Wednesday, March 15, 2017

●●●ଇଲିଆଡ଼- ସ୍ବର୍ଣ୍ଣ ସେଓ ଏବଂ ପ୍ୟାରିସର ନ୍ଯାୟ●●●

ଯେତେବେଳେ ପ୍ଯାରିସ୍ ଏଡା ପାର୍ବତ୍ଯାଞ୍ଚଳରେ ଗାଈ ଚରାଉଥିଲେ
ସ୍ବର୍ଗରେ ଦେବତା ମାନଙ୍କର ସର୍ବପିତା ଜିୟସ୍ (Zeus),

ପେଲେଉସ୍ (Pelaus) ଏବଂ ଦେବୀ ଥେଟିସ୍ (Thetis) ଙ୍କର ବିବାହ ଆୟୋଜନରେ ବ୍ଯସ୍ତ ଥିଲେ ।

ଏହି ବିବାହୋତ୍ସବରେ ଅନେକାନେକ ଦେବୀ ଦେବତା ଯୋଗ ଦେବାକୁ ଆସିଥାଅନ୍ତି ।
ତନ୍ମଧ୍ୟରୁ ଈରିସ୍(Eris-କଳହର ଦେବୀ) ଜଣେ କୌତୁକପ୍ରିୟା,କଳହପ୍ରିୟା ଦେବୀ ।
ତାଙ୍କୁ ଲୋକଙ୍କ ଅଯଥା ଆନନ୍ଦ ସୌହାର୍ଦ୍ଦ୍ୟ ଜମା ଭଲ ଲାଗେନା ....
ତେଣୁ ସେ ସେହି ବିବାହୋତ୍ସବରେ ଉପସ୍ଥିତ ସମସ୍ତ ଦେବୀଙ୍କ ସମ୍ମୁଖରେ ଏକ
ସ୍ବର୍ଣ୍ଣ ସେଓ ନେଇ ଜିୟସଙ୍କୁ ଦେଲେ ଯେଉଁଥିରେ ଲେଖାଥିଲା
*ବିଶ୍ବସୁନ୍ଦରୀଙ୍କ ପ୍ରାପ୍ଯ*
ଦେବୀ ମାନଙ୍କ ମଧ୍ୟରେ ସୁନା ସେଓ ପାଇଁ କଳି ଲାଗିଗଲା ।
ଏଥେନା(Athena) ହେରା(Hera) ଏବଂ ଏଫ୍ରୋଡାଇଟ(Aphrodite)
ଙ୍କ ମଧ୍ୟରେ
କିଏ ସର୍ବାଧିକ ସୁନ୍ଦରୀ ଏଥିପାଇଁ କଳି ହେଲା ବେଶି ।
ତିନି ଦେବୀ ତହୁଁ ସୁବର୍ଣ୍ଣସେଓ କୁ ଧରି
ଜିୟସଙ୍କ ନିକଟକୁ ଗଲେ ।
ଜିୟସ ଜାଣିଥିଲେ
ଯଦି ସେ ଏହି ତିନି ଦେବୀଙ୍କ ମଧ୍ୟରୁ ଜଣକୁ ସୁନ୍ଦରୀ କହିବେ ତେବେ ଅନ୍ଯ ଦୁଇଜଣ
ଦେବୀ ତାଙ୍କୁ ଘୃଣା କରିବା ଆରମ୍ଭ କରିଦେବେ  ।
ତେଣୁ ଜିୟସ ତିନି ଦେବୀଙ୍କୁ କହିଲେ
ତୁମ ମଧ୍ୟରୁ କିଏ ସର୍ବାଧିକ ସୁନ୍ଦର ତାହା ପୃଥିବୀରେ କେବଳ ଜଣେ ବ୍ଯକ୍ତି ନିର୍ଣ୍ଣୟ କରିପାରିବ ।
ସେ ମାନବ ଏଡାପର୍ବତରେ ଗାଈ ଚରାଏ
କୌଣସି ଦେଶର ରାଜା ନୁହେଁ ।
ଦେବଲୋକରୁ ତିନିଦେବୀ ହର୍ମିଶ୍
(Hermes) ଙ୍କ ସହ ମିଶି
ମର୍ତ୍ତ୍ଯରେ ପ୍ଯାରିସ୍ ଙ୍କୁ ସ୍ବର୍ଣ୍ଣ ସେଓ ଟି ଦେଇ
ସମସ୍ଯାର ବିଚାର କରିବାକୁ ଅନୁରୋଧ
କଲେ ।
ପ୍ଯାରିସ୍ ପୂର୍ବରୁ କେବେ ଦେବୀଙ୍କୁ ସମ୍ମୁଖରେ ଦେଖିନଥିଲା ତେଣୁ କିଛି ସମୟ ପର୍ଯ୍ୟନ୍ତ ଅପଲକ ନୟନରେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଲା ।
କିନ୍ତୁ ଶିଘ୍ର ହିଁ ସେ ପ୍ରକୃତିସ୍ଥ ହୋଇଗଲା ।
ତହୁଁ ପ୍ଯାରିସ୍ କହିଲା
ମୁଁ ତୁମ୍ଭ ସମସ୍ଯାର ସମାଧନ କରିଦେବି କିନ୍ତୁ ପ୍ରତିବଦଳରେ ମୋତେ କଣ୍ ମିଳିବ ?

