ଜଣେ କାଚରା କାଚ ବିକି ତା ଘର ଚଳାଏ ।
ପ୍ରତିଦିନ ଭଳି ସେଦିନ ମଧ୍ଯ ସେ କାଚ ବିକିବାକୁ କାମାକ୍ଷା ହାଟ ଯାଇଥାଏ ।
ହାଟକୁ ଗଲାବେଳକୁ ବାଟରେ ପଥରରେ ଝୁଁଟିପଡିଲାରୁ ତା'ର କାଚ ସବୁ ଭାଙ୍ଗିଗଲା ।
ତା ପଡିବା ଦେଖି କେତେକ ଲୋକ ସେଠି ରୁଣ୍ଢ
ହୋଇଗଲେ
ଅଧିକାଂଶ ଲୋକ କାଚରା ପ୍ରତି ସହାନୁଭୂତି ବ୍ଯକ୍ତ କଲେ
କିଛି ଲୋକ ତାଗିଦ୍ ମଧ୍ଯ କଲେ
ଏତିକି ବେଳେ
ଜଣେ ଧନୀକ ଶ୍ରେଣୀୟ
ଲୋକ ଭିଡ ଭିତରୁ ବାହାରି ଆସି କହିଲା
"ବିଚରା ଗରୀବ ଲୋକ ଟା
କାଚ ମାଲିକ ଠାରୁ କାଚ ଭଡାରେ ଆଣି ବିକି ଲାଭାଂଶର ଅର୍ଧେକ ପାଇଲେ ଯାଇ ତା ଘରେ ଚୂଲି ଜଳେ
ଏବେ କଣ୍ କରିବ ?
ମାଲିକ ଜାଣିଲେ ପୁରା ମାସ ଖାଡା ଉପାସ କରିବ ଇଏ !!!!
ବରଂ ଚାଲ ଆକୁ ସମସ୍ତେ ପାଞ୍ଚଟଙ୍କା ଲେଖାଏଁ ଦେବା
କାଚ ସବୁର ମୂଲ୍ଯ ବଡ଼ ହେଲେ
୧୦୦ କି ୨୦୦ ହୋଇଥିବ "
ଧନୀ ଲୋକ ଟି କହିଲାରୁ
କେତେକ ଲୋକ କିଛି କିଛି ଟଙ୍କା ଆଣି କାଚରା କୁ ଦେଲେ
କାଚର ମନେ ମନେ ଖୁସି ହେଉଥାଏ ।
କୁଳମଣୀ ଦାସ ବାବୁ ସେଦିନ କାମାକ୍ଷା ଯାଇଥାଅନ୍ତି
ସେ ବାବୁ କଳି ଲଗେଇବାରେ ଉସ୍ତାଦ
ତାଙ୍କ ଆଖିରେ କଥାଟା ଜମା ଗଳୁ ନଥିଲା
କାଚେରା ପାଖକୁ ଯାଇ ତା କାନରେ
ପଚାରିଲେ
ଏ ଧନୀ ଲୋକ ଟା ମୋ ଭଳି ତୋର ଚିହ୍ନା କିବେ
ବଡ ଦୟାଳୁ ହୃଦୟ ବ୍ଯକ୍ତି ଜଣେ ନା କଣ୍
କାଚରା କହିଲା
ଦୟାଳୁ ନା ଗେଣ୍ଠା ଗୁଡ଼
ଆରେ ଭାଇ ସେଇ ତ ଏ କାଚର ମାଲିକ !!!
ପାଞ୍ଚ ଟଙ୍କା ମୋତେ ଦେଇ ମୋ ନାଆଁରେ
ଲୋକଙ୍କ ଠାରୁ ୧୯୫ ମାରିନେଲା
😀😀😀
ସତ କହିଲ ବନ୍ଧୁଗଣ
ଏଇ ଧନୀଲୋକ ଭଳି ଏ ଦେଶର ନେତାଏ
ଆମକୁ ପାଞ୍ଚ ଦେଇ ଆମ ନାଆଁରେ
୫00 ରୁ ୫୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦
ଲୁଟୁ ନାହାନ୍ତି କି ????///
No comments:
Post a Comment