Monday, March 20, 2017

●●●●ଧାନ vs ଗହମ●●●●

ଭାତ ଏବଂ ରୁଟି/ରୋଟି କୁ ନେଇ
ପ୍ରାୟ ପୂର୍ବ-ଦକ୍ଷିଣଭାରତୀୟ ତଥା ଉତ୍ତରଭାରତୀୟଙ୍କ ମଧ୍ୟରେ
ବିତର୍କ ବିବାଦ ହୋଇଥାଏ ।

ବିହାରୀ, ଭୈୟା ମାନେ ରୁଟି ଖାଅନ୍ତି
ଆଉ ଓଡିଆଙ୍କ ଭାତ ଖିଆ ଦେଖି
ତାଙ୍କର ଚୁଟି ଘିଞ୍ଚି ରୁଟି ଖାଅ କହି ତାଗିଦ୍ କରନ୍ତି, ଯୁକ୍ତି ବାଢନ୍ତି ।

ମୋ ଜାଣିବାରେ ଉତ୍ତରଭାରତୀୟ ବଡ଼ ଦେଶଭକ୍ତ
ତାଙ୍କ ଦେଶଭକ୍ତିର ପଟାନ୍ତର ନାହିଁ
😀😀😀
ହଁ ଦେଶଭକ୍ତ ନ ହୋଇଥିଲେ
ମଧ୍ୟ ପ୍ରାଚ୍ଯ- ଲେଭାନ୍ଟ୍ (ତୁର୍କୀ,ମିଶର,ଆରବଦେଶ ସମୁହ)ଅଞ୍ଚଳରୁ
ଭାରତକୁ ଆସିଥିବା ଏକ ଘାସଜାତୀୟ
ଖାଦ୍ଯ ଶସ୍ଯ ବିଶେଷ ସପକ୍ଷରେ ଯୁକ୍ତି କରନ୍ତେ କି ?😉 😉
ପ୍ରତ୍ନତାତ୍ତ୍ବିକ ପ୍ରମାଣ ମିଳିଛି ଯେ ପୃଥିବୀରେ ସର୍ବ ପ୍ରଥମେ ରାକ୍ଷସ ଅସୁର ଙ୍କ ସଭ୍ଯତା ମାୟା ଆଜଟେକ୍ସ ଇନକାରେ ମକାଚାଷ ହେଉଥିଲା
କିନ୍ତୁ
ଦକ୍ଷିଣ ପୂର୍ବ ଏସିଆରେ ମଣିଷ ଧାନ ଚାଷ କରିବା ଶିଖିଲା
ଏବଂ ତୁର୍କୀରେ ସେଠିକାର ଲୋକେ ଗହମ ଚାଷ କରି ତାହାକୁ ଖାଉଥିଲେ ।
"ଗହମ ଚାଷ ଆଗେ ତୁର୍କୀରେ ହୋଇଥିଲା
ୟୁପୀ ବିହାରରେ ଏବେ ହେଉଛି "

ପ୍ରକୃତରେ ସମ୍ପୂର୍ଣ୍ଣ ଭାରତବର୍ଷ ଏପରିକି ଜମ୍ବୁଦ୍ବୀପରେ ଲୋକେ ଆଗେ
ଧାନ  ମାଣ୍ଡିଆ(ବାଜରା) ଜବ ଏବଂ ମକା
ଚାଷ କରି ଖାଉଥିଲେ ।
ତନ୍ମଧ୍ଯରୁ ଧାନ ଥିଲା ପ୍ରଧାନ ଖାଦ୍ଯ ଶସ୍ଯ....
ଆଉ
ଆଜକୁ ପ୍ରାୟ 2200 ବର୍ଷ ତଳେ
ଭାରତରେ ଘୋଡା଼ ଙ୍କ ଚାରା ହିସାବରେ
ବ୍ଯବହାର ହେଉଥିଲା ଗହମ ଗଛ 😀😀😀

ଭାରତ ମାତାର ଘୋଡାମୁଁହା ପୁଅ ମାନେ ନିଜ ଦେଶରେ ଜନମି ଥିବା ଖାଦ୍ଯ ଶସ୍ଯ ଛାଡି
ବିଦେଶରୁ ଆସିଥିବା ଘୋଡାର ଚାରାକୁ ଖାଦ୍ଯ ମନେ କରି ଖାଇବା ଆରମ୍ଭ କରିଦେଲେ.....
ସତରେ ବଡ଼ ଦେଶଭକ୍ତ !!!!!!!
ନୁହଁ 😂😂😂

ଆମ ପୂର୍ବପୁରୁଷ ଜାଣିଥିଲେ
ଯେ ଗହମକୁ ସମସ୍ତେ ଖାଇ ହଜମ କରିପାରିବେ ନାହିଁ ।
ଗହମରେ ଏକ ପ୍ରକାରର ପ୍ରୋଟିନ୍ ଗ୍ଲୁଟିନ୍ ଅଛି ଯାହା ଫଳରେ
ପୃଥିବୀର ପ୍ରତି 100 ରୁ 200 ରୁଟିଖିଆ ଲୋକଙ୍କ ମଧ୍ୟରୁ 2 ରୁ  ଚାରିଜଣ ବିଭିନ୍ନ ପେଟରୋଗର ଶିକାର ହୁଅନ୍ତି ।
ବିଶେଷକରି ବାଳକ ଏବଂ ବୃଦ୍ଧବ୍ଯକ୍ତିମାନେ ଗହମ ଜନିତ ଆଲର୍ଜୀର ଶିକାର ହୁଅନ୍ତି ।
ଭାତ ଏବଂ ପଖାଳ ଖାଇଲେ ଟିକେ ଆଳସ୍ଯ ଲାଗେ କାରଣ ସେ ଶସ୍ଯ ମଧ୍ୟରେ ରାଜା !!!!
ଆଉ ରାଜା ମାନେ ମଜା !!!
😀😀😀
ତା ଛଡା଼
ଗହମ ଉତ୍ତରଭାରତୀୟଙ୍କ 700 ବର୍ଷ କାଳ ପ୍ରତ୍ଯକ୍ଷ ଗୋଲାମୀର ଏକ ଅମଳିନ ଚିହ୍ନ
କହିଲେ ଅତ୍ଯୁକ୍ତି ହେବନାହିଁ ।

