Thursday, March 16, 2017

★★★★★ଇଲିଆଡ଼--୩--ହେଲେନଙ୍କ ସ୍ବୟମ୍ବର★★★★★

ସ୍ପାର୍ଟା ନଗରେ ରାଜା ଟେଂଡାରେଅସ୍ ରାଜତ୍ବ କରୁଥିଲେ ।
ତାଙ୍କ ରାଜ୍ଯର ପିଲା ବୁଢା ସମସ୍ତେ ଯୋଦ୍ଧା ......

ଏଥିପାଇଁ ଦେବତା ମାନେ ସେହି ନଗରକୁ ଖୁବ ପସନ୍ଦ କରୁଥିଲେ ଏମିତିକି ରୂପ ବଦଳେଇ ସ୍ପାର୍ଟାରେ ବିଚରଣ ମଧ୍ଯ କରୁଥିଲେ ।

ଟେଂଡାରେଅସ୍ ଙ୍କ ରାଣୀ (Leda)ଲେଡା
ଖୁବ ସୁନ୍ଦର ଥିଲେ ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ଜିୟସ୍ ଅନେକ କାଳ ତାଙ୍କ ପାଖରେ ହଂସ ରୂପେ ବାସ କରୁଥାଅନ୍ତି ।

ଦିନେ ଲେଡା ତାହା ଜାଣିପାରିଲେ ।
ତେଣୁ ଜିୟସ ତାଙ୍କୁ ଦୁଇଗୋଟି ଅଣ୍ଡା ପ୍ରଦାନ ପୂର୍ବକ  ସ୍ବର୍ଗ ପ୍ରସ୍ଥାନ କରିଗଲେ ।
ଜିୟସ ପ୍ରଦତ୍ତ ଅଣ୍ଡାଦ୍ବୟରୁ ଏକ ଶିଶୁକନ୍ଯା ଏବଂ ଶିଶୁପୁତ୍ର ଜନମିଲେ ।
ପରବର୍ତ୍ତୀକାଳରେ ସେମାନେ
(Pollux) ପୋଲକ୍ସ ଓ  (Helen)ହେଲେନ୍ ନାମରେ ପରିଚିତ ହେଲେ ।

  ଟେଂଡାରିଅସ୍ ଙ୍କ ନିଜ ପୁତ୍ର କନ୍ଯା (Castor)
କାଷ୍ଟୋର୍ ଏବଂ
କ୍ଲାଇଟେମନେଷ୍ଟ୍ରରା(Clytemnestra)
ଥିଲେ ହେଁ ସେ ସମସ୍ତ ବାଳକ ବାଳିକାଙ୍କୁ ସମଦୃଷ୍ଟିରେ ଦେଖୁଥିଲେ
ଏବଂ ହେଲେନ୍ ଙ୍କ ପ୍ରତି ତାଙ୍କର ସ୍ନେହ ଥିଲା ସର୍ବାଧିକ !

ହେଲେନ୍ ଛୋଟ ଥିଲା ବେଳେ
ଗ୍ରୀକ ହିରୋ ଥେସସ୍(Theseus) ତାଙ୍କୁ ଚୋରେଇ ନେଇଥିଲେ ।
ସେ ଭାବିଥିଲେ
ହେଲେନ୍ ଙ୍କୁ ଖେଳଣା ଆଉ ମିଠା ଦେଲେ
ସେ ଘରଲୋକଙ୍କୁ ଭୂଲିଯିବ ଏବଂ ବଡ଼ ହେଲେ ମୋତେ ବିବାହ କରିନେବ
କିନ୍ତୁ ହେଲେନ୍
ସଦାବେଳେ ତାଙ୍କ ପିତା ଟେଂଡେରେଅସ୍ ଙ୍କୁ ଝୁରି ଝୁରି କାନ୍ଦୁଥିଲେ ।

ବାଧ୍ଯ ହୋଇ ଥେସସ୍ ଙ୍କୁ ସ୍ପାର୍ଟା ଯାଇ ହେଲେନ୍ ଙ୍କୁ ଛାଡିବାକୁ ପଡିଥିଲା ।

ସେଇ ହେଲେନ୍ ଯୌବନ ପ୍ରାପ୍ତ ହେଲାରୁ
ବିଶ୍ବର ଅଦ୍ବିତୀୟ ସୁନ୍ଦରୀରେ ଗଣା ହେଲେ ।

ବିଶ୍ବର କୋଣେ କୋଣେ ତାଙ୍କ ରୂପର ପ୍ରଶଂସକ ତାଙ୍କୁ ବିବାହ କରିବା ସକାଶେ
ସ୍ପାର୍ଟା ରାଜା ଟେଂଡାରେଅସ୍ ଙ୍କୁ ପତ୍ର ଲେଖି ଅନୁରୋଧ କରୁଥାଅନ୍ତି ।

ରାଜା ଦେଖିଲେ ଝିଅର ସୌନ୍ଦର୍ଯ୍ୟ
ଏବେ ତାଙ୍କ ମୁଣ୍ଡବ୍ଯଥାର କାରଣ ହେଲାଣି ।

ଦେବରାଜ ଜିୟସଙ୍କ ନିର୍ଦ୍ଦେଶରେ
ବିବାହଯୋଗ୍ଯା ହେଲାପରେ ଟେଂଡେରେଅସ
ହେଲେନଙ୍କ ସ୍ବୟଂମ୍ବର ର ଆୟୋଜନ କରିଦେଲେ .....

