Friday, April 7, 2017

ଆଗେ ଏକ ହେବାକୁ ଲଢୁଥିଲେ ଆଜି ଭିନ୍ନେ ହେବାକୁ ଲଢୁଛେ

ଆଜକୁ ଠିକ ଶହେ ବର୍ଷ ତଳେ
ତିନିଭାଗରେ ବିଭାଜିତ ଓଡି଼ଶାର
ପ୍ରବାସୀ ଓଡି଼ଆ ମାନେ ପ୍ରଥର ଥର ପାଇଁ କଲିକତାରେ ଏକ ବିରାଟ ସଭାର ଆୟୋଜନ କରିଥିଲେ ........

ମୟୁରଭଞ୍ଜ ମହାରାଜା ସାର୍ ବାସୁଦେବ ସୁଢଳଦେବ ମହୋଦୟ 4 ଜାନୁଆରୀ 1911 ରେ ବମ୍ବେରୁ କଲିକତା ପହଞ୍ଚିବା ପରେ ଓଡିଆ ମାନଙ୍କ ସଂଗଠନ କଲିକତାରେ ମୁଣ୍ଡ ଟେକି ଥିଲା  ।

ମହାରାଜା ଙ୍କୁ ଓଡିଆ ମାନଙ୍କ ପକ୍ଷରୁ ବିଧିମତେ ଅଭ୍ଯର୍ଥନା କରିବା ପାଇଁ 7 ଜାନୁଆରୀ 1911 ରେ ଏହି ସଭାର ଆୟୋଜନ ହୋଇ ଥିଲା ।

ସଭାରେ କଟକରୁ ମଧୁବାବୁ,ସୁଗାୟକ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ,
ବାଲେଶ୍ବରରୁ ଭୋଳାନାଥ ସାମନ୍ତରାୟ,ବାରିପଦାରୁ ଗୋପବନ୍ଧୁ ଦାସ ଯାଇ ଯୋଗଦେଇଥିଲେ ।
ସଭାର ମୁଖ୍ଯ ଅତିଥୀ ଆମ ମହାରାଜା ତଥା ସଭାପତିତ୍ବ ମଧୁସୁଦନ ଦାସ ତୁଲାଇ ଥିଲେ ।
ଏହି ସଭା ଟି କଲିକତା ୟୁନିଭର୍ସିଟି ଇନଷ୍ଟିଚ୍ଯୁଡ୍ ହଲ୍ ରେ ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଓଡିଶାର ମହାରାଜା ମହୋଦୟ ଗୋଟିଏ ପ୍ରେରଣାଦାୟୀ ଭାଷଣ ଦେଇଥିଲେ
ତା'ର କିୟଦଅଂଶ ପଢନ୍ତୁ

"ଆମ୍ଭ ଓଡିଆ ପିଲା ମାନେ କଲିକତାର ସ୍କୁଲରେ ପଢିବାକୁ ଆସନ୍ତି । ତାଙ୍କ ସଂଗୀ ବଙ୍ଗାଳୀ ପିଲା ମାନେ ତାଙ୍କୁ ଏଭଳି ହେୟ ଚକ୍ଷୁରେ ଦେଖନ୍ତି ଯେ ସେମାନଙ୍କର ଆତ୍ମା କାନ୍ଦେ । ଆଜି ପ୍ରେସିଡେନ୍ସି ହଲ୍ ରେ ଓଡି଼ଆ ସଭା,ସବୁ ଓଡି଼ଆ ପାଠପଢୁଆ କେତେକ ବଙ୍ଗାଳୀ ଗ୍ରାଜୁଏଟ୍ ଙ୍କ ସହ ଆସୀନ ।
ବଂଗୀୟ ଗୁଣାଢ୍ଯ ସରସ୍ବତୀଙ୍କର ଶ୍ରେଷ୍ଠ ସନ୍ତାନ ମାନେ
ସଭା ମଞ୍ଚରେ ବସି ଦେଖୁଛନ୍ତି .....
ଓଡି଼ଆ ମହାରାଜା,ଓଡି଼ଆ ଛାତ୍ର,ଓଡି଼ଆ ଅବିଭାବକ,
ଓଡି଼ଆ ଭଦ୍ରଲୋକ,ଓଡି଼ଆ ଖୋଦିତ କ୍ଯାସକେଟ୍,ଓଡି଼ଆ ଅଭିନନ୍ଦନ,ଓଡି଼ଆ ସଂଗୀତ,ଓଡି଼ଆ ବକୃତା
ସମସ୍ତ ଓଡି଼ଆ ।"

ଏଠାରେ ଧ୍ଯାନ ଦେବାର କଥାହେଲା
ବାମଣ୍ଡା ରାଜନ ଭାଷଣରେ ବାରମ୍ବାର ଓଡିଆ ଓଡିଆ ଓଡିଆ କହିଛନ୍ତି ଓଡିଶା କହିଛନ୍ତି
ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ କହି ନାହାନ୍ତି ......

