Wednesday, March 8, 2017

ଗୁଗଲ ଟ୍ରାନ୍ସଲେଟ୍ ରେ ସାମିଲ ହୋଇନଥିବା କେତେକ ପ୍ରମୁଖ ଭାଷା

ପୃଥିବୀରେ ପ୍ରାୟଃ ୩,୫70 ଟି ଭାଷା ରେ ଲେଖାଲେଖି ହୋଇଥାଏ
ୟା ବ୍ଯତୀତ ଅନେକ କଥିକ ଭାଷା ମଧ୍ଯ ଅଛି ।
ଲିଖିତ ଭାଷା ମଧ୍ୟରୁ 103 ଟି ଭାଷା ଗୁଗଲ ଟ୍ରାନ୍ସଲେଟରେ ଉପଲବ୍ଧ ।
ତେବେ ପୃଥିବୀରେ ଦଶ ରୁ ବାର ଗୋଟି  ପ୍ରସିଦ୍ଧ ଭାଷା କୁ ଗୁଗଲ ଏଯାବତ
ଏଥିରେ ସାମିଲ କରିନାହିଁ
ଯାହାକି ସେହି ଭାଷାଭାଷୀ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ ।

ଭାରତରେ
ଅସମିଆ, ଓଡିଆ,ମୈଥିଳୀ ଏବଂ ଭୋଜପୁରୀ
ଆଦି ଭାଷା ପ୍ରାଚୀନ ତଥା ସମୃଦ୍ଧ
ଶବ୍ଦ ଭଣ୍ଡାର ଥାଇ ମଧ୍ଯ
ଏଯାଏଁ ଗୁଗଲରେ ସାମିଲ ହୋଇନାହିଁ ।
ଏଣେ ହିନ୍ଦୀ ପ୍ରଭାବିତ ଗୁଜରାଟୀ,ମରାଠୀ ଏବଂ ପଞ୍ଜାବୀ
ଭାଷା ସବୁ ଓଡିଆ ଅପେକ୍ଷା କମ୍ ଯୋଗ୍ଯ ହୋଇ ମଧ୍ଯ
ଗୁଗଲ ଅନୁବାଦରେ ଯୋଡାଯାଇ ସାରିଲେଣି ।
କିଛି ଦିନ ତଳେ ଟେଲିଗ୍ରାଫ କୁ ଏକ ସାକ୍ଷାତକାରରେ ଶୁଭାସିଶ ଭାଇ
କହିଥିଲେ
ଓଡିଆର ବ୍ଯବହାର ଇଂଟରନେଟରେ
କମ୍ ତେଣୁ ଗୁଗଲରେ ସ୍ଥାନ ପାଇ ପାରିନାହିଁ ।
କିନ୍ତୁ ଭାଇ ମାନେ ଏ କଳିଯୁଗ
ଗୁଣାପେକ୍ଷା ଧନ ଏବଂ କ୍ଷମତା ର
ଅଧିକ ଜୟଜୟକାର ହୋଇଥାଏ ।
ପଞ୍ଜାବୀ,ଗୁଜରାଟୀ,ମରାଠୀ ଭାଷୀ ଲୋକେ ବିଦେଶରେ ବହୁ ସଂଖ୍ଯାରେ
ବିଭିନ୍ନ ପଦରେ ଅଛନ୍ତି ।
ବୈଦେଶିକ ମନ୍ତ୍ରଣାଳୟ ଠାରୁ ଆରମ୍ଭ କରି ବଡ ବଡ ସରକାରୀ କାର୍ଯ୍ୟାଳୟରେ ସେଇ ମାନଙ୍କ କବ୍ଜା ।
ଏମିତିରେ ତାଙ୍କ ଭାଷା ଗୁଗଲ ଟ୍ରାନ୍ସଲେଟରେ
ଅତି ସହଜରେ ଯୋଗ କରିଦିଆଗଲା ।
ଆମେ ଜାଣିଛେ ଊନବିଂଶ ଶତାବ୍ଦୀରେ କିଭଳି ଆମ ଭାଷା ବିରୋଧରେ ଷଡ଼ତନ୍ତ୍ର ସବୁ ହୋଇଥିଲା ।
ସେ ଘୃଣାଭାବ ଉଣା ଅଧିକେ ଆଜି ମଧ୍ଯ ଆମ୍ଭ ଶିକ୍ଷିତ ପଡୋଶୀ ଙ୍କ ଭିତରେ ନିଶ୍ଚୟଁ ଅଛି  ।
ସେମାନେ ଚାହଁନ୍ତି ନାହିଁ ଓଡିଆ ଭାଷାର ବିଶ୍ବ ସ୍ଥରୀୟ ବିକାଶ ହେଉ....
ଓଡିଆରେ ପ୍ରାୟଃ 4.5 କୋଟି ଲୋକ କଥାଭାଷା ହୁଅନ୍ତି କିନ୍ତୁ ତା'ର ଗୁଗଲ ଟ୍ରାନ୍ସଲେଟ୍ ରେ ସ୍ଥାନ ନଥିବା ସତରେ
ବଡ଼ ଦୁଃଖର ବିଷୟ ।
ତେବେ
ଓଡିଆ ଛଡା ଆହୁରି ଅନେକ ଭାଷା ମଧ୍ଯ ଗୁଗଲ ଅନୁବାଦ  ବିଭାଗରେ ସ୍ଥାନ ପାଇ ନାହାଁନ୍ତି ।