ଦେବୀ ମାନେ ସଭିଏଁ ସମର୍ଥ ଚମତ୍କାରୀ ଥିଲେ ।ସେମାନେ ଯେଉଁ ମାନବ ପ୍ରତି ସହାୟ ହେବେ ସେହି ବ୍ଯକ୍ତିର ଯେ ଆକସ୍ମିକ ଉନ୍ନତି ସାଧିତ ହେବ ଏକଥା ପ୍ଯାରିସ୍ ଜାଣିଥିଲା ।
ସେଥିପାଇଁ ସେ ଏଭଳି ପ୍ରଶ୍ନ କରିଥିଲା....

ହେରା କହିଲେ
ପ୍ଯାରିସ ମୁଁ ତୁମକୁ
ୟୁରୋପ-ଏସିଆ ମହାଦେଶ ଦେବି .....
ତୁମେ ମୋତେ ବିଜୟିନୀ କର
ଏହି କ୍ଷଣି ତୁମକୁ ଏ ସମସ୍ତ ଅଞ୍ଚଳର ଅକଣ୍ଟକ ସମ୍ରାଟ କରି ଦେବି ।

ଜ୍ଞାନ,ଶିଳ୍ପ ଏବଂ ଯୁଦ୍ଧର ଦେବୀ
ଏଥେନା ସେଇଠୁ ପ୍ଯାରିସଙ୍କୁ
ବୁଦ୍ଧି, ଜ୍ଞାନ, ପ୍ରଦାନ ପୂର୍ବକ
ଯୁଦ୍ଧ କଳାରେ ପ୍ରବୀଣ ତଥା ବିଶ୍ବର ଅନ୍ଯତମ ପ୍ରତିଭାସମ୍ପନ୍ନ ବ୍ଯକ୍ତି କରିଦେବେ ବୋଲି କହିଲେ ।

ଶେଷରେ ପ୍ରେମ, ସୌନ୍ଦର୍ଯ୍ୟ ଏବଂ ସୁଖର ଦେବୀ ଆଫ୍ରୋଡାଇଟ୍ ଙ୍କ ପାଳି ପଡିଲା ।
ଆଫ୍ରୋଟାଇଡ୍ କହିଲେ

ହେ ପ୍ଯାରିସ ! ତୁମେ ମୋତେ
ଜିତାଇଦିଅ ମୁଁ ତୁମ୍ଭକୁ ବିଶ୍ବର ସର୍ବାଧିକ ସୁନ୍ଦରୀ
ହେଲେନ୍ ଏବଂ ତା'ର ଅନୁରାଗ ତୁମକୁ ପ୍ରଦାନ କରିବି ।

ପ୍ଯାରିସ୍ ର
ରାଜା କିମ୍ବା ସମ୍ରାଟ ହେବାର ଇଛା ନଥିଲା
ଜ୍ଞାନୀ ବୁଦ୍ଧି ଯୁଦ୍ଧକଳାରେ ମଧ୍ଯ ସେ ଦକ୍ଷ ଥିଲା
କିନ୍ତୁ ଯୁବକ ପ୍ଯାରିସ୍ ଜୀବନରେ  ସ୍ନେହ ପ୍ରେମ ର ଅଭାବ ବହୁତ ଥିଲା ।

କିନ୍ତୁ ଆଫ୍ରୋଟାଇଡ ଙ୍କର ହେଲେନ ଦେବା
ପ୍ରସ୍ତାବ ଶୁଣି ପ୍ଯାରିସ୍ ଆଶ୍ଚର୍ଯ୍ୟ ହେଲା କାରଣ
ସୁନ୍ଦରୀ ହେଲେନ୍ ଙ୍କର ବିବାହ ନିକଟ ଅତୀତରେ
ସ୍ପାର୍ଟା(Sparta) ନଗରରାଜ୍ଯର ରାଜା ମନେଲାଉସ୍ (Menelaus) ଙ୍କ ସହ ସମ୍ପନ୍ନ ହୋଇଯାଇଥିଲା ।

ଏ କଥା ଆଫ୍ରୋଡାଇଟ୍ ଙ୍କୁ ପ୍ଯାରିସ କହିଲାରୁ ପ୍ରେମର ଦେବୀ ସ୍ମିତହାସ୍ଯର ସହ ଉତ୍ତରଦେଲେ

"ଚିନ୍ତା କରନା
ତୁମ୍ଭେ ମୋତେ ଜିତାଅ
ମୁଁ ଏମିତି କିମିଆ କରିବି ସେ ତୁମକୁ ଦେଖିଲା ମାତ୍ରେ ତୁମ୍ଭ ପ୍ରତି ତା ମନରେ ଅନୁରାଗ ଉତ୍ପନ ହେବ ହିଁ ହେବ ।"

ଦେବୀଙ୍କ ବଚନ ଶୁଣି ପ୍ଯାରିସ୍ ଆଫ୍ରୋଡାଇଟ ଙ୍କୁ ହିଁ ବିଜୟିନୀ ଘୋଷଣା କରିବା ସହ ସ୍ବର୍ଣ୍ଣ ସେଓ ପ୍ରଦାନ କଲା ।
(କ୍ରମଶଃ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...