Wednesday, March 29, 2017

~ମେଷ ସଂକ୍ରାନ୍ତି~ଦକ୍ଷିଣ ପୂର୍ବ ଏସିଆର ନବବର୍ଷ

ଆମେ ମରାଠୀଙ୍କ ଗୋଲାମ ନୁହଁ
ତାହେଲେ RSS ର ପ୍ରତିଷ୍ଠାତାଙ୍କ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ନବବର୍ଷ ରୂପେ କାହିଁକି ପାଳିବା ?

ଗୁଡିପାଡବା ହେଉଛି ମରାଠୀଙ୍କ ନବବର୍ଷ
କେବଳ ମରାଠୀଭାଷୀ ଅଞ୍ଚଳର ନବବର୍ଷ କିନ୍ତୁ
ଭାରତରେ ଆହୁରି ଅନ୍ଯ ଅନେକ ପଞ୍ଜିକା ପ୍ରଚଳିତ
ଆମ ନବବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି କୁ ଅଲଗା ଅଲଗା ନାମରେ ସମସ୍ତ ଦକ୍ଷିଣ ପୂର୍ବ ତଥା ପୂର୍ବ ଏସିଆ ନବବର୍ଷ ରୂପେ ପାଳିଥାଏ ।

ଭାରତରେ ଅଲଗା ଅଲଗା ନାମରେ ମହା ବିଷୁବ ପଣା ସଂକ୍ରାନ୍ତୀ ନବବର୍ଷ ର ପ୍ରଥମ ଦିନ ହିସାବରେ ପ୍ରଚଳିତ । ମହାପଣା ସଂକ୍ରାନ୍ତି କୁ ମେଷ ସଂକ୍ରାନ୍ତି ମଧ୍ଯ କୁହାଯାଏ । ମେଷ ସଂକ୍ରନ୍ତି ସୌର ଚକ୍ର ବର୍ଷର ପ୍ରଥମ ଦିନ,ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଥାଅନ୍ତି ।
ପ୍ରାଚୀନ ଗ୍ରୀକ,ଭାରତ,ଚୀନ,ମିଶର ସବୁଠି ପ୍ରଥମେ ସୌର ପଞ୍ଜିକା ପ୍ରଚଳିତ ଥିଲା ପରେ ଚନ୍ଦ୍ରକୁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ମହତ୍ବ ମିଳିଥିଲା ।
ସନାତନୀ ମାନଙ୍କ ପାଇଁ ମେଷ ସଂକ୍ରାନ୍ତି ଅଧିକ ମହତ୍ବପୂର୍ଣ୍ଣ ।
ଭାରତରେ ପଣାସଂକ୍ରାନ୍ତି କେବଳ ଯେ ଓଡିଶା ର ନବବର୍ଷ ଏ କଥା ଭୂଲ । ଓଡିଶା ବ୍ଯତିରେକ
ପଞ୍ଜବରେ ବୈଶାଖୀ,ବଙ୍ଗରେ ପୋଏଲା ବୈଶାଖ୍,ଆସାମରେ ବିହୁ,ଦକ୍ଷିଣ କର୍ଣ୍ଣାଟକର ତୁଲ୍ଲୁଭାଷୀ ଅଞ୍ଚଳରେ (tulunadu)ରେ ବିଷୁ ପର୍ବ,କେରଳରେ ବିଷୁ,ତାମିଲନାଡୁର
େ ପୁତ୍ଥାଣ୍ଡୁ
ତଥା ନେପାଳ ଭାରତର ମୈଥିଳୀଭାଷୀ ଅଞ୍ଚଳରେ
ମୈଥିଳୀ ନବବର୍ଷ ଭାବେ ମାନ୍ଯତା ପାଇଅଛି ।
ବିକ୍ରମୀ ନବବର୍ଷକୁ ରାଷ୍ଟ୍ରୀୟ ନବବର୍ଷ କୁହାଯାଉଥିଲେ ହେଁ ପ୍ରକୃତ ନବବର୍ଷ ହେଉଛି ଆମ ପଣା ସଂକ୍ରାନ୍ତି ।
ତଥାକଥିତ ରାଷ୍ଟ୍ରୀୟ ନବବର୍ଷ କିଛି ମୌଳିବାଦୀ ମରାଠୀ ହିନ୍ଦୁ ପାଳନ୍ତି କିନ୍ତୁ ଆମ ପଣା ସଂକ୍ରାନ୍ତି କୁ ସମସ୍ତ ପୂର୍ବ ଏସିଆ ନବବର୍ଷ ରୂପେ ପାଳନ କରିଥାଏ ।
ପୁଣି ହିନ୍ଦୁ ସମ୍ପ୍ରଦାୟ ଛଡା ବୌଦ୍ଧ ଏବଂ ଶୀଖ୍ ମାନଙ୍କର ମଧ୍ୟ ଏହା ଏକ ପ୍ରଧାନ ଏବଂ ବିଶିଷ୍ଠ ଦିନ ।
ବୌଦ୍ଧ ଧର୍ମ ପ୍ରଭାବିତ ଦେଶ ମାନଙ୍କରେ
ପଣା ସଂକ୍ରାନ୍ତି କୁ ସାଧାରଣତଃ
Songkran କୁହାଯାଇଥାଏ ଯାହାକି ସଂସ୍କୃତ ଶବ୍ଦ ସଂକ୍ରାନ୍ତି ଶବ୍ଦର ଅପଭ୍ରଂସ ମାତ୍ର.....
ତେଣୁ
କେବଳ ଭାରତ ର ସାତ ଆଠ ଟି ରାଜ୍ଯରେ ନୁହେଁ
ଥାଇଲ୍ଯାଣ୍ଡ,ଲାଓସ୍,କାମ୍ବୋଡିଆ,ମିଁ
ଆମାର,ଶ୍ରୀଲଙ୍କା,ଭିଏତନାମ୍ ଆଦି ଦେଶରେ ମେଷ ସଂକ୍ରାନ୍ତି କୁ ରାଷ୍ଟ୍ରୀୟ ନବବର୍ଷର ମାନ୍ଯତା ମିଳିଅଛି.....
ତେଣୁ
ସ୍ବାଭିମାନୀ ଓଡିଆ ଭାଇ ଜାଗ ....
ନିଜ ପର୍ବର ମହତ୍ବ କଣ୍ ହୃଦୟଙ୍ଗମ କର
ଏବଂ ଯେଉଁ ଅତ୍ଯାଚାରୀ ମରାଠୀ ମାନେ ଆମ୍ଭକୁ ଗରିବ କରିବାରେ ବଳହୀନ କରିବାରେ ସର୍ବାଧିକ ଦାୟୀ ସେମାନଙ୍କ ପର୍ବର ପ୍ରଚାର ତ୍ଯାଗ କର....
ବନ୍ଦେ ଉତ୍କଳ ଜନନୀ

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...