ତୁନିହ ତୁନିହ ଆରେ ମୋର ବେଙ୍ଗ ଭାଇ ।
କେତେ ଫୁଲିଯାଉ ନୂଆପାଣି ମୁନ୍ଦେ ପାଇ ।
ସାରୁଗଛ ମୂଳେ ବସିଅଛୁ ରାଜାପରି ।
ଧରିଛି ବେଙ୍ଗୁଲି ରାଣୀ ତୋ ଗୀତ ଦୁହାରି ।
କେଁ -କଁ -କେଁ -କେଁ କୁଆଁ କୁଆଁ କୁଆଁ ।
ଧୈବତ ନିଷାଦ ବାରିବାକୁ ଲାଗେ ତୁଆଁ ।
ପ୍ରେମିକ ଉତ୍ସୁକ ତୋହ ଡାକ ଶୁଣିବାରେ ।
ଚାରିଆଡ଼େ ଝମଝମ ବରଷା ଅନ୍ଧାରେ ।
ନୁହନ୍ତି ପ୍ରେମିକ ଲୋକ କିଛି ପୃଥ୍ବୀ ଯାକ ।
ସାରା ରାତି ବସି ଶୁଣୁଥିବେ ତୋହ ଡାକ ।
ହେଉପଛେ ଯେତେ ସୁମଧୁର ଡାକ ତୋର ।
ଭଲ ଲାଗେ ନାହିଁ କିନ୍ତୁ ଏକଭଳି ସ୍ଵର ।
ତୁନିହ - ତୁନିହ - ତୁହି ଏବେ ବେଙ୍ଗ ଭାଇ ।
ରାତି ଗୋଟା ତୁ କି ଶୋଇବାକୁ ଦେବୁ ନାହିଁ ।
କାହୁଁ ତୁ ଶିଖିଲୁ କହ ଏପରି ବେଭାର ।
ଆତ୍ମ ସୁଖେ ରତ ପରକଥା ଭୂଲିବାର....।
ଜଣାଗଲା କହିବାକୁ ହେବନାହିଁ ମୋତେ ।
ବଡ଼ ଲୋକ ଆଚରଣ ଶିଖନ୍ତି ସମସ୍ତେ ।
ଘରେ ଭୋଜବାଜି ଗୀତ ନାଚ ରାତିଯାକ ।
ବେଳେ ନ ଶୁଣନ୍ତି କାନେ ପଡି଼ଶାର ଡାକ ।
କାଟୁଛନ୍ତି ରାତିବନ୍ଧୁ ସଙ୍ଗେ ପଶା-ତାସେ ।
କେ ଦେଖୁଛି ପଡି଼ଶା ଯେ ଶୋଇଛି ଓପାସେ ।
ସଜାସଜି ଅଟ୍ଟାଳିକା ଆଲୁଅ ମାଳାରେ ।
ଶୋଇଛି ପଡି଼ଶା ଭଙ୍ଗା ଦଦରା ଚାଳରେ ।
କାକରା ଆରସା କେତେ ଦେଉଛନ୍ତି ଫିଙ୍କି ।
ପଡି଼ଶାର ଘରେ ଧାନ ଦେଖୁନାହିଁ ଢିଙ୍କି ।
ତୁନିହ-ତୁନିହ- ଆରେ ଶୁଣ ମୋର ବାଣୀ ।
ନ ରହିବ ସବୁ ଦିନେ କିଛି ନୂଆ ପାଣି ।
ଆସିବ ହେମନ୍ତ କାଳ ପାଣି ଯିବ ଶୁଖି ।
ତେତେବେଳେ କାହିଁ ଯିବ ତୋର ମକମକି ।
ଗରବରେ ଭୂଲି ଛାତି କରୁ ଅଛୁ କୁଣ୍ଢ ।
ନଜାଣୁ କି ପାଣି ମଧ୍ୟେ ଅଛି ସନ୍ତ୍ରା ଧଣ୍ଡ ।
📚କବି📚
● ବ୍ୟାସକବି ଫକୀରମୋହନ ସେନାପତି ●
★ବି.ଦ୍ର★
କବିତା କୁ ପଢିଲା ପରେ ମନେ ହୁଏ
କବି ବୋଧହୁଏ ସେ ସମୟରେ
ବଙ୍ଗାଳି ଭାଷୀ ଆତ୍ମାଭିମାନୀ ବୁଦ୍ଧିଜୀବୀ ମାନଙ୍କୁ ଲକ୍ଷ କରି ଏହି କବିତା ଟି ରଚନା କରିଛନ୍ତି...
