ଢେଙ୍କାନାଳର ଗ୍ରାମାଞ୍ଚଳ ଗୁଡ଼ିକରେ 
ପୌଷ ପୂର୍ଣ୍ଣିମା କୁ ମଣ୍ଡା ପରଭ(ପୂର୍ଣ୍ଣିମା) 
ମଧ୍ୟ କୁହାଯାଏ ।
ବୈଦେଶିକ ପର୍ବ ପାଳନ ଯୋଗୁଁ 
ଏ ପର୍ବ ଏବେ ବିଲୁପ୍ତ ପ୍ରାୟ .....
ଆଗେ ଆମ ଅଞ୍ଚଳରେ ପୁଷ ପୁନେଇଁ ଦିନ 
ଖଳାରେ ବିଶେଷ ପୂଜା ହେଉଥିଲା ।
ଘରେ ଘରେ ମଣ୍ଡାପିଠା ହେଉଥିଲା ।
ମଣିଷ ଆକାରର ମଣ୍ଡାପିଠା କରି 
ବାଘମାମୁଁ 
ଉଦ୍ଦେଶ୍ୟରେ ଜଙ୍ଗଲ କିମ୍ବା ବାଡ଼ି ରେ 
କଦଳୀ ପତ୍ରରେ ରଖିଦିଆଯାଉଥିଲା ।
ଆଜି କିନ୍ତୁ ଢେଙ୍କାନାଳର ନିଆରା ସଂସ୍କୃତି କୁ 
ଇଂରାଜୀ ନୂଆବର୍ଷ ଖାଇଗଲାଣି ....
ଆଉ ସମସ୍ତଙ୍କ ଘରେ ମଣ୍ଡାପିଠା ହେଉନି 
ଖାଲି ପରଭ ବା ପୂର୍ଣ୍ଣିମା ବୋଲି 
 କିଏ ଚକୁଳି ପିଠା କରୁଛି ତ କିଏ ବରା ...
ଆଗେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିଲେ ବୋଲି ବାଘମାମୁଁ କୁ ମଣ୍ଡାପିଠା ଦେବାର 
ସଂସ୍କୃତି ପ୍ରଚଳିତ ଥିଲା 
ଏଭେ ଜଙ୍ଗଲ ନାହିଁ କି ବାଘ ନାହାନ୍ତି 
ପୁଣି ପର ସଂସ୍କୃତି ଆହରଣ ଯୋଗୁଁ 
ନିଜସ୍ଵ ସଂସ୍କୃତି ମଧ୍ୟ ମରିବାକୁ ବସିଲାଣି....
ଲାଗୁଛି
ଦିନ ଆସିବ ଭାରତର ସମସ୍ତ ସଂସ୍କୃତି
ବୈଦେଶିକ ପର୍ବ ପାଳନ ଯୋଗୁଁ ଲୁପ୍ତ ପାଇବ 
ଆଉ ଭାରତୀୟ ମାନେ ମାନବ ମାତ୍ର ହୋଇ ରହିଯିବେ 
ସେମାନେ ମୁସ୍ଲିତ୍ ବୋଲେଇବେ 
ଖ୍ରୀଷ୍ଟିଆନ ହୋଇଯିବେ 
ଏବଂ ନିଜର ଦେବତ୍ଵ ପ୍ରଦାନକାରୀ
ସାତ୍ତ୍ଵିକ ପର୍ବ ସବୁକୁ ଗଳା ଚିପି ମାରିଦେବେ.....
 
No comments:
Post a Comment