ହେଲେନ୍ ଙ୍କ ଯେତେ ଶୁଭାକାଂକ୍ଷୀ ଥିଲେ
ସବୁ ଆସି ସ୍ପାର୍ଟା ରାଜ୍ଯରେ ଠୁଳ ହେଲେ
। ତନ୍ମଧ୍ୟରୁ କେତେକ
ପରସ୍ପରରେ ହିଁ ବାଡିଆପିଟା ହୋଇଗଲାରୁ ସ୍ପାର୍ଟା ରାଜା ଅଧିକ ଚିନ୍ତିତ ହେଲେ ।

ସ୍ବୟମ୍ବର ସଭାରେ ଯେତେ ରାଜା, ରାଜକୁମାର ଆସିଥାଅନ୍ତି ସମସ୍ତେ
ହେଲେନଙ୍କ ପାଇଁ କିଛି ନା କିଛି ଉପହାର ନେଇ ଆସିଥାଅନ୍ତି ।

ସଭାରେ ରାଜକୁମାର ଙ୍କ ମଧ୍ୟେ
(Ithaca)ଇଥାକା ରାଜ୍ଯର ରାଜକୁମାର
(Odysseus)ଓଡେଶିଅସ୍
ଏବଂ  (Mycenae) ରାଜ୍ଯର ରାଜକୁମାର (Menelaus)
ମେନେଲାଉସ୍ ସର୍ବାଧିକ ଶକ୍ତିଶାଳୀ
ଥିଲେ ।
କିନ୍ତୁ ଓଡେଶିଅସ୍ ,
ହେଲେନଙ୍କ ପାଇଁ କୌଣସି ଉପହାର ଆଣି ନଥିଲେ ।

ହେଲେନ ମନେ ମନେ ମେନେଲାଉସ୍ ଙ୍କୁ ପସନ୍ଦ କରୁଥିଲେ ।
କୌଣସି ପ୍ରକାରେ ଓଡେଶିଅସ୍ ତାହା ଜାଣିପାରି ଟେଂଡେରେଅସ୍ ଙ୍କ ସହ ଦେଖା କରି ତାଙ୍କ ଆଗରେ ଏକଥା ପ୍ରକାଶ କଲେ ।

ସେତେବେଳେ ଟେଂଡେରେଅସ ବିବାହକୁ ନେଇ ଚିନ୍ତିତ ଥାନ୍ତି....

ଓଡେଶିଅସ୍ ତାଙ୍କୁ ଏହାର ସମାଧନ କରିପାରିବେ ବୋଲି କହିଲାରୁ
ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ କେମିତି ?
ସେଇଠୁ ଓଡେଶିଅସ ପୁଣି କହିଲେ

"ମୁଁ
ସ୍ପାର୍ଟା ନଗର ମଧ୍ଯସ୍ଥ ଏକ ଉଦ୍ଯାନରେ
ଆପଣଙ୍କ ସାନଭାଇ(Icarious)ଇକାରିଅସ୍ ଙ୍କର କନ୍ଯା (Penelope)ପେନେଲୋପ୍ ଙ୍କୁ ପ୍ରଥମ ଦେଖାରେ ହିଁ ପସନ୍ଦ କରିନେଇଥିଲି ।
ତେଣୁ ମୋର ହେଲେନଙ୍କୁ ବିବାହ କରିବାର କୌଣସି ଇଛା ନାହିଁ ।
ଯଦି ସ୍ପାର୍ଟାରାଜ୍ ମୋ ସହ ପେନେଲୋପଙ୍କ ବିବାହ କରିଦିଅନ୍ତି
ମୁଁ ଏହି ସମସ୍ଯା ର ସମାଧାନ କରିଦେବି ।"

ଟେଂଡେରେଅସ ସର୍ତ୍ତରେ ରାଜି ହେଲାରୁ
ଓଡେଶିଅସ୍ ତାଙ୍କୁ ଏକ ଉପାୟ
ବତେଇଦେଲେ ।

ତା ପରଦିନ ସ୍ପାର୍ଟା ରାଜା ଘୋଷଣା କରିଦେଲେ
ଯେ ଶତ ଶତ ରାଜପୁତ୍ରମାନେ ପ୍ରଥମେ
ସପଥ କରନ୍ତୁ
ଯେ ସେମାନେ ହେଲେନ୍ ଙ୍କ ରକ୍ଷା ହେତୁ ଦରକାର ପଡିଲେ ଯୁଦ୍ଧ କରିବାକୁ ମଧ୍ଯ ପଛାଇବେ ନାହିଁ ।

