Thursday, March 23, 2017

●●●●ଯେଣୁ ପିକ ଭାଷେ ମାତୃଭାଷା●●●●【ସନ୍ତୋଷ ପଟ୍ଟନାୟକ】

ବସନ୍ତ ରାଇଜେ ଶୋଭା ଆମ୍ରବନେ
ଭାଷେ ପିକ ମାତୃଭାଷା
ବିଚ଼ରଣ ସଦା ଉଚ୍ଚ କରି ମଥା
ମୁଖେ ପ୍ରେମ ପରିଭାଷା .....

ଏଣେ ଶୁକପକ୍ଷୀ ପରଭାଷା ବୋଲେ
ହୋଇ ପିଞ୍ଜରାରେ ବନ୍ଧା
ବନ୍ଦୀ ଜୀବନରେ କେତେ ଯେ ଯନ୍ତ୍ରଣା
ନର୍କ ସମ ଭୋଗେ ଦଶା.....

ନାଇସ୍ ଉଇସ୍ ଛାଡ଼ ବାଇମନ
ଆଦରି ନେ ମାତୃଭାଷା
ନିଜ ଭାଷା ନିଜେ କହୁନାହଁ କିଆଁ
ମାରୁଛ ଫୁଟାଣି ତୁଚ୍ଛା .........
                                     (ଗଞ୍ଜାମ,ଓଡି଼ଶା)
ଶ୍ରୀମାନ୍ ସନ୍ତୋଷ ପଟ୍ଟନାୟକଙ୍କ କଲମରୁ......
●●●●●●●●●●●●

ଏଥର ର ବସନ୍ତ ଋତୁ ଆଗମନ କାଳରେ ଶ୍ରୀ ଉଦୟ ରାୟ ମହୋଦୟ ବସନ୍ତକୁ ନେଇ ଏକ
ଚମତ୍କାର ହୃଦୟସ୍ପର୍ଶୀ କବିତା ଲେଖିଥିଲେ ।
ଆହୁରି କେତେଜଣ କବି ବସନ୍ତ କୁ ନେଇ ମଧ୍ଯ ନିଜ ନିଜର କବିତା ପ୍ରକାଶିତ କରିଥିଲେ ।
କିନ୍ତୁ ସେ ସମସ୍ତମଧ୍ୟରେ
ଆମ୍ଭ ଗଞ୍ଜାମ୍ ଜିଲ୍ଲା ବାସୀ କବି ଶ୍ରୀ ସନ୍ତୋଷ ପଟ୍ଟନାୟକ ଭାଇଙ୍କ କବିତା
****ଯେଣୁ ପିକ ଭାଷେ ମାତୃଭାଷା***
ଏକ ଉଦବୋଧନୀ କବିତା ଭଳି ପ୍ରତ୍ଯେକ ଓଡି଼ଆଙ୍କୁ ମାତୃଭାଷା ପ୍ରତି ଆଦର କରିବାକୁ ପ୍ରେରିତ କରୁଥିବା ପ୍ରତିଭାତ୍ ହେଉଅଛି ।
ମଧୁମାସରେ ମଧୁରଭାଷାରେ ଏଭଳି କବିତା ହାତ ଗଣତି ଲୋକ ହିଁ ଲେଖିପାରନ୍ତି ।
ଆଜିର ଓଡି଼ଆ ଯେତେବେଳେ ନିଜ ମାତୃଭାଷା ଛାଡି଼ ପରଭାଷାରେ ନିଜ ଓଡିଆ ଭାଇଙ୍କ ସହ କଥା ହେଉଥିବା  ଦେଖେ ବହୁତ ଖରାପ ଲାଗେ ।
କବିକୁଳକୁ ମୋର ଅନୁରୋଧ ଏଇ ଘଡି଼ସନ୍ଧି ମୂହୂର୍ତ୍ତରେ ଯେତେବେଳେ ଆମ ଭାଷା ପୁଣି ସଙ୍କଟାପନ୍ନ ହେଲାଣି
ଏଭଳି କବିତା ସବୁ ଲେଖି ନିଜ ଭାଷା ପ୍ରତି ଲୋକଙ୍କୁ ଆଗ୍ରହ ବଢାଅନ୍ତୁ ।
ଅଧିକରୁ ଅଧିକ ଓଡିଆ ଭାଷା ତଥା ଲିପିରେ ଲେଖି ନିଜ ମାତୃଭାଷାକୁ ସମୃଦ୍ଧ କରନ୍ତୁ

---ଧନ୍ଯବାଦ---

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...