Saturday, March 4, 2017

ବ୍ଲାକ୍ ହୋଲ୍ କୁ ନେଇ ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିନ୍ସ ଭଳି ବୈଜ୍ଞାନିକ ଙ୍କର ଥିଓରୀ ସମିଚୀନ କି ?

ଯଦି ମହାନ ଆଇନଷ୍ଟାଇନ ଏବଂ ସ୍ଟିଫେନ ହକିନ୍ସଙ୍କର ବ୍ଲାକ ହୋଲ ଥିଓରୀ କୁ ମାନି ନିଆଯାଏ
ତାହେଲେ
ଫିଜିକ୍ସର ମୂଳ ସିଦ୍ଧାନ୍ତ ଭୂଲ ପ୍ରମାଣିତ ହୋଇଯିବ ।
ହକିନ୍ସ ଙ୍କ ମତରେ ବ୍ଲାକ୍-ହୋଲ ର ଏକ କ୍ଷିତିଜ ରହିଥାଏ ଏବଂ ତାହାର ତାପମାତ୍ରା ଅର୍ବ ଡିଗ୍ରୀ ଯାଏଁ ହୋଇପାରେ ।

କିନ୍ତୁ ମହାକାଶରେ ଯେଉଁ ପିଣ୍ଡର ତାପମାନ ରହିଥାଏ ତହିଁରୁ ରେଡିଏସନ୍ ମଧ୍ଯ ବହାରିଥାଏ । ଯଦି ବ୍ଲାକ୍ ହୋଲ ର ଏଭଳି କୌଣସି କ୍ଷିତିଜ ଥାଅନ୍ତା
ତ ତାହା କିଛିଦିନ ମଧ୍ଯରେ ସାରା ବିଶ୍ବକୁ ଗିଳି ଦେଇ ଶେଷରେ ନିଜେ ମଧ୍ଯ ନଷ୍ଟ ହୋଇଯାଅନ୍ତା । ଫଳରେ ସେଇ ସମୟ ମଧ୍ଯରେ ଘଟିଥିବା ସମସ୍ତ ଘଟଣା ର ସୁଚନା ସବୁଦିନ ପାଇଁ ନଷ୍ଟ ହୋଇଯାଅନ୍ତା ।
କିନ୍ତୁ ଏଭଳି ହେବା ଏଥି ପାଇଁ ସମ୍ଭବ ନୁହେଁ କାରଣ ଫିଜିକ୍ସର ମୂଳ ସିଦ୍ଧାନ୍ତ ଅନୁଯାୟୀ କୌଣସି ସମୟରେ ଯେ କୌଣସି ଘଟଣା ସେତେବେଳେ ହିଁ ଘଟି ପାରିବ ଯଦି ତା'ର ଭୂତ , ଭବିଷ୍ଯତ କିମ୍ବା କିଛି ନ ହେଲେ ବର୍ତ୍ତମାନ ନିଶ୍ଚୟଁ ଥିବ ଏବଂ ପ୍ରତ୍ଯେକ ଘଟଣା ସୂଚନା ସେଇ ସମୟ ମଧ୍ଯରେ ସଂରକ୍ଷିତ ହୋଇଥିବ ।
ବ୍ଲାକ୍ ହୋଲ୍ ସୃଷ୍ଟି ତେବେ ସମ୍ଭବ
ଯେବେ ସମସ୍ତ ସମୟ ଆଭାସୀ ରୈଖିକ ନିର୍ଦେଶାଙ୍କ ରେ ନ ହୋଇ ବାସ୍ତବିକ ବୃତ୍ତୀୟ ନିର୍ଦେଶାଙ୍କ ମଧ୍ଯରେ  ସଂକୁଚିତ ହୋଇଯାଏ । ଯଦି ଏଭଳି ହେଲା ତେବେ ଆମକୁ ଯିବା ଆସିବା ପାଇଁ ଅନେକାଂଶରେ ନିମ୍ନବତ୍ ହେବାକୁ ହେବ ।
ସଡକ ଗୁଡିକର ଲମ୍ବ କିଲୋମିଟରରେ ନହୋଇ ଡିଗ୍ରୀରେ ହୋଇଯିବ ,
ଗର୍ଲଫ୍ରେଣ୍ଡ କୁ ଦେଖାକରିବା ପାଇଁ ଘଣ୍ଟାରେ ସମୟ ମାଗିବା ବଦଳରେ କିଲୋମିଟରରେ ସମୟ ମାଗିବାକୁ ପଡ଼ିବ....
  ଏହା ବି ହେବ ଯେ ଦୁନିଆଁ ଗୋଲ ନ ହୋଇ ରୈଖୀୟ ହୋଇଯିବ.......,
ଆକାଶ ର କ୍ଷିତିଜ ନହୋଇ ଛାତ ହୋଇ ଯିବ...... ,
ଯାହା କି ବ୍ରହ୍ମାଣ୍ଡ​ର ଗୌଲୀୟ ତ୍ରିକୋଣମିତି ଏବଂ ତ୍ରୀବିମୀୟ ଆକାର ଯୁକ୍ତ ପରିକଳ୍ପନା ର ବିପରୀତ ହୋଇ ଯିବ....,

ଯଦି ଆଇନଷ୍ଟାଇନ ଙ୍କର ଏ  କଥାକୁ ମାନି ନିଆଯାଏ ଯେ "ଗତି ସହ ସମୟ ମନ୍ଦ ପଡିଯାଏ", ତେବେ ବ୍ଲାଟହୋଲ୍ ରେ ପ୍ରବେଶ କରିବା ମାତ୍ରେ ହିଁ ଗତି ପ୍ରକାଶର ଗତିସୀମାକୁ ପାର କରିଯିବ ଏବଂ ଆଇନଷ୍ଟାଇନ ଙ୍କର  ଥିଓରୀ ହିସାବରେ ହିଁ ସମୟ ଏଭଳି ସ୍ଥିତିରେ ରହି ରହି କରି ଶୂନ ରେ ପହଞ୍ଚି ଯିବ ।
ଏବଂ ଯଦି ଏ ଭଳି ସ୍ଥିତିରେ କୌଣସି ଯାନ ସେଠି ଥାଏ ତେବେ ତାହାର ଦୌର୍ଘ୍ୟ ଋଣାତ୍ମକ ହୋଇଯିବ !!!!
ଏଇଠେ କହିରଖେ
ଏଭଳି ଘଟିବା ଭୌତିକୀର ମୂଳ ସିଦ୍ଧାନ୍ତ ର ସଂପୂର୍ଣ୍ଣ ବିପରୀତ କ୍ରିୟା ହେବ .....
ଜଣା କେମିତି କେଜାଣି ଲୋକେ
ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିନ୍ସ ଙ୍କ ଭଳି
ବୈଜ୍ଞାନିକ ଙ୍କର ଏଭଳି ଥିଓରୀ ସବୁ ହଜମ୍ କରୁଛନ୍ତି 😂😂😂😂

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...