ସମସ୍ତ ରାଜକୁମାର ସେଇଠୁ ସପଥ କଲେ ।
ସ୍ପାର।ଟାରାଜା ପୁଣି କହିଲେ----

"ଏଠି ଉପସ୍ଥିତ ସମସ୍ତ ରାଜପୁତ୍ରଙ୍କ ମଧ୍ୟରୁ
ହେଲେନ ଯାହାକୁ ପସନ୍ଦ କରିବେ
କେବଳ ସେ ହିଁ ତାଙ୍କର ପାଣିଗ୍ରହଣ କରିପାରିବ. ଏବଂ ଅନ୍ଯମାନେ
ଯୋଗ୍ଯ ବିବେଚିତ ବରକୁ ସମର୍ଥନ ଏବଂ ସହଯୋଗ କରିବେ..."

ଏଥର ମଧ୍ଯ ସମସ୍ତ ରାଜପୁତ୍ର ଏ ସର୍ତ୍ତରେ
ସହମତ ହେଲାରୁ ସ୍ବୟମ୍ବର କାର୍ଯ୍ୟ ଆଗକୁ ବଢିଲା....

ହେଲେନ୍ ସମସ୍ତ ରାଜପୁତ୍ରଙ୍କ ମଧ୍ୟରେ
ମେନେଲାଉସ୍ ଙ୍କୁ ପସନ୍ଦ କଲେ
ବଡ ଧୁମଧାମରେ ତାଙ୍କ ବିବାହୋତ୍ସବ ପାଳିତ ହେଲା ।
ବିବାହ ପରେ ଟେଂଡେରେଅସ୍ ତାଙ୍କ ଜାମାତା ମେନେଲାଉସ୍ ଙ୍କୁ ସ୍ପାର୍ଟା ରାଜ୍ଯ ର ସିଂହାସନ ପ୍ରଦାନ କଲେ ।

ଏଣେ ଓଡେଶିଅସ୍ ଙ୍କ ବିବାହ ପେନେଲୋପଙ୍କ ସହ ହେଲା ।
ପେନେଲୋପଙ୍କ ପିତା ଇକାରିଅସ୍ ତାଙ୍କ ଝିଅକୁ ଖୁବ ଭଲ ପାଉଥିଲେ ।
ତେଣୁ ସେ ଚାହୁଁ ନଥିଲେ ଯେ ପେନେଲୋପ ଦୂରକୁ ଚାଲିଯାଉ...
ସେ ଓଡେଶିଅସ୍ ଙ୍କୁ ଖୁବ ଅନୁନୟ ବିନୟ କଲେ
ଯେ ସେ ସ୍ପାର୍ଟାରେ ହିଁ ଶ୍ବଶୁରାଳୟରେ ରହିଯାଅନ୍ତୁ ।
ତେବେ ଓଡେଶିଅସ୍ ଏଥିରେ ଅରାଜି ହୋଇ
ପେନେଲୋପକୁ ଧରି ନିଜର ରାଜ୍ଯକୁ ଚଳିବାକୁ ଉଦ୍ଯନ୍ତ ହୁଅନ୍ତେ
ଇକାରିୟସ୍ ତାଙ୍କ ରଥ ପଛେ ପଛେ ଦୌଡିଲେ ....
ଓଡେଶିଅସ୍ ଙ୍କୁ ଏସବୁ ଆଶ୍ଚର୍ଯ୍ୟ ଲାଗୁଥାଏ....
ସେ ଏଥିଯୋଗୁଁ ସାମାନ୍ଯ ବ୍ଯସ୍ତ ବିବ୍ରତ ହେଉଥିବା ଜାଣିପାରି
ପେନେଲୋପ ନିଜ ମୁଁହ କୁ ଓଢଣୀରେ ଘୋଡାଇଦେଲେ
ତହୁଁ ଓଡେଶିଅସ୍ ଙ୍କ ରଥ
ଦୃତଗତିରେ ସ୍ପାର୍ଟାରୁ ଦୂରକୁ ଚଳିଗଲା.....
ଇକାରିୟସ୍ ପରେ ନିଜ ଘର ସାମ୍ନାରେ
ନିଜ ଝିଅ ପେନେଲୋପର ଏକ ପ୍ରତିମୂର୍ତ୍ତୀ ତିଆରି କରେଇଲେ....
ସେ ମୂର୍ତ୍ତୀରେ ପେନେଲୋପଙ୍କୁ ଓଢଣୀରେ ନିଜ ମୁଁହ ଘୋଡେଇଥିବା ଦର୍ଶାଯାଇଥିଲା ....
(କ୍ରମଶଃ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...