ସିଂହଭୂମିରେ ବୁଦ୍ଧଦେବଙ୍କ ସମୟରେ ସିଂହବାହୁ ନାମ୍ନୀ ଜଣେ ପ୍ରଜାବତ୍ସଳ ରାଜା
ଶାସନ କରୁଥିଲେ । ସେ ଏତେ ଲୋକପ୍ରିୟ ଓ ଶକ୍ତିଶାଳୀ ହେଲେ ଯେ କଳିଙ୍ଗୋତ୍କଳ ଓ ବଙ୍ଗର ଅଧିକାଂଶ ଅଞ୍ଚଳର ଅପ୍ରତିଦ୍ଵନ୍ଦୀ ଶାସକ ହୋଇପଡି଼ଲେ ।
କୁହାଯାଏ ତାଙ୍କ ଶାସନକାଳରେ
ପ୍ରାଚୀନ କଳିଙ୍ଗଦେଶର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଙ୍କ ନାମ ଅନୁସାରେ ସିଂହପୁର ନାମ୍ନୀ ଏକ ନୂଆ ନଗରୀ ଗଢି ଉଠିଥିଲା ।
କିଛି ବର୍ଷ ଉତ୍ତାରୁ
ତାଙ୍କର ପୁଅଟିଏ ଜନ୍ମହେଲା ।
ଛୋଟବେଳୁଁ ସେ ଏତେ ଗେଲବସରିଆ ହେଲା ଯେ
ବଡ଼ ହେଲାରୁ ଭାରି କୌତୁକପ୍ରିୟ ହୋଇଗଲା ।
ନାନାଲୋକଙ୍କୁ ହଇରାଣ କଲାରୁ ଶେଷରେ ଯୁବରାଜଙ୍କ ପ୍ରତି ଜନ ଅସନ୍ତୋଷ ତିବ୍ର ହେଲା । ରାଜା ସିଂହବାହୁ,
ପୁତ୍ର ବିଜୟସିଂହଙ୍କୁ ଦେଶାନ୍ତର ଦଣ୍ଡଦେଲେ ।
କଳିଙ୍ଗସାଗର ର ଜଳରେ କଳିଙ୍ଗଦେଶର କିଛି ବଛା ବଛା ଜାହାଜିଆ ସହ ନିଜର ପ୍ରାୟ 700 ଅନୁଚର ଧରି ବିଜୟ ସିଂହ ରତ୍ନଦ୍ବୀପ (ଲଂକା ଦ୍ବୀପ) ରେ ଯାଇ ପହଞ୍ଚିଲେ ।
କୁହାଯାଏ
ବିଜୟ ଙ୍କ ବହୁପୂର୍ବରୁ
ମହାତ୍ମା ବୁଦ୍ଧ
ରତ୍ନଦ୍ବୀପ ଭ୍ରମଣାର୍ଥେ
ଯାଇ ସେଠାରେ
ଅନୀତି ରେ ଲିପ୍ତ ଅନେକ ଯକ୍ଷ ଓ ଯକ୍ଷିନୀଙ୍କୁ
ଦେଖିଥିଲେ ।
ବୁଦ୍ଧଦେବ ସେମାନଙ୍କୁ ସାବଧାନ କରାଇବା ସହ ଧର୍ମଯୁକ୍ତ କାର୍ଯ୍ୟ କରିବାକୁ ହିତୋପଦେଶ ଦେଇଥିଲେ ହେଁ ତାଙ୍କ କଥାର କିଞ୍ଚିତ ମାତ୍ର ପ୍ରଭାବ ସେ ଯକ୍ଷ ମାନଙ୍କ ଉପରେ ପଡି଼ନଥିଲା....
ଏ ଘଟଣାର ଅନେକ ଦିନ ପରେ ଯୁବରାଜ ବିଜୟ ଯାଇ ଯେତେ ବେଳେ
ରତ୍ନଦ୍ବୀପ ରେ ପାଦ ରଖିଲେ
କେତେକ କାରଣରୁ ଯକ୍ଷ ମାନଙ୍କ ସହ
ତାଙ୍କର ବିବାଦ ଲାଗିଲା...
