Tuesday, March 7, 2017

••••ଫେରି ଯା ଫଗୁଣ••••

କାହିଁକି ଆସ ଆଉ ତୁମ୍ଭେ ଫଗୁଣ
ମଣିଷ ଭୂଲିଛି ଯେତେକ ତୁମ୍ଭର ଗୁଣ ।
ନାହାଁନ୍ତି​ ତୁମ୍ଭର ବନ୍ଧୁ ମଧୁକ ଗଣ ।
କାଟନ୍ତି ମାନବେ ସକଳ ବୃକ୍ଷଙ୍କୁ ଜାଣ ।
କରନ୍ତି ରସାୟନ ମିଶ୍ରିତ ମଦ୍ଯପାନ ।
ଉନ୍ମତ୍ତେ ନାଚନ୍ତି ସେ ଭୂଲି ସମ୍ମାନ ।
କଟିଛି ଯେତେକ ଥିଲା ଘୋର ସଘନ ବଣ ।
ମଣିଷ ଭୂଲିଛି ସକଳ ତୁମ୍ଭ ସୁଗୁଣ ।
ନାହିଁ ଢୋଲକ ମଞ୍ଜୀରା ମୃଦଙ୍ଗ ତାନ
ଶୋଇଛନ୍ତି ଯେତେ ହେଁ ସୁରତାଳ ଫଗୁଣ ।
କାହିଁ  ଗାଉନି କୋଇଲୀ କୁହୁ ତାନ ?
ଲେଉଟ ସ୍ବଦେଶେ ବରଂ ବନ୍ଧୁ ହେ ଫଗୁଣ !!!

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...