାର
ଯାହାକୁ ,ତାହାକୁ,ମୋତେ, ଆପଣ କାହାର ।୫

ବିଶେଷ୍ୟ ଗୁଣକୁ ଯେଉଁ ଶବ୍ଦ ପ୍ରକାଶଇ ।
ବିଶେଷଣ ବୋଲି ସେହି ଶବଦକୁ କହି ।୬

ଉତ୍ତମ,ସୁନ୍ଦର,ଧୀର,ନୀଳ,ଦୂରାଚାର ।
ଉଚ୍ଚ ନୀଚ ମନ୍ଦ ଆଦି ଦୃଷ୍ଟାନ୍ତ ତାହାର ।୭

କରିଇ ହୋଇବା ଥିବା ଧାତୁ ଅର୍ଥ ଯେତେ ।
ସୁକୁମାର ମତି ଶିଶୁ କ୍ରିୟା ଜାଣ ତେତେ ।୮

ନେଲା,ଗଲା,ବସୁଅଛି,ଦେଖ,କରୁଥିବ ।
କହି,ପଢନ୍ତା,ନେବ,ଯିବ,ବସୁଥିବ ।୯

ବିଶେଷ୍ୟ ଓ ସର୍ବନାମ ,କ୍ରିୟା,ବିଶେଷଣ ।
ସେମାନଙ୍କୁ ଛାଡି଼ ସବୁ ଅବ୍ୟୟରେ ଗଣ ।୧୦

ଯେବେ,ସେବେ,ମନ୍ଦ,ଧୀରେ,ଆଉ,କିନ୍ତୁ, ଯଥା ।
ଯେପରି, ସେପରି,ପୁନଃ, ମାତ୍ର,ମଧ୍ଯ, ତଥା ।୧୧

ଆହା,ଓହୋ,ଛିଛି,ଧିକ,ଉତ୍ତାରୁ,ଉତ୍ତାରେ,
ପଛେ,ପରେ,ବ୍ୟତିରେକେ,ହାୟ ହାୟ ବାରେ ।୧୨

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...