Tuesday, April 18, 2017

●●●●●କେତୋଟି ଉପଦେଶ ବାକ୍ଯ●●●●

ଦିଅ ହେ ସରବେ ଉତ୍କଳୀ
ଦେଶ ହିତରେ ଆତ୍ମବଳୀ ।
ଅସାଧ୍ଯ ମଣେ ଯା ଅଳସ
କର୍ମବୀର ତା କରେ ବଶ ।
ଅଳସ ଯା ଅସାଧ୍ଯ ମଣେ
କର୍ମବୀର ତା ସାଧେ କ୍ଷଣେ ।
ଦେଶର ଲୋକ ହେ କଲ୍ଯାଣ
ତୃଣ ମଣିଣ ନିଜ ପ୍ରାଣ ।
ଆପଣା ହିତ ଦେଶ ହିତେ
ଲୋଡ଼ ସରବେ ଏକ ଚିତ୍ତେ ।
ଉତ୍କଳ ହିତେ ନିଜ ହିତ
ଲୋଡ଼ ହୋଇଣ ଏକ ଚିତ୍ତ ।
ଉଦଯୋଗୀ ବାଧା ଭ୍ରୁକୁଟୀକି
ନ ଗଣି ସିଦ୍ଧି ଆଣେ ଝିଙ୍କି ।
ସାହସେ ଯେହୁ ବାନ୍ଧେ ବକ୍ଷ
କାର୍ଯ୍ୟକ୍ଷେତ୍ରରେ ସେ ହର୍ଯ୍ୟକ୍ଷ ।
ଜୟ ଜୟ ମା ମାତୃଧରା
ସର୍ବସୁଖଦା ଦୁଃଖହରା ।
ସଭିଙ୍କ ମନ ଏକ ହେଲେ
ଅସାଧ୍ଯ ସାଧ୍ଯ ହୁଏ ହେଳେ ।
★ସ୍ବଦେଶ ଦ୍ରୋହୀ ସ୍ବାର୍ଥରଙ୍କ
ଉତ୍କଳଦେଶ ସେ କଳଙ୍କ ।★
ମାତୃଭୂମି ଯେ ଋଦ୍ଧିମୂଳ
ତା ପାଦେ ସର୍ବସିଦ୍ଧି ଠୁଳ ।

●●●●●●●●●●●●●●
ରାଧାନାଥ ରାୟଙ୍କ ରଚନାରୁ.....
●●●●●●●●●●●●●●

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...