Tuesday, March 7, 2017

••••ଫେରି ଯା ଫଗୁଣ••••

କାହିଁକି ଆସ ଆଉ ତୁମ୍ଭେ ଫଗୁଣ
ମଣିଷ ଭୂଲିଛି ଯେତେକ ତୁମ୍ଭର ଗୁଣ ।
ନାହାଁନ୍ତି​ ତୁମ୍ଭର ବନ୍ଧୁ ମଧୁକ ଗଣ ।
କାଟନ୍ତି ମାନବେ ସକଳ ବୃକ୍ଷଙ୍କୁ ଜାଣ ।
କରନ୍ତି ରସାୟନ ମିଶ୍ରିତ ମଦ୍ଯପାନ ।
ଉନ୍ମତ୍ତେ ନାଚନ୍ତି ସେ ଭୂଲି ସମ୍ମାନ ।
କଟିଛି ଯେତେକ ଥିଲା ଘୋର ସଘନ ବଣ ।
ମଣିଷ ଭୂଲିଛି ସକଳ ତୁମ୍ଭ ସୁଗୁଣ ।
ନାହିଁ ଢୋଲକ ମଞ୍ଜୀରା ମୃଦଙ୍ଗ ତାନ
ଶୋଇଛନ୍ତି ଯେତେ ହେଁ ସୁରତାଳ ଫଗୁଣ ।
କାହିଁ  ଗାଉନି କୋଇଲୀ କୁହୁ ତାନ ?
ଲେଉଟ ସ୍ବଦେଶେ ବରଂ ବନ୍ଧୁ ହେ ଫଗୁଣ !!!

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...