1.Cantonese.....

ପୃଥିବୀରେ ପ୍ରାୟଃ
୬୦ ମିଲିୟନ ଲୋକ କ୍ଯାଣ୍ଟୋନିଜ୍ ଭାଷୀ ।
ଏହା ହଂଗକଂଗ ତଥା ମକାଓ ଦେଶର ସରକାରୀ ଭାଷି । କ୍ୟାଣ୍ଟୋନିଜ୍ ବିଶ୍ବର ୨୪ତମ କଥିତ ଭାଷା । ଡଚ୍ ,ସ୍ବେଡିଶ୍ ଏବଂ ଗ୍ରୀକ୍ ଭାଷାଭାଷୀଙ୍କ ଅପେକ୍ଷା କ୍ୟାଣ୍ଟୋନିଜ୍ ରେ ଅଧିକ ଲୋକ ହୁଅନ୍ତି ।
2.Bhojpuri
ଭୋଜପୁରି ଭାଷାଭାଷୀ ଲୋକ ଭାରତ ଛଡା ନେପାଳ,ଗୁୟିନା,ଫିଜି,ମୌର୍ଟିୟସ୍ ଏବଂ ସୁରିନାମ୍ ଆଦି ଦେଶରେ ମଧ୍ଯ ରହନ୍ତି ।
ଏହି ଭାଷାରେ ପ୍ରାୟ 40ମିଲିୟନ୍ ଲୋକ କଥାଭାଷା ହୁଅନ୍ତି । ଅନେକଙ୍କ ଭୂଲ ଧାରଣା ଯେ ଭୋଜପୁରି ହିନ୍ଦୀର ଏକ ଉପଭାଷା କିନ୍ତୁ ପ୍ରକୃତରେ ଭୋଜପୁରି ଆଧୁନିକ ହିନ୍ଦୀର କନ୍ୟା ନୁହେଁ ବରଂ କକେଇ ଝିଅ ଭଉଣୀ । ଭୋଜପୁରି ମୈଥିଳୀ ଏବଂ ମାଗଧୀ ଏକ ଭାଷାପରିବାରର ଅନ୍ତର୍ଭୁକ୍ତ ଏବଂ ଏମାନଙ୍କୁ ବିହାରୀଭାଷା ମଧ୍ଯ କୁହାଯାଏ ।

