Thursday, April 6, 2017

●●●●●ଏକ●●●●●

ଏକ ଏକ ବିନ୍ଦୁ ମିଶି ସାଗର ହୁଏ
ଏକ ବିନ୍ଦୁ ଏକା କିଛି ବି ନୁହେଁ

ଏକ ବାଡି ଧରି ଭାଙ୍ଗ ଭାଙ୍ଗିଣଯାଏ
ବାଡି଼ର ଗୋଛା କେ ଭାଙ୍ଗିନପାରେ

ଏକା ଏକା ଗଲେ ଲୁଟିବେ ଡାକୁ
ସାଙ୍ଗ ସାଥେ ଥିଲେ ଡର କାହାକୁ

ଏକ ଏକା କେଭେ ଜିତି ନ ପାରେ
ଏକତା ଆଗରେ ଜଗତ ହାରେ

ଚୀନ ଦେଶ ଗଲେ ଇଂରେଜମାନେ
ଅଫିମ କୁ ଧନ୍ଦା କଲେ ସେମାନେ

ଏକ ମନ ପ୍ରାଣ ଥିଲା ଚୀନା ଜାତି
ହାରି ପଳେଇଲେ ଇଂରେଜ ପାତି

ତେର ରାଜ୍ଯ ଥିଲା ଆମେରିକାରେ
ଇଂରେଜ କରିଲେ ଶାସନ ପରେ

ଏକ ହେଲେ ସର୍ବେ ହୋଇଲା ଯୁଦ୍ଧ
ଛାଡିଯିବାକୁ ଇଂରେଜ ହୋଇଲେ ବାଧ୍ଯ

କଳିଙ୍ଗ ଉତ୍କଳ କୋଶଳ ଏକ ଥିଲା
କା ଆଗେ ମୁଣ୍ଡ ସେ ନୋଉଁ ନଥିଲା

ଆ ଗଙ୍ଗା ଗୋଦାବରୀ ଏକ ଥିଲା
ଏକତା ଅଭାବେ ଅଲଗା ହେଲା

ଉଠ ଉଠ ସବୁ ଓଡିଆ ପୁଅ
ବିପଦେ ଶୋଇବା ବିଧାନ ନୁହଁ

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...