Friday, March 3, 2017

କାଳ କବଳରୁ କିଏ ବଞ୍ଚିଛି ଯେ ତୁମେ ବଞ୍ଚିଯିବ

ପଞ୍ଚମ ଖ୍ରୀଷ୍ଟାବ୍ଦରେ ଗ୍ରୀସରେ ଜଣେ ଦାର୍ଶନିକଙ୍କ ଜନ୍ମ ହୋଇଥିଲା
ଆକଚିଲ୍ସ୍ ନାମରେ ସେ ପୃଥିବୀ ବିଖ୍ଯାତ ।
ଆକଚିଲ୍ସ ବଡ ବିଦ୍ବାନ ତଥା ଭବିଷ୍ଯବକ୍ତା ବୋଲି ଗ୍ରୀସ୍ ରେ ଖୁବ ଜଣାଶୁଣା ଥିଲେ ।
କୁହାଯାଏ ଯେ
କୁଆଡେ ତାଙ୍କ ମୃତ୍ଯୁ କିଭଳି ହେବ ସେ ତାହା ବହୁ ପୂର୍ବରୁ ଜାଣି ପାରିଥିଲେ....
ତାଙ୍କୁ ତାଙ୍କ ମସ୍ତକରେ ଆଘାତ ଲାଗି ମୃତ୍ଯୁ ହେବାର ଆଭାସ ହୋଇଥିଲା ।

ତେଣୁ ସେ ନିଜର ଅଧିକାଂଶ ସମୟ ଖୋଲା ଆକାଶ ତଳେ ଅତିବାହିତ କରୁଥାଅନ୍ତି ।

କିନ୍ତୁ କାଳ ହାତରୁ କିଏ ବଞ୍ଚିଛି ଯେ ଆକଚିଲ୍ସ ବଞ୍ଚିଥାଅନ୍ତେ......

ଆକଚିଲ୍ସ
ଦିନେ ଖୋଲା ପଡିଆରେ ବସି କୌଣସି କଥା କୁ ନେଇ ଚିନ୍ତାମଗ୍ନ ଥାଅନ୍ତି.....

ଏତିକିବେଳେ
ତାଙ୍କ ମୁଣ୍ଡ ଉପରେ ଆକାଶରୁ ଏକ କଇଁଛ ଆସି ପଡିଲାରୁ ତାଙ୍କର ସେଇଠାରେ
ଅକାଳ ମୃତ୍ଯୁ ହୋଇଗଲା .......

କୁହାଯାଏ ସେ ଦିନିଆ ୟୁରୋପରେ ଏକ ବିଶିଷ୍ଟ ପ୍ରକାରର ଛଞ୍ଚାଣ ଥିଲେ
ସେମାନେ ନିଜ ଶିକାରକୁ ଧରିନେଇ ଆଗେ କୌଣସି ଶକ୍ତ ପଥର ଚଟାଣ ଉପରେ
ଆକଶରୁ କଚାଡି ଛେଚିଦେଉଥିଲେ

ବୋଧହୁଏ
ଏଇଭଳି କୌଣସି ଏକ ଶ୍ୟେନ ପକ୍ଷୀ
ଭ୍ରମବଶତଃ ଆକଚିଲ୍ସଙ୍କ ଚନ୍ଦା ମୁଣ୍ଡକୁ ପଥର ଭାବି ତହିଁ ପରେ କଛପ୍ପ ଟିକୁ ଛେଚିଦେବାର କୁଚେଷ୍ଟାଟାଏ କରିଥିଲା ...

ତୁମେ କେତେ ବି ଚେଷ୍ଟା କର କାଳର ଗ୍ରାସରୁ କେହି ବଞ୍ଚିନାହାନ୍ତି ତୁମର ମଧ୍ଯ
ଶେଷ ଦିନ ଆସିବ .....

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...