ଶେଷରେ ଯକ୍ଷ ମାନେ
ଯୁବରାଜ ବିଜୟଙ୍କ ହସ୍ତରେ ପରାସ୍ତ ହୋଇଲେ । ଯକ୍ଷ ମାନଙ୍କ ସହ ତାଙ୍କର ଚୁକ୍ତି ହେଲା ।
ଯୁବରାଜ ବିଜୟ ସେମାନଙ୍କୁ
ଆଉ ଏକ ଦ୍ଵୀପ ଗିରିଦ୍ବୀପକୁ ଚାଲିଯିବାକୁ
ଆଦେଶ ଦେଲେ ।
ତା ପରେ ବିଜୟ ହେଲେ
ରତ୍ନଦ୍ବୀପ ର ପ୍ରଥମ ଆର୍ଯ୍ୟ ରାଜା ।
ସେ ରତ୍ନଦ୍ବୀପ କୁ ନିଜ ପିତା ସିଂହବାହୁଙ୍କ ନାମରେ ସିଂହଳ ନାମ ରଖିଲେ ।
ଇତି ମଧ୍ୟରେ କୁବେଣୀ ନାମ୍ନୀ ଜନୈକା
ଯକ୍ଷିନୀ ସହ ବିଜୟଙ୍କର ବିବାହ ସମ୍ପନ୍ନ ହେଲା ।
ବିବାହ ପରେ
ନବବିବାହିତ ଦମ୍ପତି କିଛି କାଳ ସୁଖରେ
କାଟନ୍ତେ
ଯକ୍ଷ ମାନେ ସିଂହଳ ଦେଶ ଆକ୍ରମଣ କରି
ଅନେକ କ୍ଷୟକ୍ଷତି କଲେ ।
ଏଭଳି ଏକ ଆତର୍କିତ ଆକ୍ରମଣ ପାଇଁ
ସିଂହଳ ରାଜା ବିଜୟ ପ୍ରସ୍ତୁତ ନଥିଲେ
ତେବେ ସେ ତଥାପି
ଲଢୁଥିଲେ ।
ବିଦ୍ରୋହୀ ଯକ୍ଷ ମାନେ Sirisavatthu
କୁ ଗଡ଼ କରି
ଲଢୁଥାନ୍ତି
ଯକ୍ଷ କନ୍ୟା କୁବେଣୀ ଙ୍କ ସହାୟତା ପାଇ
ବିଜୟ ଉକ୍ତ ନଗରୀ କୁ ଧ୍ବଂସ କରି ଅନେକାନେକ ଯକ୍ଷ ଙ୍କୁ ମୃତ୍ୟୁ ଦଣ୍ଡ ଦେଲେ ।
ସିରିସାଭତ୍ଥୁ ଗଡ଼ ରେ
ନିଜ ଆତ୍ମିୟ ସ୍ଵଜନ ଙ୍କ ଅକାଳ ବିଭତ୍ସ ମୃତ୍ୟୁ ଦେଖି
କୁବେଣୀ ନିଜକୁ ଶତ ଧିକ୍କାର କଲେ .....
ଏ ନରସଂହାରର ସେ ଯେ ଏକମାତ୍ର
ଦୋଷୀ
ଏକଥା ତାଙ୍କୁ ବଡ଼ ବ୍ୟଥିତ କଲା ।
ତେଣୁ ତାଙ୍କର ଓ ରାଜା ବିଜୟଙ୍କର
ଏକଥାକୁ ନେଇ ବାଦ ବିବାଦ ହେଲା ତହୁଁ ସେ
ଏଥିରେ ଦୁଃଖିତ ହୋଇ ନିଜ ଦୁଇ ପିଲାଙ୍କୁ ଧରି
ଆଉ ଏକ ପ୍ରାଚୀନ ଯକ୍ଷନଗର
ଲଂକାପୁରମ୍ ରେ ଆସି ରହିବାକୁ ଲାଗିଲେ ।
ନିଜର ପ୍ରୌଢା଼ବସ୍ଥାରେ
ସିଂହଳରାଜ ବିଜୟ
ଭାରତବର୍ଷର ପାଣ୍ଡୁରାଜଙ୍କ
କନ୍ୟା ଙ୍କ ସହ ବିବାହ କରିଥିଲେ ।
କିନ୍ତୁ ଏ ବୈବାହିକ ସୁଖ ବେଶି ଦିନ ପାଇଁ
ନଥିଲା
କିଛି ଦିନ ପରେ କେଶବିହୀନ ହୋଇ
ବିଜୟଙ୍କର ମୃତ୍ୟୁ ଘଟିଲା ।
ବିଜୟଙ୍କର ମୃତ୍ୟୁ ପରେ
ଭାରତବର୍ଷର ସିଂହପୁରରେ ଶାସନକରୁଥିବା ତାଙ୍କ ଯମଜ ଭାଇ
ସୁମିତଙ୍କ ପୁତ୍ର ପାଣ୍ଡୁବସୁଦେବ
ଆସି ସିଂହଳ ଦ୍ବୀପର ଶାସନ ଭାର ଗ୍ରହଣ କରି କିଛି ବର୍ଷ କାଳ ଶାସନ କରିଥିଲେ ।
ବିଜୟଙ୍କ ଶାସନକାଳରେ ଶ୍ରୀଲଂକା ପୁଣି ଭାରତୀୟ ଭୂଭାଗ ସହ ସଂଯୁକ୍ତ ହୋଇଯାଇଥିଲା ।
ସିଂହଳର ସେହି ସୁବର୍ଣ୍ଣଯୁଗରେ ପରେ
ଅନେକ ଦକ୍ଷିଣଭାରତୀୟ ସେଠାରେ ଯାଇ ନିବାସ କଲେ ଏବଂ ଆଜି ମଧ୍ଯ ଅଛନ୍ତି ।
(ମହାବଂଶ ଓ ଦୀପବଂଶ ଅନୁକରଣରେ.....)
No comments:
Post a Comment