Wednesday, January 10, 2018

● ଅବଶୋଷ,ଅବଶୋଶ ଓ ଅବସୋସ୍ ●

ଅବଶୋଷ , ଅବଶୋଶ ନା ଅବସୋସ
ଏଠାରେ କେଉଁ ଶବ୍ଦ ଟି ଠିକ ନିର୍ଣ୍ଣୟ କରିବା
ସହଜ ନୁହେଁ ।
ହିନ୍ଦୀରେ ଅଫସୋସ୍ ଲେଖାଯାଏ
ଯାହାକି ପାର୍ସୀ ଭାଷାରୁ ଆନୀତ ହୋଇଥିବା
ଅନେକ ଉତ୍ତର ଭାରତୀୟ ଭାଷାଵିଦ ମତ ଦିଅନ୍ତି ।

ପ୍ରଥମେ ଦେଖିବାକୁ ହେବ ଯେ କ’ଣ ଶୋଷ ଶବ୍ଦ ସହ
ଅବ ଉପସର୍ଗ ଯୁକ୍ତ ହୋଇ ପାରିବ
ଆଉ
ଯଦି
ଅବ+ଶୋଷ = ଅବଶୋଷ

ତେବେ ପ୍ରଥମେ
ଏ ଉଭୟ ଶବ୍ଦ ର ଅର୍ଥ ବୁଝିବାକୁ ହେବ

ଅବ ଉପସର୍ଗ(prefix)ର
ଅନେକ ଅର୍ଥ ରେ ବ୍ୟବହାର ଅଛି

1.ନିଶ୍ଚୟ(ଅବଧାରଣ)
2.ଘୃଣା,ଅବଜ୍ଞା, ହୀନତା,ତୁଚ୍ଛତା
(ଅବଜ୍ଞା,ଅବଗଣିତ)
3.ନିମ୍ନକୁ (ଅବରୋହଣ,ଅବତୀର୍ଣ୍ଣ)
4.ଭିତରେ(ଅବଗାହନ)
5.ନିନ୍ଦା(ଅବଗୀତ)
6.ବିରୋଧ ରେ (ଅବଗୋରଣ)
7.ପଶ୍ଚାତ୍/ପଛରୁ (ଅବଗ୍ରହଣ)
8.ଅବସର(ଅବାକାଶ)
9.ଅତ୍ୟନ୍ତ(ଅବହେଳା,ଅବକ୍ରୋଶ)
10.ବ୍ୟାପ୍ତି,ଏକତ୍ର,(ଅବଚୟ)
11.ସଂପୂର୍ଣ୍ଣ ରୂପେ(ଅବରୋଧ,ଅବଚ୍ଛେଦ)
12.ଅଳ୍ପ,ସାମାନ୍ୟ ରେ(ଅବଗୁଣ୍ଠନ,ଅବତମସ)
13.କୁତ୍ସିତ, ମନ୍ଦ(ଅବକ୍ରିୟା)
14.ହଟାତ୍(ଅବଘାତ )
15.ସ୍ଥାନାନ୍ତରକୁ,ଦୂରକୁ* (ଅବକର୍ଷଣ,ଅବକର)
16.ଚାରିଆଡେ଼,ଇତଃସ୍ତତଃ (ଅବଘଟ୍ଟ,ଅବକୀର୍ଣ୍ଣ)
17.ଅଭାବ*(ଅବଗୁଣ,ଅବକାଶ)
18.ବିପରୀତ(ଅବମାନନା, ଅବରୋପିତ)
19.ବୁଦ୍ଧି କିମ୍ବା ପୂଜା (ଅବଦାନ)
20.ନିକୃଷ୍ଟ(ଅବମତ)
21.ଉଚ୍ଚ ଦେଶରୁ(ଅବଚୟ)

ସଂସ୍କୃତ ଓ ଓଡ଼ିଆ ଶବ୍ଦ ଶୋଷ ର ସାଧାରଣ ଅର୍ଥ

1.ଶୁଷ୍କତା
2.ନୀରସତା
3.ଶୋଷଣ
4.ରସାକର୍ଷଣ
5 ତୃଷ୍ଣା
6.ପିପାସା
7.କ୍ଷୟରୋଗ,ଯକ୍ଷ୍ମା,


ସେଇଭଳି
ଦେଶଜ. ବିଶେଷ୍ୟ ଭାବରେ ଶୋଷ ଶବ୍ଦ ର
ଅର୍ଥ
1. ଅର୍ଥ କୌଣସି ବସ୍ତୁ ପାଇବା ହେତୁ ଥିବା  ଅଭିଳାଷ*
ଏବଂ
2. ଲୋଭ

★ଏବେ ଯଦି ଏସବୁ ଶବ୍ଦ ଗୁଡିକ ର
ଅର୍ଥକୁ ମିଶାଇ
ଅବଶୋଷ ଶବ୍ଦ ର ବର୍ତ୍ତମାନ ଅର୍ଥ
ସହ ସମକକ୍ଷ ଅର୍ଥ କରିବାକୁ ଚେଷ୍ଟା କରାଯାଏ
ତେବେ କେମନ୍ତ ହେବ ......

■■■
ସଂସ୍କୃତ ଶୋଷ ଶବ୍ଦ .....

1.ଅବସର ର ଶୁଷ୍କତା ଯୋଗୁଁ ଅବଶୋଷ ହେବା....
2.ନିନ୍ଦା ଯୋଗୁଁ ମନରେ ନୀରସତା ଉତ୍ପନ୍ନ ହେବା
3.ରସାକର୍ଷଣ ର ଅଭାବ ଯୋଗୁଁ ଦୁଃଖୀ ହୋଇ ଅବଶୋଷ କରିବା...
4.ସଂପୂର୍ଣ୍ଣ ରୂପେ କ୍ଷୟରୋଗ ହେଲେ ଆଗେ
ବଞ୍ଚିବା ର ଆଶା ମଉଳି ଯାଉଥିଲା
ଲୋକେ ମରି ଯାଉଥିଲେ ଫଳରେ
ଅବଶୋଷ କରିବା ଛଡ଼ା ଆଉ ଅନ୍ୟ ଉପାୟ ରହୁନଥିଲା....

ଦେଶଜ ଶୋଷ ଶବ୍ଦ.....
1.ମନରେ ପାଳିଥିବା ଅଭିଳାଷ ଦୂରକୁ ଚାଲିଗଲେ ଅବଶୋଷ କରିବେ
2.କୌଣସି କାରଣରୁ ଅଭିଳାଷ ପୂରଣ ନହେଲେ କିମ୍ବା ତହିଁ ର ଅଭାବ ହେଲେ
ମନରେ ଅବଶୋଷ ହୁଏ....
(ତଥ୍ୟ=ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...