Tuesday, March 14, 2017

ଇର୍ଷ୍ଵାଳୁ କବି

ଚନ୍ଦ୍ରପୁର ରାଜ୍ଯରେ ବିଷ୍ଣୁଶର୍ମା ନାମକ ବିଦ୍ବାନ କବି ରାଜପୃଷ୍ଠପୋଷକତ୍ବ ପାଇ
ବିଶ୍ବ ସ୍ତରୀୟ ପ୍ରଶିଦ୍ଧି ଲାଭ କରିପାରିଥିଲେ ।
ସେହି ଚନ୍ଦ୍ରପୁର ରାଜ୍ଯରେ ଅନ୍ଯ ଜଣେ
ପଣ୍ଡିତ ମଧ୍ଯ ରହୁଥାନ୍ତି ତାଙ୍କ ନାମ ନାରାୟଣଶାସ୍ତ୍ରୀ ।
ନାରାୟଣ ଶାସ୍ତ୍ରୀଙ୍କ ପାଖରେ
ଅନେକ ସୁଗୁଣ ମଧ୍ୟରେ ଏକ ଦୂର୍ଗୁଣ ଥିଲା । ନାରାୟଣଶାସ୍ତ୍ରୀ ଙ୍କ ମନରେ
ଅନ୍ଯ କବି ପଣ୍ଡିତଙ୍କ ପ୍ରତି  ଇର୍ଷ୍ବା ଦ୍ବେଷ ଭାବ ଭରିରହିଥିଲା  । ପୁଣ
ନିଜ ରଚନା ଭିନ୍ନ ଅନ୍ଯ କାବ୍ଯକୃତି ପ୍ରତି ତାଙ୍କର ଥିଲା ଚରମ ଅସୂୟାଭାବ ।

ଥରେ ରାଜସଭାରେ ରାଜା ପ୍ରଥମେ
ବିଷ୍ଣୁଶର୍ମାଙ୍କୁ
ନାରାୟଣ ଶାସ୍ତ୍ରୀଙ୍କ ପାଣ୍ଡିତ୍ବ
ତଥା  କାବ୍ଯକୃତି ବିଷୟରେ
ତାଙ୍କ ମତ କଣ୍ ପଚାରି ବସିଲେ ।

ନାରାୟଣ ଶାସ୍ତ୍ରୀଙ୍କର ବିଷ୍ଣୁଶର୍ମା ଖୁବ ଆଦର କରୁଥିଲେ
ତେଣୁ ରାଜସଭାରେ
ସେ କହିଲେ ଯେ
"ନାରାୟଣ ଶାସ୍ତ୍ରୀ ଙ୍କ ସମ୍ମୁଖରେ
ମୋର ପାଣ୍ଡିତ୍ଯ ନିମ୍ନ ମାନର
ସେ ଜଣେ ଉତ୍ତମ କବି
ତାଙ୍କ ଦ୍ବାରା ରଚିତ କାବ୍ଯ ସବୁ
ଭାବପୂର୍ଣ ହୃଦୟସ୍ପର୍ଶୀ ଏବଂ ସାର୍ଥକ ।"

ରାଜା ତତ୍ପରେ ନାରାୟଣଶାସ୍ତ୍ରୀଙ୍କୁ
ବିଷ୍ଣୁଶର୍ମାଙ୍କ ବିଷୟରେ
ତାଙ୍କ ଅଭିପ୍ରାୟ ପଚାରି ବୁଝିଲେ ।

ନାରାୟଣଶାସ୍ତ୍ରୀ ଙ୍କ ମନରେ ବିଷ୍ଣଶର୍ମାଙ୍କ ପ୍ରତି ଚରମ
ଇର୍ଷ୍ବା ଭାବ ଥାଏ ।
ତେଣୁ
ନାରାୟଣଶାସ୍ତ୍ରୀ ଏକ ଲଘୁମତ ଦେବାକୁ ଯାଇ ବିଷ୍ଣୁଶର୍ମାଙ୍କୁ  ସାମାନ୍ଯ କବି ଏବଂ
ତାଙ୍କର ପ୍ରତିଭାର ବିକାଶ ହେତୁ
ଅଧିକ ପରିଶ୍ରମ ଲୋଡା ବୋଲି ରାଜାଙ୍କ ସମ୍ମୁଖରେ ବିନା ଦ୍ବିଧାରେ କହିଗଲେ ।