ବେଙ୍ଗ ଭାଇ ବୋଧହୁଏ ବଙ୍ଗାଳି ବୁଦ୍ଧିଜୀବୀ ଭାଇ 😀
ଏହାର ଅନେକ କାରଣ :-
●୧.ବେଙ୍ଗ ଓ ବଙ୍ଗ ତଥା ବଙ୍ଗାଳି ଶବ୍ଦର ପାରସ୍ପରିକ ସାମଜସ୍ୟତା
●୨.ଉନବିଂଶ ତଥା ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ବଙ୍ଗାଳି ମାନଙ୍କ ଦ୍ଵାରା “ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୋୟ” ଭଳି ଅନେକ
ଅଯୁକ୍ତିଯୁକ୍ତ କଥା ସବୁ ଉପସ୍ଥାପନ !
●୩.“ପ୍ରେମିକ ଉତ୍ସୁକ ତୋହ ଡାକ ଶୁଣିବାରେ ।
ଚାରିଆଡ଼େ ଝମଝମ ବରଷା ଅନ୍ଧାରେ ।”
ଏଠାରେ ଏ ବାକ୍ୟ ଟି ବଙ୍ଗାଳି ମାନଙ୍କର ସମୃଦ୍ଧି କାଳ(1800-1905) କୁ ବର୍ଷା କାଳ ଉପଲକ୍ଷ କରାଯାଇଛି ପୁଣି ଝମ ଝମ ବରଷା ହେଉଛି ଅର୍ଥ ସମ୍ଭବତଃ ବଙ୍ଗାଳିଙ୍କର ଏଭେ ଭଲ ଦିନ ଚାଲିଛି ଏବଂ ପ୍ରେମିକ ଅର୍ଥାତ୍ ଇଂରେଜ କିମ୍ଵା ଉତ୍ତର ଭାରତୀୟ ହିନ୍ଦି ଭାଷୀମାନେ ମଧ୍ୟ
ବଙ୍ଗାଳି ମାନଙ୍କୁ ଓଡ଼ିଆ ଙ୍କ ଆପେକ୍ଷା ଅଧିକ ମହତ୍ତ୍ଵ ଦିଅନ୍ତି
( ଯେହେତୁ ଧନ ଯା’ର ମାନ ତା’ର ନ୍ୟାୟରେ ବାସ୍ତୁବାଦୀ ମାନଙ୍କ ପାଇଁ ଧନ ସମ୍ପତ୍ତି ହିଁ ମଣିଷ ପଣିଆ)
●୪.“ଘରେ ଭୋଜବାଜି ଗୀତ ନାଚ ରାତିଯାକ ।
ବେଳେ ନ ଶୁଣନ୍ତି କାନେ ପଡି଼ଶାର ଡାକ ।
କାଟୁଛନ୍ତି ରାତିବନ୍ଧୁ ସଙ୍ଗେ ପଶା-ତାସେ ।
କେ ଦେଖୁଛି ପଡି଼ଶା ଯେ ଶୋଇଛି ଓପାସେ ।
ସଜାସଜି ଅଟ୍ଟାଳିକା ଆଲୁଅ ମାଳାରେ ।
ଶୋଇଛି ପଡି଼ଶା ଭଙ୍ଗା ଦଦରା ଚାଳରେ ।
କାକରା ଆରସା କେତେ ଦେଉଛନ୍ତି ଫିଙ୍କି ।
ପଡି଼ଶାର ଘରେ ଧାନ ଦେଖୁନାହିଁ ଢିଙ୍କି ।”
ଏଠାରେ ଏହି ପଦ ସବୁ ସେ ସମୟର ବିଭାଜିତ ଓଡ଼ିଆ ଜାତି ତଥା ବଙ୍ଗାଳି ଲୋକ ଙ୍କର ମଧ୍ୟରେ ଥିବା ଆର୍ଥିକ ସ୍ଥିତି ଦର୍ଶାଉଅଛି ।
କବି କଥାଛଳରେ କହୁଛନ୍ତି
ଯେ
ଦେଖ ତୁମ ପଡି଼ଶା ର କି ଗରିବ ଅବସ୍ଥା
କିନ୍ତୁ ତୁମେ କିମ୍ପା ତେଣେ ନିଘାଦେବ ତମେ ତ
ମାଇକ ବଜେଈ ରୋଷଣି ସଜାଇ
ମଦ ମାଂସ ଖାଦ୍ୟ ଓ ତାସ୍ ଖେଳର ଆସର ଜମେଇ ଦେଇଛ ଏଣେ ତୁମ ପଡି଼ଶା ଭୋକ ଉପାସରେ ମରୁଥାଉ ।
●୫.ତହୁଁ ପରେ କବି ବୋଇଲେ