3.ମୈଥିଳୀ
ଓଡିଆ ଭଳି ମୈଥିଳୀ ଏକ ପ୍ରାଚୀନ ଭାରୋପିୟ ଭାଷା...ଏହି ଭାଷାରେ ପ୍ରାୟ 30 ମିଲିୟନ୍ ଲୋକ କଥା ହୁଅନ୍ତି । ଭାରତ ଛଡା ନେପାଳରେ
ମଧ୍ଯ ଏ ଭାଷା ଦ୍ବିତୀୟ ସର୍ବାଧିକ କଥିତ ଭାଷା ତେଣୁ ନେପାଳରେ ମୈଥିଳୀକୁ ସରକାରୀ ଭାଷାର ମାନ୍ୟତା ମିଳିଅଛି । ତେବେ ମୈଥିଳୀ ଏବଂ ଆସାମିଆ ଭଳି ସମୃଦ୍ଧ ଭାରୋପିୟ ଭାଷାଗୁଡିକ ଗୁଗଲ୍ ଟ୍ରାନ୍ସଲେଟ୍ ରେ ସ୍ଥାନ ପାଇ ପାରିନାହାନ୍ତି ।
4.ଏବେ ଏସିଆ ଛାଡ଼ି ଟିକେ ଆଫ୍ରିକା ଆଡ଼କୁ ଯିବା .....
ଆଫ୍ରିକା ମହାଦେଶର ପ୍ରାୟ​ 38 ମିଲିୟନ ଲୋକଙ୍କ କଥିତଭାଷା oromo ....
Ethiopia ଏବଂ Kenya ର ଓରୋମୋ ଲୋକଙ୍କର ଏହା ମାତୃଭାଷା । ଏ ଦୁଇ ଦେଶ ଛଡା Somalia, Tanzania, South Africa, Libya ଏବଂ Eritrea ଭଳି ଆଫ୍ରିକୀୟ ଦେଶଗୁଡିକରେ ମଧ୍ଯ ଓରୋମୋ ଭାଷାଭାଷୀ ଲୋକ ରୁହନ୍ତି ଏ  ଭାଷା ବ୍ୟବହାର କରନ୍ତି । ଏହି ଭାଷାର ସବୁଠୁ ବଡ ଅସୁବିଧା ହେଉଛି ଗୋଟିଏ ଅଞ୍ଚଳର ଓରୋମୋଭାଷୀ ଅନ୍ୟ ଅଞ୍ଚଳର ସମଭାଷାଭାଷୀଙ୍କ କଥାଭାଷା ବୁଝିପାରନ୍ତି ନାହିଁ । ତେବେ ୨୦୦୮ ପରେ ଇଣ୍ଟରନେଟ୍ ର ବହୁଳ ବ୍ୟବହାର ପରେ ଓରୋମୋଭାଷୀ ନିଜ ଭାଷାକୁ ନେଇ ଅଧିକ ସଚେତନ ହେବା ସହ ଏହାକୁ ଗୁଗଲ୍ ଟ୍ରାନ୍ସଲେଟ୍ ରେ ସାମିଲ କରିବା ହେତୁ ପ୍ରଚ୍ୟେଷ୍ଟା ଚଳେଇଛନ୍ତି ।
ସେଇଭଳି ଫୁଲା ବା ଫୁଲାଣି ଆଉ ଏକ ଆଫ୍ରିକୀୟ ଭାଷା ଯାହା ନାଇଜର ଏବଂ ମାଲିଦେଶର ସରକାରୀ ଭାଷା ହେବା ସତ୍ବେ ଗୁଗଲ୍ ଟ୍ରାନ୍ସଲେଟ୍ ରେ ସାମିଲ ହୋଇପାରିନାହିଁ

ଗୁଗଲ କର୍ତ୍ତୃପକ୍ଷ ଯଦି ଅଧିକ ରୁ ଅଧିକ ଭାଷା ଅନୁବାଦ ପାଇଁ ସାମିଲ କରନ୍ତେ ସେମାନଙ୍କୁ ଏଥିରୁ ପ୍ରତ୍ୟକ୍ଷ ଲାଭ ହୁଅନ୍ତା । ତେବେ ଭବିଷ୍ୟତରେ ଯେ ଏ ସମସ୍ତ ଭାଷା ବିଭିନ୍ନ ବାଧା ସତ୍ତ୍ୱେ ଏହି ଅନୁବାଦ ଆପ୍ ସହ ସଂଯୁକ୍ତ ହୋଇଯିବେ
ଏକଥାକୁ ନେଇ ଆମେ ଆଶାବାଦୀ....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...