ମୁସ୍ଲିମ୍ ଶାସକ ଏବଂ ଆରବୀ ସଂସ୍କୃତି ପ୍ରଭାବରେ
ଖ୍ରୀଷ୍ଟାବ୍ଦ 1000 ଶତାବ୍ଦୀ ବେଳକୁ ଉତ୍ତରଭାରତୀୟ ମାନେ ଗହମ ଚାଷକରି ଖାଇବା ଆରମ୍ଭ କରିଦେଇଥିଲେ ଏବଂ ନିଜର ପ୍ରଧାନ ଖାଦ୍ଯ
ଧାନର-ଭାତ କୁ ଛାଡି ଆରବୀ ମାନଙ୍କର ଖାଦ୍ଯ ଖାଇ ନିଜକୁ ବଳବାନ ମଣୁଥିଲେ ।

"ନିଜ ମାଆ ହାତରନ୍ଧା ଖାଦ୍ଯକୁ ନିନ୍ଦିବା ତଥା ନିଜ ମାଆମାଟିର ଖାଦ୍ଯଶସ୍ଯକୁ ଛାଡି଼ ପର ଦେଶର ଖାଦ୍ଯଶସ୍ଯକୁ ଆପଣେଇବାକୁ ନିମକହାରାମୀ ଛଡା଼ ଆଉ କଣ କୁହାଯାଇପାରେ "

ପୂର୍ବ ଭାରତୀୟ ତଥା ଦକ୍ଷିଣଭାରତୀୟ 
ତଥାକଥିତ ଉତ୍ତରଭାରତୀୟଙ୍କ ଠାରୁ ଅଧିକ ସ୍ବାଭିମାନୀ ତେଣୁ ଆଜି ମଧ୍ଯ ନିଜ ପୂର୍ବପୁରୁଷଙ୍କ ଦ୍ବାରା ପ୍ରଦତ୍ତ ଷଡ଼ରସରେ ପରିପୂର୍ଣ୍ଣ ତଣ୍ଡୁଳ ର ଶସ୍ଯ କୁ ଖେତରେ ବୁଣନ୍ତି ,ଭାତ ଖାଅନ୍ତି ।

ଭାରତରେ ଯେହେତୁ ପ୍ରାୟଃ ଧାନର ଚାଷ ହେଉଥିଲା ଲୋକେ ଚାଉଳରୁ ଅନେକ ପ୍ରକାରର ଦ୍ରବ୍ଯ ତିଆରି କରିବା ଶିଖିଲେ ।

ମାଲବାର୍ ଅଞ୍ଚଳରୁ ଚୂଡା,ଓଡିଶାରୁ ଲିଆ ତଥା ବିଭିନ୍ନ ପ୍ରକାରର ମିଠା ,ପିଠା,
କଳିଙ୍ଗ ରାଜ୍ଯରୁ ଆରିସା ଦକ୍ଷିଣ ଭାରତର ଇଡଲୀ ଦୋସା
ଉତ୍ତରଭାରତର ମୁଢୀ ଏଇଭଳି କେତେ ରକମର ପଦାର୍ଥ ଚାଉଳରୁ ଜନମିଛି ...

ଭାରତରେ ଆଗେ ଲୋକେ ଯେହେତୁ ଭାତ ଖାଉଥିଲେ
ସେମାନେ ପଖାଳ ମଧ୍ଯ ଖାଉଥିବା ସହଜେ ଅନୁମେୟ ।
ଆଜି ମଧ୍ଯ
ଅବିଭକ୍ତ ବଙ୍ଗ ,ଓଡିଶା ଠାରୁ ଆରମ୍ଭ କରି ଦକ୍ଷିଣର ତାମିଲନାଡୁ଼ ପର୍ଯ୍ୟନ୍ତ ଏ  ସମସ୍ତ
ଅଞ୍ଚଳରେ ଲୋକେ ଊଣା ଅଧିକେ ପଖାଳ ଖାଉଥିଲା ବେଳେ ଓଡିଶାରେ ଏହାର ପ୍ରଚଳନ ସର୍ବାଧିକ ।

ଏ ଦେଶର ମୂଳ ସଂସ୍କୃତି, ପରମ୍ପରା ଏବଂ ଖାଦ୍ଯ ଆଦିକୁ ଆଜି ବି ଓଡିଆ ଜାତି ଜୀବିତ ରଖିଅଛି
ବାକି ସବୁ ଗୋଲାମ ହୋଇ ସାରିଛନ୍ତି ।

(ଉତ୍ତରଭାରତୀୟ ମାନେ ଯେତେବେଳେ ଆମ୍ଭ ପଖାଳ କୁ ପାନୀଭାତ କହି
ରହସ୍ଯ କରିଥାନ୍ତି ମୁଁ ସେମାନଙ୍କୁ ଏହି ତଥ୍ଯ କହି  ନିରୁତ୍ତର କରିଦେଇଥାଏ ।)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...