“ତୁନିହ-ତୁନିହ- ଆରେ ଶୁଣ ମୋର ବାଣୀ ।
ନ ରହିବ ସବୁ ଦିନେ କିଛି ନୂଆ ପାଣି ।
ଆସିବ ହେମନ୍ତ କାଳ ପାଣି ଯିବ ଶୁଖି ।
ତେତେବେଳେ କାହିଁ ଯିବ ତୋର ମକମକି ।”
ଆରେ ଆତ୍ମାଭିମାନୀ ବେଙ୍ଗ ଭାଇ ମୋର
ଆଉ ଅଯଥା ଅଂହ ପ୍ରକାଶ କରନାହିଁ
କାରଣ ଆଜି ତୋର ଭଲ ଦିନ ବୋଲି
ଗୁଡାଏ ବଡି଼ମା ଦେଖଉଛୁ
ହେଲେ ମନେ ରଖ ତୋର ଏ
ପ୍ରିୟ ବରଷାକାଳ ମଧ୍ୟ ଦିନେ ନା ଦିନେ
ଗତ ହୋଇଯିବ
ଆଉ ତହିଁ ପରେ ଶୁଷ୍କ ଶୀତଳ ନୀରସ
ହେମନ୍ତ ତଥା ଶୀତ ଋତୁ ଆସିବ ।
ତେବେ ଦେଖିବା ତୁ କେତେ କେଁ କଟର କରୁଛୁ 😀 ।
●୬.ଶେଷରେ କବି କହିଲେ
“ଗରବରେ ଭୂଲି ଛାତି କରୁ ଅଛୁ କୁଣ୍ଢ ।
ନଜାଣୁ କି ପାଣି ମଧ୍ୟେ ଅଛି ସନ୍ତ୍ରା ଧଣ୍ଡ ।”
ରେ ମୋର ପ୍ରିୟ ବେଙ୍ଗ ଭାଇ
କାହିଁ ଆଉ ବୃଥା ଗରବରେ ଛାତି କୁଣ୍ଢେ ମୋଟ
କରୁଅଛୁ
କାଣ ଜାଣିନାହୁଁ କି ସେହି ପାଣିରେ
ଯେଉଁ ଥିରେ ରହି ତୁ ଏଭଳି ବୋବାଉଅଛୁ
ତହିଁ ରେ ଧଣ୍ଡ ସାପ(ଇଂରେଜ) ମଧ୍ୟ ଅଛନ୍ତି ।
(ବଙ୍ଗାଳି ମାନେ ଏକଦା ଓଡ଼ିଆ ଭାଷାକୁ ମାରିଦେବାକୁ ଚେଷ୍ଟା କରିଥିଲେ ପୁଣି ସେ ସମୟର ବିହାର ରେ ମଧ୍ୟ ଯାଇ ବଙ୍ଗଳା ଭାଷା ପ୍ରଚଳନ କରିବାକୁ ଚେଷ୍ଟା କରିଥିଲେ । ନିଜର ପରମ ସମୃଦ୍ଧି କାଳରେ ବଙ୍ଗଳୀ ପଣ୍ଡିତ ମାନେ ଧରାକୁ ସରା ମଣୁ ନଥିଲେ । ସେମାନେ ଭାରତର ଅନ୍ୟ ଜିତି ମାନଙ୍କୁ ତାଙ୍କ ଠାରୁ ସାହିତ୍ୟ, ଇତିହାସ ଆଦିରେ ପଛୁଆ ତଥା
ଭାରତର ଅନ୍ୟ ରାଜ୍ୟରେ ଥିବା କଳାକୃତି ସବୁକୁ ତାଙ୍କ ରଜାମାନେ ଗଢିଥିଲେ ବୋଲି ଭ୍ରମାତ୍ମକ ଐତିହାସିକ ତଥ୍ୟ ସବୁ ଯୋଡିଥିଲେ ତେଣୁ ଏଠାରେ କବି ଶେଷକୁ କହୁଛନ୍ତି
ହେ ବେଙ୍ଗ ଭାଇ ମାନେ ତମେ ଏତେ ଅହଂ କରନା କାରଣ ଯଦି ତୁମ ଅହଂ ବଢିଯାଇ
ତୁମେ ମାନେ ତୁମ ପ୍ରେମିକ ମାନଙ୍କୁ (ଇଂରେଜ-ହିନ୍ଦି ଭାଷୀ) ହୀନ କହିବା ଆରମ୍ଭ କରିଦେବ
ତେବେ ବହୁତ ସମ୍ଭବ ସେମାନେ ତୁମକୁ
ଧଣ୍ଡ ସର୍ପ ହୋଇ ଗିଳି ମଧ୍ୟ ପାରନ୍ତି
😂😂😂😂
ତେଣୁ
ତୁନିହ ବେଙ୍ଗ ଭାଇ ମାନେ ତୁନିହ
No comments:
Post a Comment