ଆଜି କଥା କଥା କେ କିଛିଲୋକ ରାଜ୍ଯର ଦେଶ ଯାକରେ ଉପହାସ କରିବାକୁ ବିଭାଜନ ବିଭାଜନ ଚିତ୍କାର କରୁଛନ୍ତି
ପ୍ରକୃତରେ ସେମାନେ
ସୁଢ଼ଳଦେବ,ବିକ୍ରମଦେବ,ଭେଙ୍କଟେଶ୍ବର ରାଓ ଆଦି ଆଦ୍ଯ ଭାଷା ରକ୍ଷକ ଯୋଦ୍ଧା ଙ୍କ ବିଷୟରେ କିଛି ବି ଜାଣିନାହାନ୍ତି । ତେଣୁ ନିଜ ଇତିହାସ ଠିକ ସେ ଜାଣି ନଥିବାରୁ
ସେମାନଙ୍କ ଓଡିଆତ୍ବ ଲୁପ୍ତ ହୋଇଛି ନିଜ ଜାତୀୟତା ଉପରେ ସେମାନେ ଏକ ପ୍ରକାରର କୃତିମ ଜାତୀୟତାର ରଂଗ ବୋଳିଅଛନ୍ତି ଯାହା....

ବିଡମ୍ବନା ଦେଖନ୍ତୁ
"ଶହେ ବର୍ଷ ତଳେ ଆମେ ଏକାଠି ହେବାକୁ ଅନ୍ଯ ମାନଙ୍କ ସହ ଲଢୁଥିଲେ
ଆଉ ଆଜି ଅଲଗା ହୋଇଯିବାକୁ ନିଜ ନିଜ ଭିତରେ କଳି କରୁଛେ"

......

ଏଇ କିଛି ଦିନ ତଳେ ଉତ୍କଳଦିବସରେ କଳାଦିବସ ପାଳିଥିବା ମୋର
କଳାପାହାଡ ଭାଇ ମାନଙ୍କ ପ୍ରତି ଏଇ କବିତା ଟି.
ମୁଁ ଉତ୍ସର୍ଗ କରୁଅଛି....
.......

କେମିତି ସହିବୁ ମାତା ବିଭାଜନ
କରିବୁ ଆମ୍ଭେ ପୁତ୍ରପୁତ୍ରୀ ରୋଦନ

ତୁମେ କୁହ ଚାଲ ହେବା ଭାଗ ଭାଗ
ବାଣ୍ଟିବା ଓଡିଶା ମାତାକୁ କରି ଭାଗ

ତୁମ ପାଇଁ କାଳେ ତାହା ଖାଲି ମାଟି
ଆମର ସେ ଯେ ଆମ  ମାଆ ମାଟି

ମାତା ପ୍ରତି ଯଦି କା'ର ନଥାନ୍ତା ମମତା
କେଉଁ ବୀର ଯାଇ କିଁପା ସୀମାନ୍ତେ ମରନ୍ତା

ଥିଲେ  ଆଜ ମଧୁ ତୁମ୍ଭ ଖବର ନିଅନ୍ତେ
ଦି ଗାଲେ ଦୁଇ ଶକ୍ତ ଚାପୁଡା ଦିଅନ୍ତେ

କାହାଠୁଁ ପାଇଛ କେତେ ଧନ ବାବୁ
କାହିଁକି ମାତିଛ ରାଜ୍ଯ ବାଣ୍ଟିଣ ଦେବାକୁ

କିଏ ଦେଇଛି କି ଉତ୍କୋଚ କେତେ
ବିକିଲ କି ମୁଣ୍ଡ କା ପାଖରେ ସତେ

ହେଲ ଅବା ମାନସିକ ବିକାରଗ୍ରସ୍ତ
ହେଳିଛ ମାତା ଭ୍ରାତା ସ୍ନେହ ସମସ୍ତ

ତୁମ୍ଭ କଥା ଶୁଣି ମୁଁ ସଂଦେହ କରୁଛି
କାଳାପାହାଡ଼ ର ଆତ୍ମା ତୁମଠିଁ ଲାଗିଛି

ଯାଅ ଯାଅ ଭାଇ ଝାଡ ଝୁଡ ହୁଅ
ଜାତିଦ୍ରୋହୀ ଭୂତ ଦେହରୁ ଭଗାଅ...

.................

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...