ରାଜା ତହୁଁ ଦୁହିଁଙ୍କ ମଧ୍ୟରୁ ଶ୍ରେଷ୍ଟ କିଏ ଜାଣିବା ହେତୁ ରାଜଧାନୀରେ କବି ସମ୍ମିଳନୀର ଆୟୋଜନ କଲେ ।

ତହିଁରେ ଶତାଧିକ କବି ଙ୍କୁ ନିଜ କାବ୍ଯ ଚାତୁରୀରେ ପରାଜିତ କରି ବିଷ୍ଣୁଶର୍ମା ସର୍ବଶ୍ରେଷ୍ଠ କବି ଭାବେ କବିଶ୍ରେଷ୍ଠ ଉପାଧୀରେ ଭୂଷିତ ହେଲେ  ।

ତହିଁ ପର ଦିନ ରାଜସଭାରେ
ରାଜା ବିଷ୍ଣୁଶର୍ମାଙ୍କୁ
ପଚାରିଲେ
"ହେ ବ୍ରାହ୍ମଣଶ୍ରେଷ୍ଠ !
ଆପଣ ଥରେ କହିଥିଲେ ଯେ
ନାରାୟଣ ଶର୍ମାଙ୍କ କାବ୍ଯ ଆପଣଙ୍କ ଦ୍ବାରା ରଚିତ କାବ୍ଯ କବିତା ଠାରୁ ଉତ୍କୃଷ୍ଟ ତେବେ
ତାଙ୍କର ଆପଣଙ୍କର ପାଣ୍ଡିତ୍ଯ ତଥା
କାବ୍ଯକୃତି ବିଷୟରେ
ମତ ଥିଲା ଯେ ତାହା ନିମ୍ନମାନର ତଥା ସାଧାରଣ !
ତେବେ କବି ମାନଙ୍କ ମଧ୍ୟେ ଆପଣଙ୍କର ପରମ ବିଜୟ କେମିତି ହେଲା ?"

ତହୁଁ
ରାଜାଙ୍କ କଥା ଶୁଣି
ବିଷ୍ଣୁଶର୍ମା ମନ୍ଦହାସ ସହ କହିଲେ

"ହେ ନୃପଶ୍ରେଷ୍ଠ !
ଆମ୍ଭ ଦୁଇ ଜଣଙ୍କର କାବ୍ଯ ଶୈଳୀ ପରସ୍ପର ଠାରୁ
ସମ୍ପୂର୍ଣ୍ଣ ଭିନ୍ନ ।
ତେବେ ଏ ବିଷୟରେ ଆମ୍ଭେ ଦୁହେଁ
ସମାନ ଭୂଲ କରିଥିଲୁ ।
ଆମ୍ଭ ମାନଙ୍କର ପରସ୍ପର ର କାବ୍ଯ ପ୍ରତିଭା ବିଷୟକ
ଅଭିପ୍ରାୟ ପ୍ରକୃତରେ ବାସ୍ତବିକ ନଥିଲା "


ରାଜସଭାରେ ବିଷ୍ଣୁଶର୍ମାଙ୍କ କଥା ର ଗୃଢ ଅର୍ଥ ବୁଝି ପାରି ନାରାୟଣ ଶାସ୍ତ୍ରୀ ଲଜ୍ଜିତ ହେଲେ ।

(ପୃଥିବୀରେ ସମସ୍ତଙ୍କ ପାଖରେ କିଛି ନା କିଛି ବିଶିଷ୍ଟ ସୁଗୁଣ ଥାଏ ।
ସମସ୍ତେ କିଛି ନା କିଛି ଜାଣିଥାଅନ୍ତି ତେଣୁ କାହାକୁ ଅଯୋଗ୍ଯ ଅଳ୍ପଜ୍ଞ ତଥା ସାଧାରଣ ମାନିନେଇ ମନରେ ଭ୍ରମ ଧାରଣା ପାଳିନେବା ମହାନ୍ ଭୂଲ । )

( ସଂସ୍କୃତ ଜହ୍ନମାମୁଁ 1995 ଜାନୁଆରୀ ମାସ ସଂଖ୍ଯାରେ ପ୍ରକାଶିତ ଏକ କାହାଣୀର ବର୍ଦ୍ଧିତ ଓଡିଆ ଅନୁବାଦ)

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...