Wednesday, January 10, 2018

●ଗଣେଶ ବନ୍ଦନା●

ଜୟତୁ ଦଧିବାମନ ପ୍ରସନ୍ନେ ରୁଦ୍ର ଦେବତା
ମଙ୍ଗଳ ବିଘ୍ନରାଜ ଭୂତ ଭବିଷ୍ୟ ଜ୍ଞାତା ।୧।

ମଙ୍ଗଳ ସଦାନନ୍ଦ ଦେବ ଲମ୍ଵୋଦର
ସପତ ସିନ୍ଧୁ ଗୋପ୍ୟଗଲା ଯାହାର ଉଦର ।୨।

ମଙ୍ଗଳ ପରମବ୍ରହ୍ମ ସରୂପ ବୀଣାୟେକ
ପାଶ ଅଂକୁଶ ଗଜବଦନ ଅଟ ତ୍ରିୟମ୍ଵକ ।୩।

ମେରୁ ତତ୍ତୁଲ୍ୟ ଯାହାର କିଞ୍ଚିତ ବେନି ଆଖି
ଅବନିକେ ଚାହିଁଲେ ତୁ ଯେ କୋଟି ବ୍ରହ୍ମାଣ୍ଡ ଦେଖି ।୪।

ଡିବି ଡିବି ବଜାଇ ଯାହାର ଡାକି ଡମ୍ବୁରୁ
ହୃଦେ ପଇତା ଯାହାର ଅନନ୍ତ ନାଗ ଫେରୁ ।୫।

ସ୍ଵାମୀ ତ୍ରିପୁର ବଧଗଲା ଯାହାର ବୁଦ୍ଧିବଳେ
ବିନୟେ ଅନୁବ୍ରତେ ନାଥ ମୁଁ ତୁମ୍ଭର ପାଦତଳେ ।୬।

ଲଙ୍ଗଟ ଭ୍ରୁଙ୍ଗଟ ଯେ ବିକଟ ବକ୍ରନାଟେ
ମହାଭରହ ତାଣ୍ଡବ ଆରୋପଣ ସଙ୍କଟେ ।୭।

ଶ୍ରୀ ବିଘ୍ନରାଜ ଶ୍ରୀ ଚରଣ କମଳେ
ମମ ଚିତ୍ତ ଭଜି ହୋ ତହିଁ ରହୁ ଭ୍ରସଳେ ।୮।

ବ୍ୟାସଙ୍କର ସ୍ରିଜନେ ଦେବ ପ୍ରସନ୍ନ ବିଘ୍ନରାଜ
କରଣ ହୋଇ ଲେଖନ କଲୁଟି ଅଇଶୁର୍ଯ୍ୟ ।୯।

ୟେ ସଂସାର ମଧ୍ୟେ ମୁହିଁ ଦେଖିଲି ସେ ସରୂପ
ତୁହି ସେ ହରନ୍ତା ଦେବ କଳିକାଳ ଦର୍ପ ।୧୦।

କଳିଯୁଗ ବଞ୍ଚନ୍ତା ନାଥ ପ୍ରସନ୍ନେ ପରମଯୋଗୀ
ଦିନକର ବିବାଦେଣ ତୁ କାଳସର୍ପ ଭାଞ୍ଜି ।୧୧।

ସଦୟେ ନାରାୟଣ ତୁ ପ୍ରସନ୍ନେ ରୁଦ୍ରକାଶୀ
ଶୁଦ୍ରମୁନି ସାରଳା ଦାସ ତଲୟେ ଅଭ୍ୟାସି ।୧୨।

(ଉଦଯୋଗ ପର୍ବ,ସାରଳା ମହାଭାରତ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...