Monday, March 13, 2017

ଓଲିଉଡରେ ହୋଲି ଗୀତ

ହିନ୍ଦୀ ଚଳଚିତ୍ର ଜଗତ ଅପେକ୍ଷା
ଓଡିଆ ଚଳଚିତ୍ର ଉଦ୍ୟୋଗରେ
ବହୁତ କମ୍ ହୋଲି ଗୀତ ର ଫିଲ୍ମାଙ୍କନ ହୋଇଅଛି ।

ହିନ୍ଦୀରେ ଅନେକ ପ୍ରସିଦ୍ଧ ହୋଲି ଗୀତ ଆଜି ମଧ୍ଯ ସେତିକି ଲୋକପ୍ରିୟ ଯେତିକି ଲୋକପ୍ରିୟ କାଲି ଥିଲା ।

ଆରେ ଜାରେ ହଟ୍ ନଟଖଟ୍ ପଲେଟକୈ ଦୁଁଗି ଗାଲୀ
ହେଉ କି
ନଦୀଆ କୈ ପାର ଫିଲ୍ମର ଯୋଗୀ ଜୀ ଧୀରେ ଧୀରେ
କିମ୍ବା ହୋଲି ଖେଲେ ରଘୁବୀରା ଅବଧ ମେଁ
ଭଳି ହୋଲି ଗୀତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସର୍ବାଧିକ ଲୋକପ୍ରିୟ ଗୀତ ମଧ୍ୟରୁ ଅନ୍ୟତମ ।

ତେବେ
ଆମ୍ଭ
ଫିଲ୍ମ ଇଣ୍ଡଷ୍ଟ୍ରୀର
ସର୍ବପ୍ରାଚୀନ ଓଡିଆ ହୋଲି ଗୀତ ବୋଧହୁଏ
ବଳୀଦାନ ଚଳଚିତ୍ରର
"ହୋଲି ହୋଲି ରେ ହୋଲି ରଙ୍ଗ ରଙ୍ଗେଲୀ ନାଲି"
ନାଚ ଆଜିରେ ହୋଲି ହୋଲି
ରଙ୍ଗେଲୀ ରେ ........."
ପ୍ରଶାନ୍ତ ନନ୍ଦଙ୍କ ଅଭିନୀତ ଫିଲ୍ମ ବଳିଦାନର ଏଇ ଗୀତଟି ଓଡିଆ ଫିଲ୍ମ ଇଂଣ୍ଡଷ୍ଟ୍ରୀର ଟପ୍ 100 ଗୀତ ମଧ୍ୟରୁ ଗୋଟିଏ ।

ଅନ୍ଯ ଏକ ପ୍ରସିଦ୍ଧ ହୋଲି ଗୀତ
ଦିଓ୍ବାନା ଚଳଚିତ୍ର ର
"ନେ ନେ ନେ ରଙ୍ଗ ଟିକେ ଦେଲି"
Once a year again anather holi

ଗୀତଟି ଶୁଣିବାକୁ ଭଲ ଲାଗେ ଏଥିରେ
ବସନ୍ତ ଋତୁ ସମ୍ବନ୍ଧୀୟ
କେତୋଟି ଲକ୍ଷଣ ମଧ୍ଯ କୁହାଯାଇଛି ।

.....

ମନ ରହି ଗଲା ତୁମରି ଠାରେ ରେ ମଧ୍ଯ
ଏକ ହୋଲି ଗୀତ ଥିଲା
"ହୋଲି ଖେଳିବା ଆସ"

....
ତୋର ମୋର ଯୋଡୀ ସୁନ୍ଦର ଫିଲ୍ମର
ଏକ ହୋଲିଗୀତ
ମହମ୍ମଦ ଅଜୀଜ ଗାଇଥିଲେ

***ଧରି ରଙ୍ଗ ପିଚକାରୀ ଋତୁ ଆସିଲା
ଦେହରେ ମନରେ ରଙ୍ଗ ଲଗେଇ ଦେଲା***
......

ହୋଲି ରେ ହୋଲି ରେ ହୋଲି
ଛାତି ଦୁଲୁକେଇ ଯାଅନା ଚାଲି

ଏଇ
ଗୀତର କେତେକ ଅଂଶକୁ ଛାଡି ଦେଲେ
ଗୀତ ଠିକଠାକ ଲାଗିଲା

. ନୂଆ ଯୁଗର ଓଡିଆ ଗୀତ ହିନ୍ଦୀ ମିଶା ଶବ୍ଦ ମିଶି ଭେଜାଲ ହେଲାଣି

ସେଇଭଳି
ଅଭିଜୀତ ମଜୁମଦାର ଙ୍କ କଣ୍ଠରେ
ଗୋଟାଏ ଓଡିଆ ହୋଲି ଗୀତ
ମାର୍କେଟ କୁ ଆସିଥିଲା

ଯାଗା ଦେଖି ଲାଗିବ ରଙ୍ଗ

ଆଉ ଏକ
ଗୋଟାଏ ନୂଆ ହୋଲି ଗୀତ
ସେଇଭଳି ଫେଣ୍ଟାଫେଣ୍ଟି ଭାଷାରେ ଲେଖାଯାଇଥିଲା

ହେଲା ରେ ହେଲା ରେ ଆଜି
ହୋଲି ମନ ହେଲା ରେ ମତୁଆଲା ...
ଅବିରେ ଅବିରେ ହେଲା ଫଗୁଆ
ଛୁଟେ ଯେ ରଙ୍ଗୀନୀ ଫୁଓ୍ବାରା
ମସ୍ତି ମେଁ ଭିଗେ ବବୁଆ
ରଙ୍ଗ ରସିଆ ରଙ୍ଗ ରସିଆ .....
😀😀😀😀
ଏଇ
ଗୀତ ଟି ଶୁଣିଲା ପରେ
ମନେ ମନେ ସେଇ ଗୀତକୁ ଲେଖିଥିବା ଗୀତିକାରଙ୍କୁ କହିଲି

"ଆହା ହା ହା !!!!!

ଏତେ କଷ୍ଟ କରି ଗୀତିକାର ମହୋଦୟ
ଆପଣ ଗୀତ ଲେଖିଲେ
ଆଉ କେତୁଟା ଓଡିଆ ଶବ୍ଦକୁ ହଟେଇ ଚାହିଁଥିଲେ ଏହାକୁ
ହିନ୍ଦୀ ଗୀତ କରିପାରିଥାନ୍ତେ
ବଡ଼ ଦୟାଳୁ ଆପଣ
ସେତକ ଓଡିଆ ଶବ୍ଦ ଯୋଖି
ଆମ୍ଭ ଉପରେ ଦୟା ଟାଏ କଲେ
ନୁଁହେ !!!!"

ମୋ ମତରେ ଆଜି ଯାଏଁ ବଳିଦାନ ଫିଲ୍ମର ସେଇ ପୁରୁଣା ଓଲ୍ଟ ଇଜ୍ ଗୋଲ୍ଡ ହୋଲି ଗୀତ ଭଳି ଆଉ କୌଣସି ଗୀତ ଏ ଯାବତ ହୋଇ ନାହିଁ
ଆଗକୁ ଯଦି ହୁଏ
ସେ ହିନ୍ଦୀ ଇଂରାଜୀ ଫେଣ୍ଟାଫେଣ୍ଟି ଗୀତ ହେବ କେବଳ.....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...